All odisha news, odiya news, odiya web, www.odiyaweb.blogspot.com


ତାରିଖ ୧୬/୧୨/୨୧, ଗୁରୁବାର



୧-ଶ୍ରୀମନ୍ଦିରରେ ଦର୍ଶନ  ପାଇଁ ଆଜିଠୁ ନୂଆ SOP : ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ  ଶ୍ରୀମନ୍ଦିର ଖୋଲା।


 ୨-୬୦୦୦ ଶିକ୍ଷକଙ୍କ ସରିଲା ପ୍ରଶିକ୍ଷଣ,ଆଜି ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ,୧୭ରୁ ପଢାଇବେ ପାଠ।


୩-BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା କେନ୍ଦ୍ରାପଡା,  ମୁଖ୍ୟମନ୍ତ୍ରୀ ଭେଟି ଦେଲେ ୧୫୨୬ କୋଟି ଟଙ୍କାର ପ୍ରକଳ୍ପ।


୪-ବ୍ୟାଙ୍କିଙ୍ଗ ଆଇନ୍ ସଂଶୋଧନ ବିଲକୁ ବିରୋଧ, ଆଜିଠୁ ଦୁଇଦିନ ବ୍ୟାଙ୍କ ବନ୍ଦ।


୫-ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ୭ଟି ବଡ଼ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ ୬୦୦୦ରୁ ଉର୍ଦ୍ଧ୍ୱ ନିଯୁକ୍ତି।


୬-କନ୍ଧମାଳକୁ ରେଳ ସଂଯୋଗ ଦାବି, ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ।


୭-ଟ୍ବିନ ସିଟିରେ ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବ, କମିଶନରେଟ୍‌ ଅଞ୍ଚଳରେ ୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ।


୮-୧୯୮୭ ବ୍ୟାଚର ଆଇପିଏସ ଅଫିସର  ସୁନୀଲ କୁମାର ବଂଶଲ ହେବେ ନୂଆ ପୋଲିସ ଡିଜି । 


୯-ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାରେ କେନାଲକୁ ଖସିପଡିଲା ବସ୍, ୯ ମୃତ।


୧୦-ଭୋଟର ଆଇଡି କାର୍ଡ ସହ ସଂଯୋଗ ହେବ ଆଧାର କାର୍ଡ: ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ଯାଇ କେନ୍ଦ୍ର ସରକାରଙ୍କ ନିଷ୍ପତି।


୧୧-ରୂପେ ଡେବିଟ କାର୍ଡ ଓ କମ୍ ଟଙ୍କାର ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ ମଞ୍ଜୁରି,ଗୋଟିଏ ବର୍ଷ ଲାଗି ଏହି ଯୋଜନା ପାଇଁ ୧,୩୦୦ କୋଟି ଟଙ୍କା ବ୍ୟୟବରାଦ।


୧୨-କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ; ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ।


*ସକାଳର ଖବର, ୧୬-ଡିସେମ୍ବର-୨୦୨୧,ଗୁରୁବାର*

➡️୧-ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି ଆରମ୍ଭ । ଏହି ପହିଲି ଭୋଗ ନୀତି ମାସେ ଧରି ଚାଲିବ ।


➡️୨-ଏଣିକି ଶ୍ରୀମନ୍ଦିରରେ ଆଜିଠାରୁ ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିପାରିବେ।ପୂର୍ବପରି ପ୍ରତ୍ୟେକ ରବିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଏ ନେଇ ନୂଆ ମାର୍ଗଦର୍ଶିକା (ଏସ୍‌ଓପି) ଜାରି କଲା ମନ୍ଦିର ପ୍ରଶାସନ।


➡️୩-ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର-ପଶ୍ଚିମ ଓ ଉତ୍ତର ଦିଗରୁ ଓଡ଼ିଶାକୁ ପ୍ରବାହିତ ହେବାକୁ ଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ଶୀତ ପ୍ରବାହ ବୃଦ୍ଧି ପାଇବ।


➡️୪-ଏଣିକି ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର ।ନିର୍ବାଚନୀ ସଂସ୍କାର ପାଇଁ 


➡️୫-ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରଗରମ ହୋଇ ଆସିବା ବେଳେ ଗତଥର ଅପେକ୍ଷା ଏଥର ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଦେଲେ ସୂଚନା ।


