Odisha +2 exam 2022 news

 [17/03, 9:27 am] Kk Wpgrp-Divya Kishor Singh: *╭─────────────────────╮*

*🌄ସକାଳର ଖବର, ୧୭-ମାର୍ଚ୍ଚ-୨୦୨୨,ଗୁରୁବାର*

*╰─────────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଏଣିକି ଜନ୍ମ ହେବା ମାତ୍ରେ ଶିଶୁର ହେବ ଆଧାର ନମ୍ବର। ହସ୍ପିଟାଲରେ ଜନ୍ମ ନେଉଥିବା ଶିଶୁ ଘରେ ପହଞ୍ଚିବା ବେଳକୁ ଆଧାର ସଂଯୋଗ ହୋଇସାରିଥିବ। ରାଜ୍ୟ ସରକାର ଖୁବଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ।


➡️୨-ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୨୧ରୁ ବିଦ୍ୟାଳୟ ସକାଳୁଆ କରିବାକୁ ସରକାରୀ ସ୍ତରରେ ଯୋଜନା  ଚାଲିଛି । ତେବେ ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି ।


➡️୩-ଆସନ୍ତା ଏପ୍ରିଲ ୪ ତାରିଖରୁ ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ।


➡️୪-କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ କରିବା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ମୋଟ ୮୧୧୬୫ଟି ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି ।


➡️୫-ବିଏସ୍ଏନ୍ଏଲ୍ ଆଣିଲା ଜବରଦସ୍ତ ପ୍ଲାନ୍ ଅଫର, ମାତ୍ର ୭୯୭ ଟଙ୍କା ରିଚାର୍ଜରେ ୩୯୫ ଦିନର ବୈଧତା ସହ ମିଳିବ ଦୈନିକ ୨ ଜିବି ଡାଟା । ଏହି ଯୋଜନା ସାରା ଦେଶରେ ପ୍ରଯୁଜ୍ୟ ହେବ ।


➡️୬-ଗତକାଲି ବିଳମ୍ବିତ ରାତ୍ରରେ ଜୁନାଗଡ଼ର A ଟୁ Z ସପିଙ୍ଗ ମଲରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର l 


➡️୭-ଆସନ୍ତା ଅପ୍ରେଲ ୧ରେ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ସହ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ହେବଗG


➡️୮-ବାହା ହେବା ପାଇଁ ନିଜ ଇଛାରେ ଧର୍ମ ପରିବର୍ତ୍ତନ କଲେ ଯୁବତୀ । ମୁସ୍ଲିମ୍ରୁ ହେଲେ ହିନ୍ଦୁ । ଝିଅର ଇଛାକୁ ସମ୍ମାନ ଜଣାଇ ପରିବା ଲୋକେ ମଧ୍ୟ କଲେ ସମର୍ଥନ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ ।


➡️୯-ଓଡ଼ିଶାରେ ତାତି ଡେଇଁଲା ୪୦ ଡିଗ୍ରି। ଏକାଥରେ ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଓ ତା’ଠାରୁ ଅଧିକ ରହିଛି। ପ୍ରଥମ ଥର ଲାଗି ଚଳିତବର୍ଷ ଗ୍ରୀଷ୍ମ ସମୟରେ ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ରେକର୍ଡ କରାଯାଇଛି।


➡️୧୦-ବକ୍ସ ଅଫିସରେ ଧମାଲ କରୁଛି ‘ଦ କଶ୍ମୀର ଫାଇଲସ୍ । ଗତ ୫ଦିନ ମଧ୍ୟରେ ‘ଦ କଶ୍ମୀର ଫାଇଲସ୍’ ସିନେମା ୬୦ କୋଟି ଟଙ୍କାରୁ ଊର୍ଧ୍ବ ଆୟ କରିଥିବା କୁହାଯାଉଛି। ତେବେ ଗତ ୪ଦିନ ମଧ୍ୟରେ ଏହି ସିନେମା ବକ୍ସ ଅଫିସରେ ୪୭.୮୫କୋଟି ଟଙ୍କା ଆୟ କରିଥିବା ଶୁଣିବାକୁ ମିଳିଥିଲା।


➡️୧୧-ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ରୁଷ୍‌ ଏବଂ ଆମେରିକା ମଧ୍ୟ‌ରେ ହେଲା ପ୍ରଥମ ଉଚ୍ଚସ୍ତରୀୟ କଥାବାର୍ତ୍ତା । ଏନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏକ ବିବୃତି ଜାରି କରି ଏହି ସୂଚନା ଦିଆଯାଇଛି ।


➡️୧୨-୩୬ ଶହ କୋଟି ଟଙ୍କା ବିଶିଷ୍ଟ ଅଗଷ୍ଟା ୱେଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ ।


➡️୧୩-କୋଟିଆ ମାମଲା ନୂଆ ମୋଡ଼ ନେଲା । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍ର ପ୍ରଥମେ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କଲେ ସମ୍ମତି ପ୍ରକାଶ ।


