Kalahandi, nuapada, & odisha news, all odisha news today news

 *ମୁଖ୍ୟମନ୍ତ୍ରୀ କଳାକାର ସହାୟତା ନେଇ ଯୋଗ୍ୟତା ଚୟନ ଶିବିର ସିନପାଳି ଠାରେ ଅନୁଷ୍ଠିତ* ତା:୧୫.୧୨. ଡିପିସି ପୋଷ୍ଟ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ନେଇ ଯୋଗ୍ୟତା ଚୟନ ଶିବିର ସିନପାଳି ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାରେ ସିନାପାଲି ତହସିଲଦାର  ଲୋକନାଥ ମାଝୀ, ସିନାପାଲି ବିଡ଼ିଓ ସଦାଶିବ ନାୟକ, କଳାକାର ସଂଘ ଉପସଭାପତି ନବୀନ କୁମାର, ଜିଲ୍ଲାକଲାକାର ସଂଘ ସଦସ୍ୟ ଅଶୋକ ନାୟକ, ସମ୍ପ୍ରସାରଣ ଅଧିକାରୀ ସୂର୍ଯ୍ୟକାନ୍ତି ଭୋଇ, ଜିଆରଏସ ରୂପେଶ, ପିଏ ବିକାଶ କଛିଆ ପ୍ରମୁଖ ଉପସ୍ଥିତ ରହିଛନ୍ତି। ୧୦୦ଜଣ କଳାକାର ନିଜର ଅଭିନୟ ପ୍ରଦର୍ଶନ କରିବେ। ସେଥିମଧ୍ୟରୁ ଚୟନ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଅଛି। ସୌଜନ୍ୟ-ପତ୍ରବନ୍ଧୁ




*କଳାହାଣ୍ଡି ବିଶ୍ଵ ବିଦ୍ୟାଳୟକୁ ନୂଆପଡା ଜିଲ୍ଲାର ଦୁଇ ଜଣ ବରିଷ୍ଠ ଶିକ୍ଷାବିତ ସିଣ୍ଡିକେଟ ସଦସ୍ୟ ରୂପେ ମନୋନୀତ* ତା:୧୫.୧୨. ଡିପିସି ପୋଷ୍ଟ, ନୂଆପଡା ଜିଲ୍ଲା ଖଡ଼ିଆଳ ନିବାସୀ ଦୁଇ ଜଣ ବରିଷ୍ଠ ଶିକ୍ଷାବିତ ତଥା ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ଅବଦାନ ର ବ୍ୟକ୍ତିତ୍ୱ ଙ୍କୁ କଲହାଣ୍ଡି ବିଶ୍ଵ ବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ଡ଼ଃ.ମେଜର ରାମଚନ୍ଦ୍ର ମିଶ୍ର, ନୂଆପଡା ନେସନାଲ କଲେଜ ଅଧ୍ୟକ୍ଷ ରୂପେ ନିଜ ଚାକିରୀ ଦାୟିତ୍ବ ରୁ ଅଵସର ଗ୍ରହଣ କରିଥିଲେ। ସେହିପରି ଡ଼ଃ.ଫାନିନ୍ଦମ ସିଂ ଦେଓ ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ରୂପେ ନିଜର ଚାକିରୀ ଅଵସର ଗ୍ରହଣ କରିଥିଲେ। ଉଭୟ ଦୁଇ ବ୍ୟକ୍ତିତ୍ବ ଶିକ୍ଷାର ବିକାଶ ପାଇଁ ସଦାବେଳେ ଚେଷ୍ଟିତ ଥିବା ବେଳେ ଅଂଚଳରେ ଉତ୍ତମ ନାଗରିକ ଗଢି ତୋଳିଥିବା ଅନେକ ଉଦାହରଣ ଦେଖିବାକୁ ମିଳିଅଛି। କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ମାନ୍ୟତା ପରେ ଏହି ଦୁଇ ବିଶିଷ୍ଠ ଶିକ୍ଷାବିତ ଙ୍କୁ ସିଣ୍ଡିକେଟ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ବିଭିନ୍ନ ମହଲରୁ ଅନେକ ଶୁବେଚ୍ଛା। ସେହିପରି ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କୁ ମଧ୍ୟ ସିଣ୍ଡିକେଟ ସଦସ୍ୟବିରୂପେ ମନୋନୀତ ହୋଇଛନ୍ତି। କଲହାଣ୍ଡି ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଡ଼ଃ.ମେଜର ରାମ ଚନ୍ଦ୍ର ମିଶ୍ର ଏବଂ କଲେଜ ଅଧ୍ୟକ୍ଷାଙ୍କୁ ମନୋନୀତ କରିଥିବା ବେଳେ ରାଜ୍ୟପାଳ ଙ୍କ ଦ୍ଵାରା ଡ଼ଃ.ଫାନିନ୍ଦମ ଦେଓ,ଡ଼ଃ ଗୋପବନ୍ଧୁ ବେହେରା ମନୋନୀତ ହୋଇଛନ୍ତି।


*ଆଇପିଏସ ସୁନୀଲ ବଂଶଲ ହେଲେ ନୂଆ ଡିଜିପି: ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି ସୁନୀଲ ବଂଶଲ*
15-Dec-2021 

 ଆଇପିଏସ ସୁନୀଲ ବଂଶଲ ହେଲେ ନୂଆ ଡିଜିପି । ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଭାବେ କାମ କରୁଛନ୍ତି ।

The post ଆଇପିଏସ ସୁନୀଲ ବଂଶଲ ହେଲେ ନୂଆ ଡିଜିପି: ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି ସୁନୀଲ ବଂଶଲ first appeared on 

Kanak News.


