Odiya news latest, odisha breaking, odiya news, all odisha news, news international nwes all in one news web, odiya web

 ସମ୍ଭାବ୍ୟ ତୃତୀୟ ଲହରକୁ ନେଇ DMET ରମାରମଣ ମହାନ୍ତିଙ୍କ ସୂଚନା



 [17/12, 9:27 pm]

ସବୁ ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । 

କୋଭିଡ ବଢ଼ିଲେ ତୁରନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ହସ୍ପିଟାଲରେ ଅକ୍ସିଜେନ ଓ ଔଷଧ ମହଜୁଦ ରଖିବାକୁ କୁହାଯାଇଛି: DMET

[17/12, 9:27 pm] ବର୍ତ୍ତମାନ ଉତ୍ତର କୋରିଆରେ କୌଣସି ବି ବ୍ୟକ୍ତି ୧୧ ଦିନ ପର୍ଯ୍ୟନ୍ତ ହସିପାରିବେ ନାହିଁ କିମ୍ବା ମଦ ପିଇପାରିବେ ନାହଁ । ଯଦି କେହି ଏମିକି କରୁଥିବାର ଧରାପଡ଼ିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯିବ ।

[17/12, *NEET, JEE ଓ IIT ପାଇଁ ମାଗଣା କୋଚିଂ ପ୍ରଦାନ କରିବେ ଓଡିଶା ସରକାର*

*ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାଗଣା କୋଚିଂ ଯୋଗାଇବା ନେଇ ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଏନେଇ ଓଡିଶା ସରକାର ଓ ଅନ ଏକାଡେମୀ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।କରିଛନ୍ତି।


*କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲର ବଡ ପୁଞ୍ଜିନିବେଶ । ୧ ଲକ୍ଷ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ  । ୧୬ ହଜାରରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି*


17-Dec-2021

 କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଷ୍ଟିଲ୍ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମୋଟ ୧,୦୨,୨୭୫ କୋଟିର ଟଙ୍କା ପୁଞ୍ଜି ନିବେଶ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ବିତ ଷ୍ଟିଲ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାର୍ଷିକ ୨୪ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟରେ ୧୬ ହଜାରରୁ ଅଧିକ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି  ମଧ୍ୟ ସୃଷ୍ଟି ହୋଇପାରିବ ।


ଏହି ବୃହତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ । କେନ୍ଦ୍ରାପଡ଼ାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତାସମ୍ପନ୍ନ  ଇସ୍ପାତ ଉତ୍ପାଦନ କରିବ ବୋଲି କୁହାଯାଇଛି । ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ମେଟ୍ରିକ ଟନ୍ ସିମେଣ୍ଟ ଉତ୍ପାଦନ କରିବାର କ୍ଷମତା ପ୍ରାପ୍ତ ହେବ ଯାହା କେବଳ ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ ସିମେଣ୍ଟ କାରଖାନାରେ ପରିଣତ ହେବାର ଗୌରବ ପ୍ରଦାନ କରିବ ନାହିଁ ବରଂ ଅଞ୍ଚଳର ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।


ଇସ୍ପାତ କମ୍ପ୍ଲେକ୍ସ ସହିତ କମ୍ପାନୀ ଅନୁପ୍ରବାହ ପ୍ରକଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିବ । କେନ୍ଦ୍ରାପଡ଼ାର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିକଶିତ ଭିତ୍ତିଭୂମି ସୁବିଧା ଗମନାଗମନ ସହ ଅଞ୍ଚଳର ସାମଗ୍ରିକ ବିକାଶରେ ବେଶ ସହାୟକ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି କାରଖାନାରେ ଉତ୍ପାଦିତ ହେବାକୁ ଥିବା ଇସ୍ପାତ ବିଶ୍ୱ ମାନଚିତ୍ରରେ କେନ୍ଦ୍ରାପଡା ଏବଂ ଓଡ଼ିଶାର ସ୍ଥାନକୁ ସ୍ୱତନ୍ତ୍ର କରି ପାରିବ । ଅନେକ ଅନ୍ତର୍ଜାତୀୟ ଉପକରଣ ଉତ୍ପାଦନକାରୀ ଏହି ବୃହତ ପ୍ରକଳ୍ପର ଅଂଶୀଦାର ହେବାକୁ ଥିବାରୁ ଏହା ରାଜ୍ୟରେ ଆହୁରି ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ।