➡️୧୪-ହରଭଜନଙ୍କୁ ରାଜ୍ୟସଭାକୁ ପଠାଇପାରେ ଆପ୍; ସବୁଜ ସଂକେତ ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ, ଖାଲି ଘୋଷଣା ହେବା ରହିଲା ବାକି ।


➡️୧୫-ପୁଣି ଫେରିଲା କରୋନା, ଚାଇନା ସମେତ କେତେକ ଦେଶରେ ହୁହୁ ହୋଇ ମାଡ଼ିଛାଲିଛି ମହାମାରୀ। ଏଥିପାଇଁ ଆଗୁଆ ସତର୍କ ହେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର।


➡️୧୬-ଗତକାଲି ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନର ରାଜଧାନୀ ଟୋକିଓ । ୭.୧ ରିକ୍ଟର ତୀବ୍ର ଭୂମିକମ୍ପରେ ଥରିଲା ଦେଶ: ୨୦ ଲକ୍ଷରୁ ଅଧିକ ପରିବାରକୁ ବିଦ୍ୟୁତ ସେବା କରାଗଲା ବିଚ୍ଛିନ୍ନ ।


➡️୧୭-ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟ ଦେଲେ କଡା ନିର୍ଦ୍ଦେଶ । କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ କୋର୍ଟ । 


➡️୧୮-ବିଶ୍ୱକପରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ଭାରତୀୟ ମହିଳା କ୍ରିକେଟର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ । ଗତ କିଛି ଦିନ ତଳେ ସର୍ବାଧିକ ୱିକେଟ ନେବା ତାଲିକାରେ ନିଜ ନାଁ ରଖିଥିବା ଝୁଲଣ ଗୋସ୍ୱାମୀ ଏବେ ଦିନିକିଆରେ ମୋଟ ୨୫୦ ୱିକେଟ ନେଇଛନ୍ତି । ଏହି ମାଇଲଷ୍ଟୋନ ଅତିକ୍ରମ କରିବାରେ ସେ ପାଲଟିଛନ୍ତି ଭାରତତର ପ୍ରଥମ ମହିଳା କ୍ରିକେଟର ।


➡️୧୯-ୟୁକ୍ରେନ ଓ ରୁଷିଆ ‌ଯୁଦ୍ଧ ଯୋଗୁଁ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ରୁଷିଆରୁ ସ୍ଥାନାନ୍ତରିତ ହେଲା ଚେନ୍ନାଇ । ଜୁଲାଇ ୨୬ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଚଳିତ ବର୍ଷ ମଧ୍ୟଭାଗରେ ଭାରତର ଚେନ୍ନାଇରେ ହେବ ।


➡️୨୦-ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ ପକ୍ଷରୁ ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତାରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ତଳକୁ ଖସି ଆସିଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଉପରକୁ ଉଠିଛନ୍ତି। ବୋଲର ମାନ୍ୟତାର ବୁମ୍‌ରା ଶୀର୍ଷ-୫ରେ ପହଞ୍ଚିଲେ ।


*➡️ଖରାଦିନ ଆସିଗଲାଣି, ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।।*


*ଶୁଭ ସକାଳ,ସୁପ୍ରଭାତ*

*ଆଜି ହୋଲିକା ଦହନ ।*

[17/03, 2:46 pm] Kk Wpgrp-Divya Kishor Singh: *ଏପ୍ରିଲ_୨୮ରୁ_ଦ୍ବାଦଶ_ପରୀକ୍ଷା*


*ଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା ।*

*ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ଖରାକୁ ଦେଖି ଦୈନିକ ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ।*


*ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ। ନିଜ ଶିକ୍ଷକଙ୍କ ଦ୍ବାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।*


*ଦୁଇଟି ପଦ୍ଧତିରେ ହେବ ମୂଲ୍ୟାଙ୍କନ।* 

*ପ୍ରଥମ- ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମିଳିବ ମାର୍କ-*

*ଦ୍ବିତୀୟ- ବାର୍ଷିକ ପରୀକ୍ଷାରେ ୮୦% ଓ କ୍ବାର୍ଟର ଏଣ୍ଡର ୨୦% ୱେଟେଜ ଅନୁସାରେ ମାର୍କ ଦିଆଯିବ*

[17/03, 2:46 pm] Kk Wpgrp-Divya Kishor Singh: *ୟୁକ୍ରେନ-ଋଷ ଯୁଦ୍ଧର କରୁଣ ଚିତ୍ର । କଲବଲ ହେଉଛି ଶୈଶବ । ପ୍ରତି ମିନିଟରେ ଶରଣାର୍ଥୀ ସାଜୁଛନ୍ତି ୫୫ଶିଶୁ*


*୨୨ ଦିନରେ ଋଷ–ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ ଉପରେ ପୁଟିନ ସେନାର ମିଜାଇଲ ମାଡ*

Web king

Post a Comment

Previous Post Next Post