News odisha, all news odiya, News odiya

 

*ବଦଳିଲା ଝିଅଙ୍କ ବିବାହ ବୟସ ନିୟମ : ଏଣିକି ୨୧ବର୍ଷ ପୂର୍ବରୁ ଝିଅଙ୍କ ବିବାହ ମନା; ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର ।




*_ବଦଳିଲା ଝିଅଙ୍କ ବିବାହ ବୟସ ନିୟମ । ୧୮ ପରିବର୍ତ୍ତେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୨୧ ହୋଇଛି । କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଅର୍ଥାତ ଝିଅଙ୍କ ବିବାହ ୨୧ ବର୍ଷ ପୂର୍ବରୁ ହେବା ବେଆଇନ୍ । ଏହା ସମସ୍ତ ଧର୍ମ ଓ ବର୍ଗ ପାଇଁ ଲାଗୁ ହେବ । କ୍ୟାବିନେଟର ଏହି ନିଷ୍ପତି ପରେ ପୁଅ ଏବଂ ଝିଅଙ୍କ ବିବାହ ବୟସ ୨୧ ହୋଇଛି । ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଝିଅଙ୍କ ବିବାହ ବୟସ ସୀମା ବଢାଇବା ନେଇ ଇଙ୍ଗିତ କରିଥିଲେ । ଏହାପରେ ୧୦ ଜଣିଆ ଟାସ୍କ ଫୋର୍ସ ଗଠିତ ହୋଇଥିଲା । ଏହି ଟିମ୍ ସ୍କୁଲ-କଲେଜ, ଆଇନ ବିଶେଷଜ୍ଞ, ନାଗରିକ ସଂଗଠନ ଗୁଡିକର ପରାମର୍ଶ ନେଇଥିଲେ ।_*

*_ଏହାପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ଏହି ଟିମ୍ । ବିବାହ ବୟସରେ ପରିବର୍ତନ ପାଇଁ ମୁଖ୍ୟତଃ ୪ଟି ଆଇନରେ ସଂଶୋଧନ ହେବ । ଏଥିପାଇଁ ଟାସ୍କଫୋର୍ସ କେନ୍ଦ୍ର ସରକାରଙ୍କ ପାଖରେ ସୁପାରିଶ କରିଛି । ଅନ୍ତିମ ଥର ପାଇଁ ୧୯୭୮ରେ ବିବାହ ଆଇନରେ ପରିବର୍ତନ ହୋଇଥିଲା । ଏହା ପୂର୍ବରୁ ଶାରଦା ଆକ୍ଟ ୧୯୨୯ରେ ପରିବର୍ତନ ହୋଇ ବିବାହ ବୟସ ସୀମା ୧୫ରୁ ୧୮ ହୋଇଥିଲା । ୟୁନିସେଫର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ଝିଅ ୧୮ ବର୍ଷରୁ କମ୍ ବୟସରେ ବିବାହ ହେଉଛି । ପୂର୍ବ ଜନଗଣନା ରିପୋର୍ଟ ଅନୁଯାୟୀ ୧୮ରୁ ୨୧ ବର୍ଷ ମଧ୍ୟରେ ଦେଶରେ ଯୁବତୀଙ୍କ ସଂଖ୍ୟା ୧୬ କୋଟି ଥିଲା ।_*

*କିଛି ଜରୁରୀ ଜାଣିବା କଥା -:*

୧-: ଯଦି ସାରା ଭାରତରେ ଛୋଟ ପିଲାଙ୍କୁ ଭିକ ମାଗିବାର ଦେଖିବେ, ଦୟାକରି ଏହି ନମ୍ବରରେ ସମ୍ପର୍କ କରିବାକୁ ଅନୁରୋଧ ।
*RED SOCIETY*-:୯୯୪୦୨୧୭୮୧୬ । ରେଡ୍ ସୋସାଇଟି ସଂସ୍ଥା ଏପରି ପିଲାମାନଙ୍କୁ ପଢିବାରେ ସାହାଯ୍ୟ କରେ ।

୨-: ଯଦି ଆପଣଙ୍କୁ କୌଣସି ଗ୍ରୁପ୍ ବ୍ଲଡ ଆବଶ୍ୟକ ଆପଣ ଏହି ଓ୍ବେବସାଇଟ୍ର ସାହାଯ୍ୟ ନେଇ ପାରିବେ । ଆପଣଙ୍କ ରକ୍ତ ଦାତାଙ୍କ ଠିକଣା ଓ ମୋବାଇଲ୍ ନମ୍ବର ମିଳିଯିବ । *www.friendstosupport.org/*

୩-: ହ୍ୟାଣ୍ଡିକ୍ୟାପ ଓ ଶାରୀରିକ ବିକଳାଙ୍ଗ ପିଲାମାନଙ୍କ ପାଇଁ ନିଶୁଳ୍କ ଶିକ୍ଷା ଓ ନିଶୁଳ୍କ ଛାତ୍ରାବାସ ପାଇଁ ସମ୍ପର୍କ କରନ୍ତୁ । *MOB-୯୮୪୨୦୬୨୫୦୧୯୮୯୪୦୬୭୫୦୬*

୪-: ନିଆଁରେ ଜଳି ଯାଇଥିବା ଲୋକ, ଜନ୍ମରୁ କାନ, ନାକ ଓ ଚେହେରା ପ୍ଲାଷ୍ଟିକ ସର୍ଜରୀ ପାଇଁ ସମ୍ପର୍କ କରନ୍ତୁ  *KODIKANAL PASAM HOSPITAL* । ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା । ଯୋଗାଯୋଗ-: *୦୪୫୪୨୦-୨୪୦୬୬୮୨୪୫୭୩୨*

୫-: ଯଦି ଆପଣ କୌଣସି ଡ୍ରାଇଭିଙ୍ଗ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ଆଧାର କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ୍ ଓ ସାର୍ଟିଫିକେଟ୍ କେଉଁଠି ପଡିଥିବାର ଦେଖିବେ, ଦୟା କରି ଡାକ ବିଭାଗରେ ଜମା କରି ଦିଅନ୍ତୁ । ଡାକ ବିଭାଗ ଏହାକୁ ତାର ମାଲିକ ପାଖରେ ପହଞ୍ଚାଇ ଦେବ ଓ ଏଥି ପାଇଁ ଆପଣଙ୍କୁ କୌଣସି ଖର୍ଚ୍ଚ ଲାଗିବ ନାହିଁ ।