➡️୬-ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ ଗଣନା ହେବ ।


➡️୭-ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ଆଜିଠାରୁ ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଧର୍ମଘଟ ।


➡️୮-୨୭ ବର୍ଷ ପରେ ଓଡ଼ିଶା ଫେରୁଛନ୍ତି ନବ ନିଯୁକ୍ତ ଡିଜିପି ସୁନିଲ କୁମାର ବଂଶଲ। ୧୯୯୪ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଆଉ ଓଡ଼ିଶା ଫେରି ନ ଥିଲେ। ଦୀର୍ଘ ୨୭ ବର୍ଷ କାଳ ଦିଲ୍ଲୀ, ମୁମ୍ବାଇରେ ରହି କାମ କରୁଥିଲେ ।


➡️୯-ଏଣିକି ଓଡ଼ିଆରେ ଲେଖାଯାଇ ପାରିବ ଚାର୍ଜସିଟ୍। ଯେଉଁ ଅଧିକାରୀ ଇଂରାଜୀରେ ଦୁର୍ବଳ ସେମାନେ କେସ୍ ଡାଏରି, ଚାର୍ଜସିଟ୍ ଓଡ଼ିଆରେ ପ୍ରସ୍ତୁତ କରିବା ପାଇଁ ସର୍କୁଲାର ଜାରି କରିଲେ ଡିଜିପି ଅଭୟ।


➡️୧୦-ଏମ୍ସ ଫାକଲ୍‌ଟି ନିଯୁକ୍ତି ପ୍ରକ୍ରିୟାରେ ବିଭ୍ରାଟ: ଯୋଗ୍ୟ ପ୍ରାର୍ଥୀ ଥାଇ ମଧ୍ୟ ଦେଲେନି ନିଯୁକ୍ତି। 


➡️୧୧-ରାଜ୍ୟରେ ଜାରି ରହିଥିବା ଟିକାକରଣ ଅଭିଯାନରେ ଗତକାଲି ସୁଦ୍ଧା ୧ଲକ୍ଷ ୯୬ହଜାର ୩୬୩ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୪କୋଟି ୬୬ଲକ୍ଷ ୫୬ହଜାର ୯୨୬ରେ ପହଞ୍ଚିଲା।


➡️୧୨-ଆମେରିକାର ମହାକାଶ ଗବେଷଣା ସଂସ୍ଥାକୁ ମିଳିଲା ଐତିହାସିକ ସଫଳତା । ନାସାର ଅନ୍ତରୀକ୍ଷ ଯାନ ସୂର୍ଯ୍ୟଙ୍କୁ କଲା ସ୍ପର୍ଶ  । ଏଭଳି ଏକ ବିରଳ ଓ ବିଶାଳ ଅନୁଭୂତି ଯାହା ଆଗରୁ କେହି ହାସଲ କରିପାରିନଥିଲେ । 


➡️୧୩-ଆସିଲା ଡାଟା ଆନାଲିଟିକ୍ସ କମ୍ପାନି ଦ୍ୱାରା ୟୁଗଭ୍‌ ର ସର୍ଭେ ରିପୋର୍ଟ, ପ୍ରଧାନମନ୍ତ୍ରୀ ମୋଦୀ ହେଲେ ବିଶ୍ବରେ ଅଷ୍ଟମ ସର୍ବାଧିକ ପସନ୍ଦ‌ଯୋଗ୍ୟ ବ୍ୟକ୍ତି । ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା। ଏଥିରେ ୩୮ଟି ରାଷ୍ଟ୍ରରୁ ୪୨ ହଜାର ଲୋକଙ୍କର ମତାମତ ନିଆଯାଇଥିଲା ।


➡️୧୪-ଗୋଆରେ ଗର୍ଜିଲେ ମମତା ବାନାର୍ଜୀ: କହିଲେ ଜଣେ ଗୁଜୁରାଟୀ ଯଦି ସାରା ଦେଶ ଯାଇପାରିବ, ବଙ୍ଗଳୀ କାହିଁକି ନୁହଁ ।


➡️୧୫-ଆସନ୍ତା ଜାନୁଆରି-ଫେବ୍ରୁଆରିରେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବ। କେତେକ ଗାଣିତିକ ମଡେଲ ଅଧ୍ୟୟନ ଦ୍ବାରା ଏହି ଆକଳନ କରାଯାଇଛି।