ଏହି ପ୍ରକଳ୍ପ ସହିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସମଗ୍ର ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କାର୍ୟ୍ୟ କରିବ । ଏହି ବୃହତ ପ୍ରକଳ୍ପ ବିଭିନ୍ନ ପର୍ୟ୍ୟାୟରେ ୭ ବର୍ଷରେ ସମ୍ପୂର୍ଣ୍ଣ ହେବ । ଏହି ବୃହତ ପୁଞ୍ଜି ବିନିଯୋଗ ସହିତ ଓଡ଼ିଶା ବିଗତ ୧୨ ମାସ ମଧ୍ୟରେ ୨.୭୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ ପ୍ରାପ୍ତ ହେବା ସହିତ ଅନ୍ୟୁନ ୭୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବାର ଉପଲବ୍ଧି ହାସଲ କରିଛି ।


ଓଡ଼ିଶା ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହିସାବରେ ଗୌରବ ମଣ୍ଡନ କରୁଛି। ଏହିପରି ବୃହତ ପ୍ରକଳ୍ପର ପ୍ରତିଷ୍ଠା ଦ୍ୱାରା ୨୦୩୦ ସୁଦ୍ଧା ରାଜ୍ୟ ବାର୍ଷିକ ୧୦୦ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ କରିବାର କ୍ଷମତା ହାସଲ କରି ପାରିବ ଓଡିଶା।


The post କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲର ବଡ ପୁଞ୍ଜିନିବେଶ । ୧ ଲକ୍ଷ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ  । ୧୬ ହଜାରରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି first appeared on Kanak News.


*ଆଇପିଏଲରୁ ଆସିଲା ବଡ ଖବର । ମୁଖ୍ୟ କୋଚଙ୍କ ନାଁ ଘୋଷଣା କଲା ଲକ୍ଷ୍ନୌ, ଜାଣନ୍ତୁ କାହାକୁ ମିଳିଲା ଏହି ଗୁରୁଦାୟିତ୍ୱ?*

17-Dec-2021 | Kanak News

 : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ ମହାନିଲାମୀ । ଚଳିତ ଆଇପିଏଲ ମହାନିଲାମୀରେ ୮ଟି ବଦଳରେ ୧୦ଟି ଦଳ ଭାଗ ନେବେ । ନୂଆ କରି ଭାଗ ନେଇଥିବା ଦୁଇ ଟିମ୍ ଚଳିତ ମହାନିଲାମୀରେ ସାମିଲ ହେବାକୁ ଥିବାରୁ ଏହା ରୋଚକ ହେବାକୁ ଯାଉଛି । କିଏ କେଉଁ ଖେଳାଳୀଙ୍କୁ କିଣିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଖାସକରି ନୂଆ କରି ସାମିଲ ହୋଇଥିବା ୨ଟି ଟିମ୍ କେଉଁ ଖେଳାଳୀଙ୍କୁ କିଣୁଛି, କିଏ ଏହାର କୋଚ ଭାର ସମ୍ଭାଳୁଛନ୍ତି ଓ କାହାକୁ ଅଧିନାୟକ ଦାୟିତ୍ୱ ମିଳୁଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏହାଭିତରେ ଲକ୍ଷ୍ନୌ ଟିମକୁ ନିଜର ନୂଆ କୋଚ୍ ମିଳିଛି ।


ଲକ୍ଷ୍ନୌ ଟିମ୍ ଆଣ୍ଡି ଫ୍ଲାୱାରଙ୍କୁ ମୁଖ୍ୟ କୋଚ୍ କରିଛି । ଜିମ୍ବାୱେର ପୂର୍ବତନ ଅଧିନାୟକ ଫ୍ଲାୱାରଙ୍କୁ ୨୦୨୨ ଆଇପିଏଲ ସିଜିନ୍ ପାଇଁ ଲକ୍ଷ୍ନୌ ଟିମର ମୁଖ୍ୟ କୋଚ୍ ଦାୟିତ୍ୱ ମିଳିଛି । ଏହାପୂର୍ବରୁ ଫ୍ଲାୱାର ଅନୀଲ କୁମ୍ବେଲଙ୍କ ସହଯୋଗୀ ଭାବେ ପଞ୍ଜାବ କିଙ୍ଗସ ପାଇଁ କାମ କରିଛନ୍ତି । ଏହାଛଡା ଫ୍ଲାୱାରଙ୍କ ପାଖରେ ଥିବା ଅନୁଭବ ହିଁ ଲକ୍ଷ୍ନୌ ଟିମକୁ ଫାଇଦା ଦେଇପାରେ । ଏହାପୂର୍ବରୁ ମଧ୍ୟ ଫ୍ଲାୱାର କୋଚ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜିମ୍ବାୱେର ଏହି କ୍ରିକେଟର ଇଂଲଣ୍ଡର ଜାତୀୟ ଟିମର କୋଚ୍ ରହିଛନ୍ତି । ଆଉ ତାଙ୍କର କୋଚିଂ ସମୟରେ ହିଁ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହେବା ସହ ଟେଷ୍ଟ ରାକିଂରେ ପ୍ରଥମ ସ୍ଥାନ ହାସଲ କରିଥିଲା ।