୬-: ୦-୧୦ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ମାଗଣା ହାର୍ଟ ସର୍ଜରୀ *SRI VALLI BABA INSTITUTE* ରେ ଉପଲବ୍ଧ । ଯୋଗାଯୋଗ- *୯୮୧୬୭୩୭୪୭୧*

୭-: ବ୍ଲଡ କ୍ୟାନ୍ସର ପାଇଁ ଚିକିତ୍ସା:
Lmitinef mercliet ନାମକ ଏକ ଔଷଧ ଯାହା ବ୍ଲଡ କ୍ୟାନସର ପାଇଁ ବ୍ୟବହାର କରାଯାଏ, ଏହା *ADYAR CANCER INSTITUTE* CHENNAI ରେ ମାଗଣାରେ ଉପଲବ୍ଧ ।
Adyar cacer institute
DEPT-Cancer
Address-East cannal road
Gandhi Nagar,Adyar, Chennai-୬୦୦୦୨୦
ଯୋଗାଯୋଗ- ୦୪୪-୨୪୯୧୦୭୫୪,୨୪୯୧୧୫୨୬୨୨୩୫୦୨୪୧

୮-: ଆପଣଙ୍କୁ ଅନୁରୋଧ ଯଦି ଆପଣଙ୍କ ଘରେ କୌଣସି ବିବାହ, ବ୍ରତ ଓ କୌଣସି ସମାରୋହରେ ଖାଦ୍ୟ ବଳକା ହୁଏ, ଏହାକୁ ନଷ୍ଟ ନକରି ୧୦୯୮ରେ ଯୋଗାଯୋଗ କରନ୍ତୁ । ୧୦୯୮ ଏକ ଶିଶୁ ସହାୟକ ସଂସ୍ଥା । ସଂସ୍ଥାର ଲୋକମାନେ ଆସି ବଳକା ଖାଦ୍ୟ ନେଇଯିବେ । ଆପଣଙ୍କର ନଷ୍ଟ ହେବାକୁ ଥିବା ଖାଦ୍ୟ ଅନ୍ୟ କାହା ମୁହଁରେ ହସ ଟିକେ ଭରିଦେବ ।

ଆପଣ ପ୍ରତ୍ୟକଦିନ ମଜା କଥା, ଗଳ୍ପ, କବିତା ଓ ଫଟୋ ସାଙ୍ଗମାନଙ୍କ ସହିତ ସେୟାର କରୁଛନ୍ତି । ଆପଣମାନେ ଏହି ମେସେଜ୍ ବହୁ ମାତ୍ରାରେ ସେୟାର କରି କାହା ମୁହଁରେ ହସ ଟିକେ ଫୁଟାଇଲେ କେତେ ଭଲ ନହେବ? ସାହାଯ୍ୟକାରୀ ହାତ ପ୍ରାର୍ଥନା କରୁଥିବା ହୃଦୟଠାରୁ ଅଧିକ ଶକ୍ତିଶାଳୀ । ମୁଁ ଜାଣିନାହିଁ ଭଗବାନଙ୍କ ଫଟୋ ସେୟାର କଲେ ପୁଣ୍ୟ ମିଳେ କି ନାହିଁ । କିନ୍ତୁ ଏପରି ହୋଇପାରେ ଯେ ଆପଣ ଥରୁଟିଏ ଏହାକୁ ସେୟାର କଲେ ଏହା କାହା ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିବ ।

*ଖବର ଆଜିର*
ତାରିଖ ୧୭-୧୨-୨୦୨୧/ଶୁକ୍ରବାର

୧-କ୍ୟାବିନେଟ୍ ର ବଡ଼ ନିଷ୍ପତି : ଝିଅ ମାନଙ୍କର ବିବାହ ବୟସ ୧୮ ରୁ ବୃଦ୍ଧି ହେଲା ୨୧ କୁ ।

୨-ଆସନ୍ତା ୫ ଦିନ ଯାଏ ଶୀତ ଲହରି, ଆଜିଠୁ ଥରିବ ଓଡ଼ିଶା ।

୩-ବେକାବୁ Omicron : ହାଇଦ୍ରାବାଦରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ, ଦେଶରେ ମୋଟ ଓମିକ୍ରନ୍‌ ପିଜିଟିଭ ସଂଖ୍ୟା ୮୭ ।

୪--ମୁମ୍ବାଇରେ ବଢ଼ିଲା କଟକଣା । ନୂଆବର୍ଷ ଯାଏଁ ମାୟାନଗରୀରେ ୧୪୪ ଧାରା ଜାରି ।

୫-ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ କେଜ୍ରିୱାଲ ସରକାରଙ୍କ ନୂଆ ଉପାୟ: ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ିକୁ କରାଯିବ ଅଣପଂଜୀକୃତ, ୧୫ ବର୍ଷର ଗାଡ଼ିକୁ ମିଳିବନି ଏନଓସି ।

୬-ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ବାବଦରେ ୱିକିପିଡିଆରେ ଭୁଲ ତଥ୍ୟ, ବିବାଦ ବଢ଼ିବା ପରେ ସୁଧୁରିଲା ତ୍ରୁଟି ।

୭-ଦକ୍ଷିଣ ଆଫ୍ରିକା ପହଞ୍ଚିଲା ଭାରତୀୟ ଦଳ, ଫେସ ସିଲ୍ଡରେ ନଜର ଆସିଲେ ବିରାଟ ବାହିନୀ ।

୮-କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ସାକ୍ଷାତ କଲେ ସାଂସଦ ସୁଜିତ କୁମାର, କେବିକେ ଅଞ୍ଚଳରେ ଜାତୀୟ ରାଜପଥ ନିର୍ମାଣ ଦାବୀ ।

୯-ଆଉ ସିବିଏସଇ ପ୍ରଶ୍ନ ପତ୍ରରେ ଆସିବନି ଭୁଲ୍ ପ୍ରଶ୍ନ, ଗଠନ ହେଲା ସ୍ୱତନ୍ତ୍ର କମିଟି ।

୧୦-ୟୁପିଆଇ ଓ ରୂପୈରେ ନେଣଦେଣ ୧୩୦୦କୋଟିର ଶୁଳ୍କ ଫେରସ୍ତ ପ୍ରସ୍ତ।ବ ମଞ୍ଜୁର ।

୧୧-ସବୁ ହାଇସ୍କୁଲ୍‌ ଚେହେରା ବଦଳିବ, ଏକାଥରେ ନିଯୁକ୍ତି ପାଇଲେ ୬୧୩୧ ଶିକ୍ଷକ ଶିକ୍ଷୟିତ୍ରୀ ।

୧୨-ଘାରିଲା ମହିଳା-ଶିଶୁ ଅପରାଧ ଚିନ୍ତା, ଦୃଢ଼ ହସ୍ତରେ ଦମନ କରିବାକୁ ଚେତାଇଲେ ଡିଜି ।

୧୩-ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ : କ୍ବାର୍ଟରରେ ସିନ୍ଧୁ ।

୧୪-କଳିଙ୍ଗା ଘାଟି ରେ ପିକନିକ ବସ ଦୁର୍ଘଟଣା ୩୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ।