➡️୧୬-ଦେଶରେ ଦ୍ରୁତ ଗତିରେ ଡେଇଁ ଚାଲିଛି ଓମିକ୍ରନ ସଂକ୍ରମଣ : ୭୩ରେ ପହଁଚିଲାଣି ଆକ୍ରାନ୍ତ ସଂଖ୍ୟା ।


➡️୧୭-ବ୍ରିଟେନରେ ଦୈନିକ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି : ଦିନକରେ ଚିହ୍ନଟ ହେଲେଣି ୭୮ ହଜାରରୁ ଅଧିକ ଆକ୍ରାନ୍ତ ।


➡️୧୮-ନ୍ୟୁଜିଲାଣ୍ଡରେ ୨୦୨୨ ମାର୍ଚ୍ଚ ୪ରୁ ମହିଳା ଦିନିକିଆ ବିଶ୍ବକପ୍‌ ଖେଳାଯିବ। ଏହି ବିଶ୍ବକପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଭାରତ ମାର୍ଚ୍ଚ ୬ରେ ପ୍ରଥମ ମ୍ୟାଚ୍‌ ଖେଳିବ।


➡️୧୯-ଆଜିଠାରୁ ଇଂଲଣ୍ଡ-ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍‌ବେନ୍‌ର ଗାବା ଷ୍ଟାଡିୟମ୍‌ରେ ଖେଳିବ ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ । 


➡️୨୦-ଚଳିତ ମାସ ୨୬ ତାରିଖରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ କରିବ । 


*➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।*


*ଦେଶରେ ଯେମିତି ହେଲେ ଆସିବ ତୃତୀୟ ଲହର, ବୁଷ୍ଟର ଡୋଜ୍ ସହ ହସ୍ପିଟାଲ୍‌ ପ୍ରସ୍ତୁତ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ।*


*_ଭାରତରେ କରୋନାର ତୃତୀୟ ଲହର ନିଶ୍ଚୟ ଆସିବ। ଏହା ଅବଶ୍ୟମ୍ଭାବୀ । ତେଣୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବାକୁ ପରାମର୍ଶ ଦେଇଛନ୍ତି ଫର୍ଟିସ ଏସ୍କର୍ଟସ ହାର୍ଟ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଶୋକ ସେଠ୍।_*


*_ସେ କହିଛନ୍ତି ଯେ, ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେଣୁ ଏହା ଭାରତରେ ତୃତୀୟ କୋଭିଡ ଲହରର କାରଣ ହୋଇପାରେ। ତେବେ ଏହା ଯୋଗୁଁ ଜଟିଳ ସ୍ଥିତି ଉପଜିନପାରେ। ଯେମିତିକି ବହୁ ସଂଖ୍ୟାରେ ଲୋକ ସଙ୍କଟାପନ୍ନ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇନପାରନ୍ତି କିମ୍ବା ଅକ୍ସିଜେନର ଅଭାବ ଭଳି ସ୍ଥିତି ଉପୁଜି ନପାରେ । କିନ୍ତୁ ଓମିକ୍ରନ ଅତ୍ୟଧିକ ସଂକ୍ରାମକ ହୋଇଥିବାରୁ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇପାରନ୍ତି। ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ସେମାନଙ୍କ ପାଇଁ ଏହା ଘାତକ ହୋଇପାରେ। ଏଣୁ ତୃତୀୟ ଲହର କାୟାବିସ୍ତାର କରିବା ପୂର୍ବରୁ ବୁଷ୍ଟର୍ ଡୋଜ୍ ର ବ୍ୟବସ୍ଥା କରିବା ନିହାତି ଦରକାର।_*


*_ସେହିପରି ମେଡିକାଲ ଭିତ୍ତିଭୂମି ସହିତ ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କୁ କେମିତି ଚିକିତ୍ସା ସୁବିଧା ଯୋଗାଇ ହେବ ସେନେଇ ପ୍ରସ୍ତୁତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବାକୁ ଦରକାର ବୋଲି ସେ କହିଛନ୍ତି ।_*