ଏହି ଦାୟିତ୍ୱ ମିଳିବା ପରେ ଫ୍ଲାୱାର କହିଛନ୍ତି, ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ଟିମର ଫ୍ରଞ୍ଚାଇଜ  ସହ ଯୋଡି ହୋଇଥିବାରୁ ମୁଁ ବେଶ ଉତ୍ସାହିତ ଅଛି । ଆଉ ଏଭଳି ସୁଯୋଗ ପାଇଥିବାରୁ ଗର୍ବିତ । ୧୯୯୩ରେ ଭାରତ ଗସ୍ତରେ ଆସିବା ପରଠାରୁ ଏଠାରେ ଖେଳିବା ଓ କୋଚିଂ ଦେବାକୁ ମୁଁ ବହୁତ ପସନ୍ଦ କରେ । ଭାରତରେ କ୍ରିକେଟକୁ ନେଇ ଏକ ଭିନ୍ନ ପ୍ରକାର କ୍ରେଜ ରହିଛି । ଆଇପିଏଲ ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱଗ୍ରହଣ କରିବା ମୋ ପାଇଁ ସମ୍ମାନର କଥା ।


ଅନ୍ୟପଟେ ଲକ୍ଷ୍ନୌ ଟିମର ମାଲିକ ସଞ୍ଜୀବ ଗୋଏନକା କହିଛନ୍ତି, ଜଣେ କ୍ରିକେଟର ଓ କୋଚ ଭାବେ ଫ୍ଲାୱାର ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ଆମ ଟିମର ଭିଜନ ଅନୁଯାୟୀ ସେ କାର୍ଯ୍ୟ କରିବେ ବୋଲି ଆଶା । ଅନ୍ୟପଟେ ଲକ୍ଷ୍ନୌ ଟିମର ଅଧିନାୟକ କିଏ ହେବ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି ।


The post ଆଇପିଏଲରୁ ଆସିଲା ବଡ ଖବର । ମୁଖ୍ୟ କୋଚଙ୍କ ନାଁ ଘୋଷଣା କଲା ଲକ୍ଷ୍ନୌ, ଜାଣନ୍ତୁ କାହାକୁ ମିଳିଲା ଏହି ଗୁରୁଦାୟିତ୍ୱ? first appeared on Kanak News.


‌*ଆଇପିଏଲ ମିଡ଼ିଆ ରାଇଟସ ବାବଦକୁ ମିଳିପାରେ ୪୦ ହଜାର କୋଟି! ବଦଳିଯିବ ଭାରତୀୟ କ୍ରିକେଟର ରୂପରେଖ ।*

17-Dec-2021

: ଖୁବଶୀଘ୍ର ଆଇପିଏଲ ୨୦୨୨ ପାଇଁ ମହାନିଲାମୀ ହେବାକୁ ଯାଉଛି । ଏନେଇ ସଂକେତ ଦେଇ ସାରିଲେଣି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଆଇପିଏଲର ଲୋକପ୍ରିୟତା ଦୃଷ୍ଟିରୁ ଏଥର ମିଡ଼ିଆ ରାଇଟସ ଦ୍ୱାରା ପାଖାପାଖି ୪୦ ହଜାର କୋଟି ଲାଭ କରିବା ଆଶାରେ ରହିଛି ବିସିସିଆଇ ।

‌ଚଳିତ ଆଇପିଏଲ ସିଜିନ ପାଇଁ ଦୁଇଟି ନୂଆ ଟିମ୍ ସାମିଲ ହୋଇଛନ୍ତି । ଆଉ ଏହି ଦୁଇଟି ନୂଆ ଟିମ୍ ସାମିଲ ହେବା ଦ୍ୱାରା ବିସିସିଆଇ ମହାନିଲାମୀ ପୂର୍ବରୁ ୧୨,୭୨୫ କୋଟି ଟଙ୍କା ଆୟ କରିସାରିଛି । ଆଉ ଏହି ଆୟକୁ ମିଶାଇ ଚଳିତ ଆଇପିଏଲ ସିଜିନରୁ ବିସିସିଆଇ ପାଖାପାଖି ୫୨ ହଜାର କୋଟି ଟଙ୍କା ରୋଜଗାର କରିପାରେ ।