୧୫-୯ ବର୍ଷ ପରେ ସିନା ବୋରା ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ମା ଇନ୍ଦ୍ରାଣୀ କହିଲେ, ମୋ ଝିଅ ଜୀବିତ ଅଛି, କାଶ୍ମୀରରେ ରହିଛି ।

୧୬-ହିନ୍ଦୁ ଧାର୍ମିକ ବହି ବିକ୍ରି ଭାଙ୍ଗିଲା ସବୁ ରେକର୍ଡ: ୯୮ ବର୍ଷରେ ପ୍ରଥମଥର ସର୍ବାଧିକ ବିକ୍ରି।

ଆଜିର ପ୍ରଶାନ୍ତି ଅନୁଚିନ୍ତା
ତାରିଖ : ୦୫-୧୨-୨୦୨୧

*🔘ବିଶ୍ୱାସ କିମ୍ବା ଆଧ୍ୟାତ୍ମିକ ଅଭ୍ୟାସ ବିଷୟରେ, ଆମେ ଦ୍ୱନ୍ଦ୍ୱକୁ କିପରି ସମାଧାନ କରିବା? ଭଗବାନ ଆଜି ସ୍ନେହପୂର୍ଣ୍ଣ ଭାବରେ ଆମକୁ ମନେ ପକାଇଛନ୍ତି ।*

*📝ଆଧ୍ୟାତ୍ମିକ ବିଷୟଗୁଡ଼ିକରେ, ପ୍ରଗତି ପାଇଁ ବିଶ୍ୱାସ ହେଉଛି ମୌଳିକ ଆବଶ୍ୟକତା । ସେହି ବିଶ୍ୱାସକୁ ଯତ୍ନର ସହ ସୁରକ୍ଷା ଦେବାର ଆବଶ୍ୟକତା ରହିଲା । ପ୍ରଭୁଙ୍କ ନିକଟରେ ସମର୍ପଣ କର, ଯିଏ ତୁମର ନିଜ ପିତାମାତାଙ୍କ ଅପେକ୍ଷା ଅଧିକ ନିଜର; ଅନ୍ୟ କାହା ନିକଟରେ ସମର୍ପଣ କର ନାହିଁ । ତୁମର ବିଶ୍ୱାସକୁ ବହୁଥିବା ପବନର ପ୍ରତ୍ୟେକ ଝୋକାରେ ପ୍ରବାହିତ ହେବାକୁ ଦିଅ ନାହିଁ । ବିଶ୍ୱାସ କର ଯେ ସମସ୍ତ ତିନୋଟି ଜଗତ ସତ୍ୟକୁ ଅନ୍ୱେଷଣ କରିପାରିବ ନାହିଁ;  ସମସ୍ତ ଚଉଦ ଦୁନିଆ (ଲୋକ) ସିଂହାସନରେ ମିଥ୍ୟା ଆରୋହଣ  କରିପାରିବ ନାହିଁ । ତୁମର କର୍ତ୍ତବ୍ୟ ହେଉଛି ଆଧ୍ୟାତ୍ମିକ ଅଭ୍ୟାସ (ସାଧନା) ଜାରି ରଖିବା ଯାହାକି ଅନ୍ୟମାନେ କହିପାରନ୍ତି, ତୁମେ ତୁମର ଅଭିଜ୍ଞତାର ପ୍ରମାଣପତ୍ରକୁ ଧରି ରଖ । ଧୈର୍ଯ୍ୟ ଏବଂ ବୁଝାମଣା ସହିତ ଅନ୍ୟମାନଙ୍କ ସହ ସହ୍ୟ କର, ଏବଂ ସହନ (ସହନ ଶକ୍ତି) ଏବଂ ସହାନୁଭୂତି ଅଭ୍ୟାସ କର । ବିବାଦର ନୁହେଁ, ଯୋଗାଯୋଗର ମାଧ୍ୟମ ଆବିଷ୍କାର କରିବାକୁ ଚେଷ୍ଟା କର । ଭାଇଚାରା ବିସ୍ତାର କର ଏବଂ ଜ୍ଞାନ ମାଧ୍ୟମରେ ଦୟାକୁ ଗଭୀରତା ପର୍ଯ୍ୟନ୍ତ ହୃଦବୋଧ କର । ତା’ପରେ, ଜୀବନ ମୂଲ୍ୟବାନ ହୋଇଯାଏ!*

*ଦିବ୍ୟ ସମ୍ଭାଷଣ, ମେ ୨୩, ୧୯୬୬ ।*

*ସହନ କିମ୍ବା ଧୈର୍ଯ୍ୟ ଶାନ୍ତି ପ୍ରଦାନ କରେ, ଏବଂ ଘୃଣା ଏବଂ କ୍ରୋଧକୁ ଦୂର କରେ । ସହନ ହେଉଛି ମଣିଷର ସବୁଠାରୁ ସମୃଦ୍ଧ ଧନ ।*

        ଖବର ଆଜିର
ତାରିଖ ୦୫-୧୨-୨୦୨୧/ରବିବାର

୧-ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ବିକେଟ ନେବାରେ ଦ୍ରୁତ ସ୍ପିନର ।

୨-କର୍ଣ୍ଣାଟକ ଏବଂ ଗୁଜୁରାଟ ପରେ ମୁମ୍ବାଇରେ ଚିହ୍ନଟ ହେଲା ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୪ କୁ ବୃଦ୍ଧି ।

୩-ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା। ପାଣିରେ ବୁଡ଼ିଲା ପାଚିଲା ଧାନ, ଉଜୁଡିଲା ଫସଲ ।

୪-ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର । ଦୁଃଖ ପ୍ରକାଶ କଲେ ଦୁଇ ହଜାର ଫେରାଇଲେ ।

୫-ଲଗାଣବର୍ଷାରେ ପୁଣି ବେହାଲ ତାମିଲନାଡୁ । ଚେନ୍ନାଇ ସମେତ ବିଭିନ୍ନ ସହରରେ ବନ୍ୟା ପରିସ୍ଥିତି ।