❤❤❤


*ପୃଥିବୀ ଆଡକୁ ମାଡି ଆସୁଛି ମହାକାଶୀୟ ବିପଦ : ଆଗାମୀ ୪୮ ଘଂଟାରେ ପୃଥିବୀ ପାଖ ଦେଇ ଗତିକରିବ ବିରାଟ ପଥର ।*

🌍 *ବିଶାଳ ମହାକାଶୀୟ ପଥର ଖଣ୍ଡ ଉପରେ ନାସା ରଖିଛି ନଜର ।*

*_ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ମହାକାଶୀୟ ପଥରଖଣ୍ଡ । ଆସନ୍ତା ୪୮ ଘଂଟା ଏହି କାରଣରୁ ପୃଥିବୀ ପାଇଁ ବେଶ୍ ଜରୁରୀ ରହିବ । ଆମେରିକା ମହାକାଶ ଗବେଷଣା ନାସା ଏହାକୁ ନେଇ ରଖିଛି କଡା ନଜର । ମହକାଶରେ ପୃଥିବୀ ଆଡକୁ ମାଡି ଆସୁଥିବା ଏହି ବିଶାଳ ମହାକାଶୀୟ ବସ୍ତୁଟି ଏକ ଆଷ୍ଟ୍ରଏଡ ବା ପଥରଖଣ୍ଡ । ନାସା ଏହାର ନାମକରଣ ୨୦୦୩ ଏସଡି ୨୨୦ ରଖିଛି । ଆମେରିକା ମହାକାଶ ଗବେଷଣା ସଂସ୍ଥାର ଆମିସ ଏକ୍ସପ୍ଲୋରେସନ ସେଂଟର ଏହାକୁ ବିପଦଜନକ ମହାକାଶୀୟ ପଥରଖଣ୍ଡ ଶ୍ରେଣୀରେ ସ୍ଥଅକୁ ପ୍ରଥମେ ଠାବ କରିଥିଲା । ୨୦୦୩ ଏସଡି ୨୨୦ ନାମକ ଏହି ବିଶାଳ ମହାକାଶୀୟ ପଥର ଖଣ୍ଡଟି ଶୁକ୍ର ଏବଂ ପୃଥିବୀ ମଧ୍ୟରେ ରହିଥିବା କକ୍ଷ ପଥର ଘୁରି ବୁଲୁଛି ।_*

*_ପ୍ରତ୍ୟେକ ୪ ମାସରେ ସୂର୍ଯ୍ୟ ଚାରିପାଖରେ ଏହା ଥରେ ପରିକ୍ରମା କରିଛି । ପ୍ରଥମ ଥର ପାଇଁ ୨୦୦୩ ମସିହାରେ ଏହି ମହାକାଶୀୟ ପଥରଟିକୁ ଠାବ କରାଯାଇଥିଲା । ମହାକାଶ ବିଜ୍ଞାନୀ ଏହାକୁ ଟେଲିସ୍କୋପ୍ ଜରିଆରେ ଠାବ କରିଥିଲେ । ଏହାକୁ ଅନୁଧ୍ୟାନ କରିବା ପରେ ଏହାକୁ ବିପଦଜନକ ବର୍ଗରେ ସ୍ଥାନ ଦିଆଯାଇଛି । ଏହି ମହାକାଶୀୟ ପଥର ଖଣ୍ଡଟି ପ୍ରାୟ ୧ କିଲୋମିଟର ଅଂଚଳ ପରିବ୍ୟାପ୍ତ ହେବ । ଶେଷ ଥର ପାଇଁ ୨୦୧୮ ମସିହା ଡିସେମ୍ୱର ୨୨ ତାରିଖରେ ଏହାକୁ ଠାବ କରାଯାଇଥିଲା । ସେତେବେଳେ ଏହା ପୃଥିବୀ ଠାରୁ ୧୬.୧୫ ଲକ୍ଷ କିମି ଦୂରରେ ରହିଥିଲା । ଅର୍ଥାତ୍ ଭାରତ ଠାରୁ ଚନ୍ଦ୍ର ଯେତିକି ଦୂରରେ ରହିଛି ତାହା ଠାରୁ ୬ ଗୁଣ ଅଧିକ ଦୂରତାରେ ଥିଲା ।_*