‌ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଦୁଇଟି ନୂଆ ଟିମ ସାମିଲ ହେବା ଦ୍ୱାରା ୧୨ ହଜାର କୋଟି ଟଙ୍କା ରୋଜଗାର ହୋଇଛି । ଯାହା ବୋର୍ଡ ପାଇଁ ଭଲ ସଂକେତ । ଏବେ ଆଇପିଏଲ ୨୦୨୨ ସିଜିନରୁ ମିଡିଆ ରାଇଟସ ବାବଦକୁ ୪୦ ହଜାର କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ  ରଖିଛି ବିସିସିଆଇ । ଆଉ ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଗାଙ୍ଗୁଲି ।

‌ଏବେ ବିସିସିଆଇ ଆଇପିଏଲ ମିଡ଼ିଆ ରାଇଟସ ବାବଦକୁ ୧୬,୩୪୭ କୋଟି ଟଙ୍କା ରୋଜଗାର କରୁଛି ।


*ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି : ପାକିସ୍ତାନକୁ ମାତ୍ ଦେଇ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ ।*

17-Dec-2021


: ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ମାତ୍ ଦେଲା ଭାରତ । ୩-୧ ଗୋଲରେ ପାକିସ୍ତାନକୁ ମାତ୍ ଦେଇ ସେମିଫାଇନାଲ ଟିକେଟ ରେସରେ ଆଗରେ ରହିଛି ଭାରତ । ବାଂଲାଦେଶରେ ଖେଳାଯାଉଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ ସହ ୩ ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି ଭାରତ । ଟିମ୍ ଇଣ୍ଡିଆ ପକ୍ଷରୁ ହରମନପ୍ରୀତ ୨ଟି ଓ ଆକାଶଦୀପ ସିଂ ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲେ ।


ଭାରତ ପାଇଁ ପ୍ରଥମ କ୍ୱାର୍ଟରରେ ପ୍ରଥମ ଗୋଲ ସ୍କୋର କରିଥଇଲେ ହରମନପ୍ରୀତ ସିଂ । ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳକୁ ଆଗୁଆ ରଖିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଭାରତ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ । ତୃତୀୟ କ୍ୱାର୍ଟର ଆରମ୍ଭରୁ କିନ୍ତୁ ଭାରତୀୟ ଗୋଲ ସ୍କୋରରେ ଆଉ ଗୋଟିଏ ଗୋଲ ଯୋଡିଥିଲେ ଆକାଶଦୀପ ସିଂହ । ତେବେ ପାକିସ୍ତାନର ଜୁନେଦ ମଞ୍ଜୁର ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରି ମ୍ୟାଚର ରୋମାଞ୍ଚ ବଢାଇ ଦେଇଥିଲେ । ତେବେ ଚତୁର୍ଥ କ୍ୱାର୍ଟରରେ ହରମନପ୍ରୀତ ଆଉ ଏକ ଗୋଲ ସ୍କୋର କରି ଭାରତକୁ ୩-୧ରେ ଆଗୁଆ ରଖିଥିଲେ । ପାକିସ୍ତାନ ପକ୍ଷରୁ ଭାରତୀୟ ଗୋଲ ପୋଷ୍ଟ ଉପରକୁ ଘନ ଘନ ଆକ୍ରମଣ ହୋଇଥିଲେ ମଧ୍ୟ ଏହାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା। 


*ସୁମିତ-ତପସ୍ୱିନୀ ବିବାଦ ମାମଲା: ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଗଲେ ଡାକ୍ତର ସୁମିତ*



17-Dec-2021


ବ୍ରହ୍ମପୁର: ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତଙ୍କ ଓକିଲ ଉପର କୋର୍ଟରେ ଆବେଦନ କରିଛନ୍ତି। ଏନେଇ ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମାର ବେହେରା। ପୂର୍ବରୁ ସୁମିତ ଓ ତପସ୍ୱିନୀଙ୍କୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ। ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ। ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତଙ୍କ ଓକିଲ କହିଛନ୍ତି।


ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମାର ବେହେରା ପୂର୍ବରୁ କହିଥିଲେ ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଡା. ସୁମିତ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ ବୋଲି ସ୍ଥିର କରିଥିଲେ। କିନ୍ତୁ ନାନା କଥା କହି ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ସମ୍ମାନ ହାନିକରି ମାନସିକ ନିର୍ଯାତନା ଦେବାରୁ ବାଧ୍ୟହୋଇ ସୁମିତ ମୁହଁ ଖୋଲିଛନ୍ତି। ଦରମା ବନ୍ଦ ସମ୍ପର୍କରେ ମଧ୍ୟ ତାଙ୍କର ଓକିଲ କହିଛନ୍ତି ଯେ ଏହା ବିଭାଗୀୟ ନିୟମ ଅନୁସାରେ ହୋଇଥାଏ।





Web king

Post a Comment

Previous Post Next Post