୬-ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ଯାଜପୁରରୁ ଭୁବନେଶ୍ବରକୁ ସ୍ଥାନାନ୍ତର ।

୭-୬ ଜିଲ୍ଲାରେ ସଂକ୍ରମଣ ବଢୁଥିବା ନେଇ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର । ଖୋର୍ଦ୍ଧା ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ  ।

୮-ଟଳିଲା ବିପଦ! ଦୁର୍ବଳ ହେଉଛି ବାତ୍ୟା  ଜୱାଦ, ଲଘୁଚାପରେ ପରିଣତ ହେବା ନେଇ ଅନ୍ତର୍ଜାତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।

୯-ଦୁର୍ବଳ ହେଉଛି ବାତ୍ୟା “ଜୱାଦ’: ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟବର୍ତ୍ତୀ ଅଞ୍ଚଳରେ ଘଷି ହୋଇଯିବ, ପ୍ରବଳ ବର୍ଷିବ, କମ୍ ପବନ ବହିବ ।

୧୦-ବିଶିଷ୍ଟ ବୈଜ୍ଞାନିକ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ ।

୧୧-ବାତ୍ୟା ଜୱାଦ: ୭ ଦିନରେ କ୍ଷତି ଆକଳନ – ଏସ୍ଆରସି ।

୧୨-ଭୁବନେଶ୍ୱରରେ ଶିଶୁ ଶ୍ରମିକ ବନ୍ଧକ ଘଟଣା: ତନାଘନା ପରେ ଶିଶୁ ଶ୍ରମିକଙ୍କୁ ଘରକୁ ପଠାଇଦେଲା ଦଲାଲ ।

୧୩-ସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ହେବ ଆଧାର ଶିବିର

୧୪-ବିଧାନସଭା ଭିତରେ ପୂଜକ ବେଶରେ ବିଧାୟକ ତରାବାହିନୀ ପତି ।

୧୫-ପୁଣି ଜାଗି ଉଠିଲା ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ, କହିଲେ- ଭାରତ ଓ ପାକିସ୍ତାନ ମଧ୍ୟରେ କାରବାର ଆରମ୍ଭ ହେବା ଉଚିତ୍ ।

ସକାଳର ଖବର, ୦୪-ଡିସେମ୍ବର-୨୦୨୧,ଶନିବାର
➡️୧-ଶ୍ରୀମନ୍ଦିରରେ ଆରମ୍ଭ ହେଲା ପରିକ୍ରମା ପ୍ରକଳ୍ପ ର କାର୍ଯ୍ୟ, ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବ ଏବଂ ମଠ ସମ୍ମୁଖରେ ହେଲା ମାପଚୁପ ।ପ୍ରଥମ ପର୍ଯ୍ୟାୟରେ ଉତ୍ତର ପାର୍ଶ୍ଵ ମଠ ସମ୍ମୁଖରେ କ୍ଲକ ରୁମ୍ ନିର୍ମାଣ ହେବ। 

➡️୨-ବାତ୍ୟା ଜୱାଦ ପାଇଁ ଆଜି ଗଂଜାମ ଏବଂ ପୁରୀ ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ଡିଇଓ ।

➡️୩-ବାତ୍ୟା ଜୱାଦ ପାଇଁ ଘୁଞ୍ଚିଲା ବିପିୟୁଟି ପରିଚାଳିତ ପିଏଚ.ଡି ପ୍ରେଗାମ ଏଣ୍ଟ୍ରାନ୍ସ । ଆସନ୍ତା କାଲି ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ତାରିଖକୁ ଘୁଞ୍ଚିଲା ।

➡️୪-ବାତ୍ୟା ‘ଜଓ୍ବାଦ’ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର (୦୬୭୫୨୨୨୩୨୩୭) ହେଲା ଜାରି । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ ।

➡️୫-ବାତ୍ୟାକୁ ଦୃଷ୍ଟିରେ ରଖି ବନ୍ଦ ହେଲା କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ।

➡️୬-ଆଜି ୨୦୨୧ ମସିହାର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ଗ୍ରହଣ । ସୂର୍ଯ୍ୟଗ୍ରହଣ ଆଜି ସକାଳ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ଣ ୦୩:୦୭ରେ ସରିବ। ଏବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଦକ୍ଷିଣ ଆମେରିକା ,ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଆଣ୍ଟାଲାଣ୍ଟିକର ଦକ୍ଷିଣ ଭାଗ ଓ ଆଫ୍ରିକାରେ ଦେଖାହେବ।

➡️୭-ଆଜି ବି ଚାଲିପାରିଲାନି ବିଧାନସଭା । ଗୃହ ବାହାରେ ଗଙ୍ଗାଜଳ ଛିଞ୍ଚିଲେ ବିଜେପି ବିଧାୟକ । ସେପଟେ ଗ୍ୟାସ ଦର ବୃଦ୍ଧି ନେଇ ଗର୍ଜିଲା ବିଜେଡି।

➡️୮-ଥାଇଲାଣ୍ଡର ସବୁଠୁ ମିଠା କୋଳି ଫଳିଲା ଖୋର୍ଦ୍ଧା ଜିଲ୍ଲା ବୋଲଗଡର ସାନକୁମ୍ଭାରୀ ଗାଁ ମାଟିରେ । ଥାଇଲାଣ୍ଡ ର ବରକୋଳି, ଯାହାକି ଦେଖିବାକୁ ଠିକ ସେଓ ପରି।

➡️୯-୪୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ବୁଷ୍ଟର୍ ଡୋଜ୍ ଦେବାକୁ କେନ୍ଦ୍ର ସରକାରଙ୍କୁ ବୈଜ୍ଞାନିକ କଲେ ସୁପାରିସ ।

➡️୧୦-ଓମିକ୍ରନକୁ ନେଇ ଆସିଲା ବଡ ସୂଚନା । ଡେଲଟା, ବିଟା ଠାରୁ ଓମିକ୍ରନର ସଂକ୍ରମଣ କ୍ଷମତା ୩ ଗୁଣ ଅଧିକ ।

➡️୧୧-ସର୍ଚ୍ଚ ଇଞ୍ଜିନ Yahoo ର ୨୦୨୧ରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରିଥିବା ନେତାଙ୍କ ସୂଚୀର ପ୍ରଥମ ସ୍ଥାନରେ ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

➡️୧୨-ମମିତା ମେହେରା ହତ୍ୟା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ରାଜନୀତି କରନ୍ତୁ ନାହିଁ, କିଛି ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ ।