*_ଏହି ମହାକାଶୀୟ ପଥର ଖଣ୍ଡ ନିକଟକୁ ନାସା ରୋବଟ ପଠାଇ ଏହା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ନେଇ ଯୋଜନା ରଖିଛି । ଆସନ୍ତା ୪୮ ଘଂଟା ମଧ୍ୟରେ ଏହି ବିଶାଳ ମହାକାଶୀୟ ପଥର ଖଣ୍ଡ ଟି ପୃଥିବୀ ଠାରୁ ୬୪ ଲକ୍ଷ କିମି ଦୂରରେ ଅତିକ୍ରମ କରିବ । ଅନ୍ତରୀକ୍ଷରେ କୋଟି କୋଟି କିଲୋମିଟର ଦୂରତାକୁ ଅଧିକ ବୋଲି ଧରା ଯାଇନଥାଏ । କାରଣ ଏହି ପଥରଖଣ୍ଡର ପଥରେ ମାତ୍ର ଗୋଟିଏ ଡିଗ୍ରୀ ପରିବର୍ତନ ହୋଇଗଲେ ତାହା ପୃଥିବୀ ଆଡକୁ ଗତି କରିବା ସଂଭାବନା ରହିଛି ।_*

*_ତେଣୁ ଯଦି କୌଣସି ଧୂମକେତୁ, କ୍ଷୁଦ୍ରଗ୍ରହ, ଉପଗ୍ରହ ପରି ମହାକାଶୀୟ ଜନିଷ ପୃଥିବୀ ଠାରୁ ୭୪ ଲକ୍ଷ କିମି ଦୂରତା ମଧ୍ୟରେ ଆସୁଥାଏ, ତେହାକୁ ବିପଜଜନକ ଶ୍ରେ୍ଣୀରେ ରଖାଯାଇଥାଏ । ପୃଥିବୀ ଠାରୁ ୧୯ କୋଟି କିଲୋମିଟର ମଧ୍ୟରେ ଅତିକ୍ରମ କରୁଥିବା କୌଣସି ଦ୍ରୁତ ଗତିର ବସ୍ତୁକୁ ନାସା , ନିୟର ଆର୍ଥ ଅବଜେକ୍ଟ ବା ପୃଥିବୀର ନିକଟତମ ବସ୍ତୁ ତାଲିକାରେ ରଖିଥାଏ ।_*

❤❤


ତାରିଖ ୧୬-୧୨-୨୦୨୧/ଗୁରୁବାର

୧-ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଏସଆଇଟି ରିପୋର୍ଟ । ତେଜିଲା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି ।

୨-ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାରେ କେନାଲକୁ ଖସିପଡିଲା ବସ୍, ୯ ମୃତ ।

୩-ଆର୍ୟନଙ୍କୁ ଉପରୁ ହଟିଲା ସପ୍ତାହକୁ ଥରେ ହାଜିରା କଟକଣା ।

୪-କରଣ ଜୋହରଙ୍କ ପାର୍ଟିରୁ ଏବେ କୋଭିଡ-୧୯ ବି ଟାଉନକୁ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ସଲମାନ ଖାନଙ୍କ ପରିବାରର ୩ ଜଣ ସଦସ୍ୟ କୋଭିଡ ପଜିଟିଭ ଥିବା ରିପୋର୍ଟରୁ ଜଣାପଡିଛି। 

୬-ଦେଶର କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ: ଇଶା ଓ ଆକାଶ ଅମ୍ବାନି ।

୭- ଆଖିବୁଜିଲେ ବୀର ଯୋଦ୍ଧା ବରୁଣ । ସିଡିଏସ୍ ବିପିନ ରାୱତଙ୍କ ସହ ଗଲା ବେଳେ ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲେ ଆହତ ।

୮-ୟୁନେସ୍କୋ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କଲିକତା ଦୁର୍ଗାପୂଜା: ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ।

୯-ଚିପ ମାନୁଫେକଚରିଙ୍ଗ ହବ ପାଲଟିବ ଭାରତ: ୭ ହଜାର ୬ ଶହ କୋଟି ଇନସେନଟିଭ ସ୍କିମ ପାଇଁ କେନ୍ଦ୍ରର ମଞ୍ଜୁରୀ  ।

୧୦-ଏଣିକି ଓଡ଼ିଆରେ ଲେଖାଯାଇ ପାରିବ ଚାର୍ଜସିଟ୍ ।

୧୧-ଓଡ଼ିଶାକୁ ବିପଦ ଘନେଇଲା: ଆନ୍ଧ୍ର ପରେ ପଶ୍ଚିମବଙ୍ଗରେ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ।

୧୨-ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ ।

୧୩-ଦେଶରେ ସେମିକଣ୍ଟକ୍ଟର ନିର୍ମାଣ ପାଇଁ ପ୍ରୋତ୍ସାହନକୁ କେନ୍ଦ୍ରର ମଞ୍ଜୁରୀ: ୬ ବର୍ଷରେ ଖର୍ଚ୍ଚ ହେବ ୭୬ ହଜାର କୋଟି ।

୧୪-ପୂର୍ବେ ହେଉଥିଲା ସ୍କାଣ୍ଡାଲର ଖୁଲାସା, ଏବେ ଆଉ ଦେଖିବାକୁ ମିଳୁନାହିଁ ବିସ୍ଫୋରକ ଖବର: ସାମ୍ବାଦିକଙ୍କୁ ଆଇନା ଦେଖାଇଲେ ସିଜେଆଇ ।

୧୫-ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ବିରାଟ କୋହଲି । ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ମନକଥା ସଭିଁଙ୍କ ସାମ୍ନାରେ ରଖିଛନ୍ତି କୋହଲି । ହେଲେ ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମନାନ୍ତର, ମତାନ୍ତର ନଥିବା ସ୍ପଷ୍ଟ କରିଛନ୍ତି କ୍ରିକେଟର ଏହି ଅଲରାଉଣ୍ଡର । 

୧୬-କୋଣାର୍କରେ ଇକୋ ରିଟ୍ରିଟ ୨୦୨୧ ଉଦଘାଟିତ : ରାମଚଣ୍ଡୀରେ ଉଦଘାଟିତ ହେଲା ଇକୋ ରିଟ୍ରିଟ ୨୦୨୧ ।



             ତାରିଖ–16-12-2021 (ଗୁରୁବାର)

୧. ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ *‘ଓମିକ୍ରନ୍‌’* ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା ।

୨. କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ ।

୩. ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ମିଳିଲା ଆଶ୍ବସ୍ତି ।

୪. ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର ।

୫. ଦେଶ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସେବା କଦାପି ଭୁଲିବ ନାହିଁ – ପ୍ରଧାନମନ୍ତ୍ରୀ ।

୬. ଦେଶରେ ସେମିକଣ୍ଟକ୍ଟର ନିର୍ମାଣ ପାଇଁ ପ୍ରୋତ୍ସାହନକୁ କେନ୍ଦ୍ରର ମଞ୍ଜୁରୀ: ୬ ବର୍ଷରେ ଖର୍ଚ୍ଚ ହେବ ୭୬ ହଜାର କୋଟି । ଦେଶରେ ସେମିକଣ୍ଡକ୍ଟର ତିଆରିକୁ ଉତ୍ସାହିତ କରିବା ପାଇଁ ବୁଧବାର କ୍ୟାବିନେଟ୍ ଏକ ପିଏଲଆଇ ସ୍କିମକୁ ଅନୁମୋଦନ କରିଛନ୍ତି ।

୭. ପୂର୍ବେ ହେଉଥିଲା ସ୍କାଣ୍ଡାଲର ଖୁଲାସା, ଏବେ ଆଉ ଦେଖିବାକୁ ମିଳୁନାହିଁ ବିସ୍ଫୋରକ ଖବର: ସାମ୍ବାଦିକଙ୍କୁ ଆଇନା ଦେଖାଇଲେ ସିଜେଆଇ । ଡିଜିଟାଲ ମାଧ୍ୟମରେ ଆୟୋଜିତ ଏକ ପୁସ୍ତକ ବିମୋଚନ କାର୍ଯ୍ୟକ୍ରମରେ ଏହି କଥା କହିଛନ୍ତି ଦେଶର ପ୍ରଧାନ ବିଚାରପତି ଏନଭି ରମନ୍ନା ।