➡️୧୩-କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କଲେ ଟାର୍ଗେଟ, କହିଲେ କୃଷକ ଆନ୍ଦୋଳନରେ ସହିଦ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦିଅନ୍ତୁ ।

➡️୧୪-ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହେଲେ ୧୨ ‘ଓମିକ୍ରନ’ ସନ୍ଦିଗ୍ଧ ।

➡️୧୫-ଭଗବାନ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାକୁ ବମ୍‌ରେ ଉଡ଼ାଇ ଦେବାକୁ ଆସିଲା ଧମକ । ସୋସିଆଲ ମିଡିଆରେ ଏହି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ଏବଂ ପ୍ରଶାସନିକ ସ୍ତର ସଜାଗ ହୋଇ ସମସ୍ତ ପ୍ରମୁଖ ମନ୍ଦିର, ପ୍ରବେଶ ସ୍ଥାନରେ ବଢ଼ିଲା ସୁରକ୍ଷା ।

➡️୧୬-ଖୋଲିଲା ଇମ୍ରାନ ସରକାରର ଅସଲ ଚେହେରା, ସରକାରୀ କର୍ମଚାରୀ ୩ ମାସ ହେବ ବିନା ବେତନରେ ଚୁପ ଚାପ କାମ କରୁଛନ୍ତି । ପିଲାଙ୍କ ସ୍କୁଲ ଫି ଦିଆ ନଯାଇ ପାରିବାରୁ ସେମାନଙ୍କୁ ସ୍କୁଲରେ ଆଉ ପ୍ରବେଶ କରିବାକୁ ଦିଆଯାଉନାହିଁ ।

➡️୧୭-ପୁଣି ପାକିସ୍ତାନରେ ଭିଡ଼ ହିଂସା, ଶ୍ରୀଲଙ୍କା ନାଗରିକଙ୍କୁ କଲବଲ କରି କଲେ ହତ୍ୟା ।

➡️୧୮-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ୨୨୧/୪ । ମୟଙ୍କ ଅଗ୍ରୱାଲଙ୍କ ଅପରାଜିତ ଶତକ, ଆଜାଜ୍ ପଟେଲଙ୍କୁ ମିଳିଛି ୪ ୱିକେଟ୍ । 

➡️୧୯-ବିଶ୍ବକପ ଆଶା ହେଲା ଧୂଳିସାତ୍‌, ଜୁନିୟର ହକି ସେମିରେ ହାରିଲା ଭାରତ । ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ ଜର୍ମାନୀ ।

➡️୨୦-ପର୍ତ୍ତୁଗାଲ ଷ୍ଟାର ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ କଲେ ଆଉ ଏକ ନୂଆ ରେକର୍ଡ। ସେ ହେଲେ ୮୦୦ ଗୋଲ କରିଥିବା ଦୁନିଆର ପ୍ରଥମ ଫୁଟବଲର ।

*➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।*

*ଶୁଭ ସକାଳ,ସୁପ୍ରଭାତ*
*ଆଜି ଭାରତୀୟ ନୌସେନା ଦିବସ ।*
*ଆଜି ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ।*

ଆଜିରଖବର
ଆଜିର ତାରିଖ ୦୪-୧୨-୨୦୨୧/ଶନିବାର

୧-ବାତ୍ୟା ‘ଜଓ୍ଵାଦ’କୁ ନେଇ ଜୋରଦାର ପ୍ରସ୍ତୁତି, ପୁରୀରେ ପହଞ୍ଚିଲେ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ।

୨-ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା

୩-ବିଶ୍ବକପ ଆଶା ଧୂଳିସାତ୍‌, ଜୁନିୟର ହକି ସେମିରେ ହାରିଲା ଭାରତ : ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ ଜର୍ମାନୀ ।

୪-ମାହାଙ୍ଗା ଡବଲ ମର୍ଡର ଘଟଣା: ଜେଏମଏଫସି କୋର୍ଟରେ ସରିଲା ଶୁଣାଣି, ରାୟକୁ ଅପେକ୍ଷା ।

୫-ବାତ୍ୟା ‘ଜୱାଦ’ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର: ୧୨ ଫୁଟ ଉଚ୍ଚର ଜୁଆର ଆସିବା ସମ୍ଭାବନା ।

୬-ଗଲଓ୍ବାନ ସଂଘର୍ଷ ପରେ ଭାରତ ମହାସାଗରରେ ଚୀନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଇଥିଲୁ : ନୌସେନା ମୁଖ୍ୟ ।

୭-ବାତ୍ୟା ଜୱାଦ ପାଇଁ ବିପିୟୁଟି ପରିଚାଳିତ ପିଏଚ.ଡି ପ୍ରେଗାମ ଏଣ୍ଟ୍ରାନ୍ସ ଘୁଞ୍ଚିଲା । ଆସନ୍ତା ୫ ତାରିଖ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ତାରିଖକୁ ଘୁଞ୍ଚିଲା ।

୮-ଚାଷୀ ମୃତ୍ୟୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ, ଚାଷୀ ମୃତ୍ୟୁର ସମସ୍ତ ତଥ୍ୟ ଦିଆଯାଇଛି, ତଥାପି ତଥ୍ୟ ନଥିବା କହୁଛି ବିଜେପି ।

୯-ସ୍ୱାମୀଙ୍କ ସହ ୭ ଦିନ ଏକାଠି ରହିବାକୁ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ହେଲା କାର୍ଯ୍ୟକାରୀ । ଆସିକାରେ ଭଡାଘରେ ରହିଲେ ଡାକ୍ତର ସ୍ୱାମୀ ଓ ତପସ୍ୱିନୀ ।

୧୦-ଓମିକ୍ରନ ଭୂତାଣୁ ଭୟ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା: ଓମିକ୍ରନରେ ସଂକ୍ରମିତଙ୍କ ଗୁରୁତର ହେବାର ସମ୍ଭାବନା କମ୍ ।

୧୧-ଅଧାରୁ ବନ୍ଦ ହେଲା କୋଣାର୍କ ମହୋତ୍ସବ*

୧୨-ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଲା ନିଷ୍ପତ୍ତି ।ଗତ ୧ତାରିଖରୁ ଆରମ୍ଭ ହୋଇଥିବା ମହୋତ୍ସବ ୫ତାରିଖ ଯାଏଁ ଚାଲିବାର ଥିଲା ।