୮. ସରକାରଙ୍କ ଚିନ୍ତା ବଢାଇଲେ ଡାକ୍ତର, ୧୭ରୁ ଧର୍ମଘଟ ପାଇଁ ଚେତାବନୀ । ଏନଇଇଟି-ପିଜି ୨୦୨୧ କାଉନସେଲିଂ ଓ ନାମଲେଖା ପ୍ରକ୍ରିୟାକୁ ତ୍ବରାନ୍ବିତ  ନକଲେ ଆସନ୍ତା ୧୭ ତାରିଖରୁ ରେସିଡେଣ୍ଟ ଡାକ୍ତରମାନେ କାମ ବନ୍ଦ କରିବେ । 

୯. ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଅର୍ଥାତ୍ ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ନିତି ଆୟୋଗ ବୈଠକରେ ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୦. ରାଜ୍ୟରେ ବିପଦରେ *‘ମହିଳା’* : ସରକାରଙ୍କୁ ଜିଲ୍ଲା ପ୍ରଶାସନର ଚାଂଚଲ୍ୟକର ରିପୋର୍ଟ ।

୧୧. କୋଲକାତାର ଦୁର୍ଗାପୂଜାକୁ ୟୁନେସ୍କୋର ଐତିହ୍ୟ ଟ୍ୟାଗ୍‌ ।

୧୨. ତାମିଲନାଡୁ ଛୁଇଁଲା ଓମିକ୍ରନ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୯କୁ ବୃଦ୍ଧି ।

୧୩. ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର *‘ଓମ ସ୍ୱାହା’* ।

୧୪. ଛତ୍ରପୁର ଓ ବ୍ରହ୍ମପୁରରେ ହେବ ପଲ୍ଲିଶ୍ରୀ ମେଳା, ମୁଖ୍ୟ ଆକର୍ଷଣ ସାଜିବେ Indian Idol-10ର ବିଜେତା ସଲମାନ ଅଲ୍ଲୀ ।

୧୫. ବିଶ୍ୱକପରେ ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ, ମାର୍ଚ୍ଚ ୬ରେ ମ୍ୟାଚ୍ ।

୧୬. ଭୟଙ୍କର ପରିଣତି ପାଇଁ ପ୍ରସ୍ତୁତ ରୁହ : ଋଷିଆକୁ ୟୁରୋପୀୟ ସଂଘର ଚେତାବନୀ ।

୧୭. ପୁଣି ଆରମ୍ଭ ହେଲା ଇକୋ ରିଟ୍ରିଟ୍ । କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପାତି ସୋନାପୁର ଓ କୋରାପୁଟ ଭଳି ରାଜ୍ୟର ୭ଟି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ଭର୍ଚୁଆଲ୍‌ରେ ଇକୋ ରିଟ୍ରିଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୮. ୭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ୬୪୦୨ ଜଣକୁ ମିଳିବ ନିଯୁକ୍ତି ।

୧୯. ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨୦. 2021-26 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟର ଅନୁମୋଦନ ।

୨୧. ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ 4 ଲେନ ବିଶିଷ୍ଟ କେସିଙ୍ଗା ଆରଓବି 4 ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି । ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26)ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି ।  ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

୨୨. ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ।

୨୩. ଶ୍ରୀମନ୍ଦିର ପାଇଁ ନୂଆ ଏସଓପି: ଆସନ୍ତା ୩୧ ଓ ଜାନୁଆରୀ ୧ରେ ବନ୍ଦ ରହିବ ଶ୍ରୀଜିଉ ଦର୍ଶନ ।

୨୪. ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ । ୨୬ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସେଂଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ୩ରୁ ୭ ଜାନୁୟାରୀ (ଜୋହାନ୍ସବର୍ଗ), ଓ ତୃତୀୟ ଟେଷ୍ଟ ୧୧ରୁ ୧୫ ଜାନୁୟାରୀ (କେପଟାଉନ)ରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ୧୯ ଜାନୁୟାରୀ (ପାର୍ଲ), ଦ୍ୱିତୀୟ ଦିନିକିଆ ୨୧ ଜାନୁୟାରୀ (ପାର୍ଲ) ଓ ତୃତୀୟ ଦିନିକିଆ ୨୩ ଜାନୁୟାରୀରେ କେପଟାଉନରେ ଖେଳାଯିବ ।