୧୩-ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨ଦିନ ବନ୍ଦ ରହିବ ଟିକାକରଣ ।

୧୪-୧୫ରୁ ୩୧ ତାରିଖ ମଧ୍ୟରେ ବସିବ ଡିସିଡିଏଫ୍‌ସି ବୈଠକ: କଲେଜ ହେବ ସ୍ମାର୍ଟ ।

୧୫-ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ ।

୧୬-ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ଛଳନାପୂର୍ଣ୍ଣ ଭିଡିଓ ବିବୃତି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଅପଚେଷ୍ଟା: ବିଜେପି ।

୧୭-ଚାଷୀ ଆନ୍ଦୋଳନ ଲାଗି ଟିକାୟତଙ୍କୁ ‘ଆଇକନ ଆୱାର୍ଡ’ରେ ସମ୍ମାନିତ କରିବେ ବ୍ରିଟେନର ସ୍କୋୟାର ୱାଟର ମିଲନ ।

ଆଜିର ଖବର
ଆଜିର ତାରିଖ ୦୨/୧୨/୨୧, ଗୁରୁବାର

୧-ସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ । ୩ରେ ନେବ ବାତ୍ୟାର ରୂପ, ୪ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଜୱାଦ୍’

୨-ନୂଆ ଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ।

୩-ଭୁବନେଶ୍ୱର:ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ସହ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ।

୪-ଆସୁଛି ବାତ୍ୟା ସଜାଗ ରୁହ ଓ ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ SRCଙ୍କ ନିର୍ଦ୍ଦେଶ।

୫-କଲେଜରେ ବ୍ୟାପିଲା କରୋନା । ଢେଙ୍କାନାଳର  ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର  ୩୩ ଜଣ ଛାତ୍ର ପଜିଟିଭ୍ ।

୬-ପ୍ରବଳ ହଟ୍ଟଗୋଳରେ ବିଧାନସଭାରେ ଆଗତ ହେଲା ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ।

୭-ଅପାରଗତା ଏବଂ କର୍ତ୍ତବ୍ୟର ଅବହେଳା କାରଣରୁ ଚାରିଜଣ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର।

୮-ଗୃହ ଭିତରେ ବିରୋଧୀ, ରାଜ ରାସ୍ତାରେ ଶାସକ । ଆବାସ ଯୋଗାଇବାରେ ପାତରଅନ୍ତରକୁ ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡି ।

୯-ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ। କଡ଼ାକଡ଼ି ହେବ କୋଭିଡ ନିୟମ।

୧୦-କଣ୍ଟାବାଞ୍ଜି:ବଙ୍ଗୋମୁଣ୍ଡା ଥାନା ଆଇଆଇସି ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ।

୧୧-ନଭେମ୍ବର ମାସରେ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ।

୧୨-ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି: ଲିଟର ପିଛା ୮ଟଙ୍କା କମିଲା ପେଟ୍ରୋଲ୍‌ ଦର।

୧୩-ଜୁନିୟର ବିଶ୍ୱକପ୍‌ ହକି: ବେଲ୍‌ଜିୟମ୍‌କୁ ହରାଇ ସେମିରେ ପହଞ୍ଚିଲା ଭାରତ।

ଖବର ଆଜିର
ତାରିଖ ୦୨-୧୨-୨୦୨୧/ଗୁରୁବାର

୧-ଜୁନିୟର ହକି ବିଶ୍ୱକପ୍ ସେମିଫାଇନାଲରେ ଟିମ୍ ଇଣ୍ଡିଆ । କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇଲା ଭାରତ ।

୨-ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

୩-ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଝଡ଼ ବହିଲା।

୪-ନଭେମ୍ବର ମାସରେ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ ।

୫-୩୨ ତମ କୋଣାର୍କ ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ ୬ ଶହ ପର୍ଯ୍ୟଟକ ।

୬-ନଭେମ୍ବର ୩ରେ ଅବପାତର ରୂପ ନେଇପାରେ ଲଘୁଚାପ, ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା : ସିଇସି ।

୭-କୋଭିଡ କ୍ଷତିପୂରଣ ଆବେଦନ ସଂଖ୍ୟା ୧୦ହଜାର ଟପିଲା ।

୮-ପୁଣି ପଶିଲା ଆନ୍ଧ୍ର: କୋଟିଆରେ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଯୋଜନା, ସର୍ଭେ କରି ଫେରିଲା ଏନ୍‌ଆରଇଡି ଟିମ୍‌ ।

୯-ସାମ୍ଭବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ୮-ସୁତ୍ରୀ ଚେକ୍ ଲିଷ୍ଟ ପ୍ରଦାନ କଲେ ରାଜ୍ୟ ସରକାର ।

୧୦-ବାତ୍ୟା ‘ଜୱାଦ୍’ ମୁକାବିଲା: ଓଡ୍ରାଫ୍‌, ଅଗ୍ନିଶମ ଟିମ୍ ପ୍ରସ୍ତୁତ ।

୧୧-ଆମେରିକାର ‘ଡେମୋକ୍ରେସୀ ସମ୍ମିଟ୍’ରେ ଭାଗ ନେବ ନେପାଳ, କାମ କଲାନି ଚୀନ୍‌ର ଧମକ ।

୧୨-‘‘ବିପଦ ରହିଥିବା’’ ଦେଶରୁ ଆସିଥିବା ୬ ଟି ପଜିଟିଭ୍ କେସ୍, ଜେନୋମିକ୍ ସିକୁଏନ୍‌ସିଂ ପାଇଁ ପଠାଗଲା ନମୁନା ।

୧୩-ଚନ୍ନି ଓ ସିଦ୍ଧୁଙ୍କୁ ଅଚାନକ ଦିଲ୍ଲୀ ଡାକରା, ରାଜ୍ୟ ନେତୃତ୍ୱ ନେଇ ହୋଇପାରେ ବଡ଼ ନିଷ୍ପତ୍ତି।

୧୪-ଡିସେମ୍ବର ୬ରେ ଭାରତ ଆସୁଛନ୍ତି ପୁଟିନ୍, ସେନା ପାଇଁ ହେବ ୭.୫ ଲକ୍ଷ ଏକେ-୨୩୦ ଆସଲ୍ଟ ରାଇଫଲର ଡିଲ୍ ।

୧୫-ଆବଶ୍ୟକ ହେଲେ ଓମିକ୍ରନ ପାଇଁ ଆସିବ ସ୍ୱତନ୍ତ୍ର ବୁଷ୍ଟର ଡୋଜ୍ : ଆଦାର ପୁନାୱାଲା ।

୧୬-ସତର୍କ ରହିବା ସହିତ କଡାକଡି ଭାବରେ କୋଭିଡ ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନସାଧାରଣଙ୍କୁ ଅନୁରୋଧ

୧୭-ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଆଇଟିଡିସି ଅଧ୍ୟକ୍ଷ ନିଯୁକ୍ତ ।

*ରିଟେନସନ୍ ତାଲିକା ଘୋଷଣା କଲେ ଫ୍ରାଞ୍ଚାଇଜ୍‌ : ଜାଣନ୍ତୁ କିଏ ସବୁଠୁ ଦାମୀ ଖେଳାଳୀ ?*
01-Dec-2021 | Kanak News

```କନକ ବ୍ୟୁରୋ : ଆଇପିଏଲ୍ ୨୦୨୨ର ମେଗା ନିଲାମ ପୂର୍ବରୁ ସମସ୍ତ ପୁରୁଣା ଦଳ ଖେଳାଳି ରିଟେନ୍ ତାଲିକା ପ୍ରକାଶ କରିଛନ୍ତି । ଆଇପିଏଲ୍ ୨୦୨୨ ରେ ମୋଟ୍ ୧୦ଟି ଦଳ ଭାଗ ନେବେ । ଡିସେମ୍ବର ମଙ୍କସର ଶେଷ ସପ୍ତାହ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ମେଗା ନିଲାମ ହେବ । ଡେଭିଡ୍ ୱାର୍ଣ୍ଣର, କାଗିଶୋ ରାବାଡା, ଆରୋନ ଫିଂଚ, ସକିବ୍ ଅଲ୍ ହସନ୍, ଫର୍ଗୁସନ୍, ବୋଲ୍ଟ, ସାଉଦି ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଲୋକେଶ ରାହୁଲ, ଶିଖର ଧାୱନ, ସୁଭମନ୍ ଗିଲ୍, ମହମ୍ମଦ ସାମି, ଭୁବନେଶ୍ୱର କୁମାରଙ୍କ ଉପରେ ଫ୍ରାଂଚାଇଜିଙ୍କ ନଜର ରହିବ ।

ପଞ୍ଜାବ ପାଇଁ ଖେଳୁଥିବା ରାହୁଲଙ୍କ ରିଟେନ୍ ରଖିନି ଦଳ । ସେ ଅକ୍ସନରେ ଯିବାକୁ ଚାହୁଁଥିବା କହିଛନ୍ତି ଅନିଲ କୁମ୍ବଲେ । ହାଇଦ୍ରାବାଦ ଯୁବ ବୋଲର ଉଷ୍ମନ୍ ମଲ୍ଲିକଙ୍କୁ ରିଟେନ୍ କରିଥିବା ବେଳେ କେକେଆଇର ଗିଲ୍ ଓ ମୋର୍ଗାନଙ୍କୁ ଛାଡିଛି । ଏବେ କେଉଁ ଖେଳାଳି କେଉଁ ଦଳକୁ ଯାଉଛନ୍ତି ତାହା ଉପରେ ନଜର ରହିବ ।

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା ୧୬ କୋଟି, ଯଶ୍‌ପ୍ରୀତ୍‌ ବୁମ୍‌ରା ୧୨ କୋଟି, ସୂର୍ଯ୍ୟକୁମାର ଯାଦବ ୮ କୋଟି, କିରଣ ‌ପୋଲାର୍ଡ ୬ ‌କୋଟି, ବଳକା ୪୮ କୋଟି

ଚେନ୍ନାଇ ସୁପର କିଙ୍ଗ୍‌ସ : ରବୀନ୍ଦ୍ର ଜାଦେଜା ୧୬ କୋଟି, ମହେନ୍ଦ୍ର ସିଂହ ଧୋନି ୧୨ କୋଟି, ମୋଇନ୍‌ ଅଲ୍ଲୀ ୮ କୋଟି, ଋତୁରାଜ ଗାଏକ୍ବାଡ ୬ କୋଟି, ବଳକା ୪୮ କୋଟି

କୋଲ୍‌କାତା ନାଇଟ୍‌ ରାଇଡର୍ସ : ଆନ୍ଦ୍ରେ ରସେଲ ୧୨ କୋଟି, ମୋଟ ରାଶିରୁ ୧୬ କୋଟି କଟିବ, ବରୁଣ ଚକ୍ରବର୍ତ୍ତୀ ୮ କୋଟି, ୧୨ କୋଟି କଟିବ, ଭେଙ୍କଟେଶ ଆୟର ୮ କୋଟି, ସୁନିଲ ନାରାୟଣ ୬ କୋଟି, ବଳକା ୪୮ କୋଟି

ସନ୍‌ରାଇଜର୍ସ ହାଇଦ୍ରାବାଦ : କେନ୍‌ ୱିଲିୟମ୍‌ସନ୍‌ ୧୪ କୋଟି, ଅବଦୁଲ ସମଦ ୪ କୋଟି , ଉମ୍ରାନ ମଲ୍ଲିକ ୪ କୋଟି , ବଳକା ୬୮ କୋଟି

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ବିରାଟ କୋହଲି ୧୫ କୋଟି, ଗ୍ଲେନ୍‌ ମ୍ୟାକ୍ସୱେଲ ୧୧ କୋଟି, ମହମ୍ମଦ ସିରାଜ ୭ କୋଟି , ବଳକା ୫୭ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ୍‌ ୧୬ କୋଟି, ଅକ୍ଷର ପଟେଲ ୯ କୋଟି, ମୋଟରୁ ୧୨ କୋଟି କଟିବ, ପୃଥ୍ବୀ ସ’ ୭.୫ କୋଟି, ୮କୋଟି କଟିବ, ଅନ୍‌ରିକ୍‌ ନର୍ଖିୟା ୬.୫ କୋଟି, ବଳକା ୪୭.୫ କୋଟି

ରାଜସ୍ଥାନ ରୟାଲ୍‌ସ : ସଞ୍ଜୁ ସାମ୍‌ସନ୍‌ ୧୪ କୋଟି, ଜୋସ୍‌ ବଟଲର୍‌ ୧୦ କୋଟି, ଯଶସ୍ବୀ ଜୟସ୍ବାଲ ୪ କୋଟି, ବଳକା ୬୨ କୋଟି

ପଞ୍ଜାବ କିଙ୍ଗ୍ସ : ମୟଙ୍କ ଅଗ୍ରୱାଲ ୧୨ କୋଟି, ମୋଟରୁ ୧୪ କୋଟି କଟିବ, ଅର୍ଶଦୀପ ସିଂହ ୪ କୋଟି, ବଳକା ୭୨ କୋଟି।

ସକାଳର ଖବର, ୩୦-ନଭେମ୍ବର-୨୦୨୧,ମଙ୍ଗଳବାର*

➡️୧-ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ସମୁଦାୟ ୨୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।

➡️୨-ମୌସୁମି ଅଧିବେଶନରେ କରିଥିବା ହଙ୍ଗାମା ପାଇଁ ଶୀତ ଅଧିବେଶନରେ ଦଣ୍ଡ ପାଇଲେ ୧୨ ସାଂସଦ । ୧୧ ଅଗଷ୍ଟ ମୌସୁମି ଅଧିବେଶନ ବେଳେ ହଙ୍ଗାମା କରିଥିବାରୁ ଶୀତକାଳିନ ଅଧିବେଶନରେ ରାଜ୍ୟସଭାରୁ ନୀଲମ୍ବିତ ହେଲେ ୧୨ ଜଣ ସାଂସଦ ।