*➡️କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।।


❤❤


ଆଜିର ଅନୁଚିନ୍ତା 

ତାରିଖ - ୧୬:୧୨:୨୦୨୧       (ଗୁରୁବାର) 


*କେହି ରହି ନାହିଁ ରହିବେ ନାହିଁ ଟି*
                                    *ଭବରଙ୍ଗ ଭୂମି ତଳେ*
     *ସର୍ବେ ନିଜ ନିଜ ଅଭିନୟ ସାରି*
                                    *ବାହୁଡିବେ କାଳବଳେ ।*

*ହେ ଈଶ୍ବର ସୁଖ ଏତିକି ଦିଅ ଯେ ମନରେ ଅହଙ୍କାର ନ ଆସୁ ଆଉ ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟୁ ।*

*ମିତ୍ର ଯଦି ସୁଖରେ ଅଛି ତେବେ ନ ଡାକିଲା ଯାଏଁ ଯିବ ନାହିଁ ଆଉ ମିତ୍ର ଯଦି ଦୁଃଖରେ ପଡିଛି ତେବେ ଡାକିବା ଯାଏଁ ଅପେକ୍ଷା କରିବ ନାହିଁ ।*

*             *"ସମ୍ପର୍କ "*
*ଦଶ ବର୍ଷର ହେଉ ବା ଦଶ ଦିନରେ ହେଉ,*
*ବିଶ୍ବାସ ନ ରହିଲେ ସେ ସମ୍ପର୍କର କିଛି*
*ମୂଲ୍ୟ ରହେ ନାହିଁ ।*

           *🌞ଶୁଭ ସକାଳ🌞*
_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_
       
        🙏🏻 ଜୟ ଜଗନ୍ନାଥ🙏🏻

❤❤


‼️ *ହରିଓମ୍ ସୁପ୍ରଭାତମ୍ !*  ‼️

*ଯଦି ଭଗବାନଙ୍କ ଉପରେ ଭରଷା ଅଛି ତେବେ ଆପଣଙ୍କ ଭାଗ୍ୟରେ ଯାହା ଅଛି ତାହା ଅବଶ୍ୟ ମିଳିବ....*

 ଆଉ ଯଦି 

*ଭରଷା ନିଜ ଉପରେ ଅଛି ତାହେଲେ ଭଗବାନ ସେଇୟା ଦେବେ ଯାହା ଆପଣ ଚାହିଁବେ....*

ସର୍ବେ ଭବନ୍ତୁ ସୁଖିନଃ।    
       *ସର୍ବେ ସନ୍ତୁ ନିରାମୟାଃ*
ସର୍ବେ ଭଦ୍ରାଣି ପଶ୍ୟନ୍ତୁ     
       *ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥*

           ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
                              

*ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹*      

✿ଓ❣️ *ଶ୍ରୀ ଜଗନ୍ନାଥ ଶରଣଂ*❣️ଆ✿ 

*ଆମର ସ୍ବାଭିମାନ: ସତ୍ୟ ସନାତନ ହିନ୍ଦୁ ଧର୍ମ*

❤❤


ମୋ ହୃଦୟର କଥା.....

____❤️____

ବିଶ୍ୱାସ ନହେଲେ ବି ସତ

*ଝଡି ଯାଇଥିବା ଫୁଲ...* 

*ପୁଣିଥରେ ଗଛକୁ ଫେରି ପାରେନି...* 

                  " *ତେଣୁ* "

*ଅତୀତ କଥା ଚିନ୍ତା ନକରି...* 

*ବର୍ତ୍ତମାନ କୁ ଭଲପାଆନ୍ତୁ...*  

*ଭବିଷ୍ୟତ ପାଇଁ ବଞ୍ଚନ୍ତୁ...* 

                  " *ଆଉ* "

*ଓଠରେ ସୁନ୍ଦର ହସ କୁ ସଜେଇ ରଖନ୍ତୁ....*

*🌹କଣ ଠିକ୍ କହିଲିତ ???🌹* 

*❣️ମା ଲକ୍ଷ୍ମୀ ଠାକୁରାଣୀ ଆପଣଙ୍କର ମଙ୍ଗଳ କରନ୍ତୁ❣️*            


*🌴🌱🌷ସୁପ୍ରଭାତ🌷🌱🌴*




Web king

Post a Comment

Previous Post Next Post