➡️୩-ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବର୍ଷା ସମ୍ଭାବନା । ୮ ଜିଲ୍ଲାରେ ପଡିବ ପ୍ରଭାବ, ଚାଷୀଙ୍କୁ ସତର୍କ କଲା ଓୟୁଏଟି । ଜିଲ୍ଲା ଗୁଡିକ ହେଲା ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ।

➡️୪-ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ହେବ ଆରମ୍ଭ । ନିରପତ୍ତାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସଂଲଗ୍ନ ରାସ୍ତା ଉପରେ ଲାଗିବ କଟକଣା ।

➡️୫-ପଦ ଛାଡ଼ିଲେ ଟ୍ବିଟର ସିଇଓ ଜ୍ୟାକ୍‌ ଡୋର୍ସି, ପରାଗ ଅଗ୍ରଓ୍ବାଲଙ୍କୁ ମିଳିଲା ଦାୟିତ୍ବ ।

➡️୬-ନନ୍ଦନକାନନରେ ଭୋଜି କରିବାପାଇଁ ମିଳିଲା ଅନୁମତି । ଡିସେମ୍ବର ୧ ତାରିଖରୁ ନନ୍ଦନକାନନରେ ଭୋଜି କରିପାରିବେ ପର୍ଯ୍ୟଟକ ।

➡️୭-ଭୁବନେଶ୍ୱର ସ୍ମାର୍ଟ ସିଟିରେ ବୁଲିଲେ ଫ୍ରାନ୍ସ ଅଧିକାରୀ, CEOଙ୍କ ସହିତ କଲେ ବିକାଶର ସମୀକ୍ଷା ।

➡️୮-ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାର ଦେଲେ ଅନୁମତି । ହେଲେ ତାଲିକାଭୁକ୍ତ ଦେଶରୁ ଆସୁଥିବା ବିମାନକୁ ଏବେ ନିଷେଧ କରାଯାଇଛି। 

➡️୯-ବଲିଉଡ୍‌ ସୁପରଷ୍ଟାର ଆମୀର ଖାନ ଏବଂ ଅଭିନେତ୍ରୀ କରୀନା କପୁର ଖାନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଡ୍‌ଢା’ ୧୪ ଏପ୍ରିଲ ୨୦୨୨ରେ ସିନେମାଘରେ ମୁକ୍ତିଲାଭ କରିବ ।

➡️୧୦-ଦିଲ୍ଲୀରେ ଖୋଲିଲା ସମସ୍ତ ସ୍କୁଲ, କଲେଜ : ପ୍ରଦୂଷଣ ପାଇଁ ରହିଥିଲା ବନ୍ଦ ।

➡️୧୧-ବିନା ଆଲୋଚନାରେ କୃଷି ବିଲ୍‌ ପ୍ରତ୍ୟାହାରକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ ।

➡️୧୨-ସିମଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସାମିଲ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ । ପର୍ଯ୍ୟଟନସ୍ଥଳରେ ବୁଲିବା ଅନୁଭୂତିକୁ ନେଇ ନିର୍ମାଣ ହୋଇଛି ସିନେମା ।

➡️୧୩-ଡିସେମ୍ବର ୯ ତାରିଖରେ ପଡିବ ଭିକ୍କି କୌଶଲ-କ୍ୟାଟ୍ରିନା କୈଫଙ୍କ ହାତଗଣ୍ଠି । ଅତିଥିଙ୍କ ପାଇଁ ବୁକ୍ ହୋଇଛି ୪୫ରୁ ଅଧିକ ହୋଟେଲ ।

➡️୧୪-ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଦିନ ୨ଟା ଯାଏଁ ଗୃହ ମୁଲତବୀ ।

➡️୧୫-ବିଶ୍ୱ ପାଇଁ ବଡ ବିପଦ ସାଜିପାରେ ‘ଓମିକ୍ରନ’ । ସତର୍କ କରାଇଲା ହୁ , କହିଲା, ଦ୍ରୁତ ଗତିରେ ମାଡିବା ସହ ଘଟାଇପାରେ କ୍ଷତି ।

➡️୧୬-ପୁଣି ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଯଦି ପଦକ୍ଷେପ ନିଆଯାଉଛି ତେବେ ପ୍ରଦୂଷଣ କମୁନି କାହିଁକି ।

➡️୧୭-ବାଇକ୍‌ ଦୁର୍ଘଟଣାରେ ଅଷ୍ଟ୍ରେଲିଆ କ୍ରିକେଟର ଶେନ୍‌ ଓ୍ବାର୍ଣ୍ଣ ଆହତ, ହସ୍ପିଟାଲରେ ହେଲେ ଭର୍ତ୍ତି ।

➡️୧୮-କାନପୁରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସହ ହେଲା ଡ୍ର  ।

➡️୧୯-ସୁନ୍ଦର ପିଚ୍ ପ୍ରସ୍ତୁତ ପାଇଁ ରାହୁଲ ଦ୍ରାବିଡ୍ କାନପୁର କ୍ରିକେଟ୍ ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫଙ୍କୁ ୩୫ହଜାର ଟଙ୍କା ଦେଇ କଲେ ସମ୍ମାନିତ ।

➡️୨୦-ଦୀର୍ଘ ଦିନର ପ୍ରେମିକା ମିତାଲି ପାରୁଲକରଙ୍କ ସହିତ ନିର୍ବନ୍ଧ କଲେ ଲର୍ଡ ଶାର୍ଦ୍ଦୁଲ ଠାକୁର ।

*➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।

Web king

Post a Comment

Previous Post Next Post