*ଭାରତରେ ଜାନୁଆରୀ-ଫେବୃଆରୀରେ ବ୍ୟାପିପାରେ ଓମିକ୍ରନ୍ ସଂକ୍ରମଣ, ହେଲେ କମ୍ ରହିବ ପ୍ରଭାବ*
15-Dec-2021

ଭାରତରେ ଆସନ୍ତା ଜାନୁଆରୀ ଓ ଫେବୃଆରୀରେ ଓମିକ୍ରନ ସକ୍ରମଣ ବ୍ୟାପିଯାଇପାରେ । ଏଭଳି ଆଶଙ୍କା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଜାନୁଆରୀ ଓ ଫେବୃଆରୀରେ ଏହି ସଂକ୍ରମଣ ହଠାତ ବୃଦ୍ଧି ପାଇପାରେ । ଯେଉଁ ଗତିରେ ଡେଲଟା ଭୂତାଣୁ ବ୍ୟାପିଥିଲା, ଓମିକ୍ରନ ତାଠାରୁ ଅଧିକ ବେଗରେ ବ୍ୟାପିପାରେ ବୋଲି ଆକଳନ କରାଯାଉଛି ।

କେତେକ ମଡେଲ ଅନୁଧ୍ୟାନ ପରେ ଏଭଳି ଆଶଙ୍କା କରାଯାଉଛି ବୋଲି ସେହି ଅଧିକାରୀ ମାନେ କହିଛନ୍ତି ।ତେବେ ଏହି ସଂକ୍ରମଣ ସାଂଘାତିକ ନ ହୋଇ ସାମାନ୍ୟ ହେବ ବୋଲି ସେମାନେ ଆକଳନ କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି- ଏହି ପରିସ୍ଥିତି ଏଂଡେମିକ ପର୍ଯ୍ୟାୟକୁ ନେଇପାରେ । ଅର୍ଥାତ ମହାମାରୀ ଶେଷ ପର୍ଯ୍ୟାୟରେ ପ୍ରବେଶ କରିପାରେ । ତେବେ ଓମିକ୍ରନ ସଂକ୍ରମଣ ଜୋରରେ ହେବ କିନ୍ତୁ ପ୍ରଭାବ କମ ରହିବ । ଦିନକ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଓମିକ୍ରନ ଦୃତ ଗତିରେ ବ୍ୟାପିବାରେ ଲାଗିଛି ଓ ପୂର୍ବରୁ ଏଭଳି ଗତି ଦେଖାଯାଇନଥିଲା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ଯଦିଓ ଭାରତରେ ଏହି ସଂକ୍ରମଣ ସଂଖ୍ୟା ବେଶ୍ କମ୍ ରହିଛି । ଆମ ଦେଶରେ ଏଯାଏଁ ୬୪ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି ।



ଏଣିକି ଓଡ଼ିଆରେ ଲେଖିହେବ କେସ୍ ଡାଏରୀ । ତଦନ୍ତ ଅଧିକାରୀଙ୍କ ପାଇଁ ପୋଲିସ ବିଭାଗ ଆଣିଲା ଆଶ୍ୱସ୍ତି ।*
15-Dec-2021

 ଏଣିକି କେସ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ଅଫିସରଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ଇଂରାଜୀ ଅପେକ୍ଷା ଓଡ଼ିଆରେ ଲେଖିବାକୁ ଅଧିକ ସହଜ ମନେ କରୁଥିବା ଅଫିସରମାନେ ଓଡିଆରେ ମଧ୍ୟ କେସ୍ ଡାଏରୀ ଲେଖିପାରିବେ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଏସପି ଏବଂ କମିଶନରେଟ ପୋଲିସର ଡିସିପିଙ୍କୁ ନୋଟିସ୍ ଜାରି କରି ଅବଗତ କରାଯାଇଛି ।

କେସ୍ ଡାଏରୀ ସହ ଫାଇନାଲ ରିପୋର୍ଟ ମଧ୍ୟ ଓଡ଼ିଆ ଭାଷାରେ ଲେଖିପାରିବେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କେସ୍ ଡାଏରୀରେ ସାକ୍ଷୀଙ୍କ ବୟାନ, ଜବତ ହୋଇଥିବା ସାମଗ୍ରୀ, ଜିମାନାମା ଆଦି ଅନେକ ବିଷୟରେ ଲେଖିବାକୁ ପଡିଥାଏ । କିନ୍ତୁ ଇଂରାଜୀ ଭାଷାରେ କେସ୍ ଡାଏରୀ ଲେଖିବାକୁ ଅନେକ ତଦନ୍ତକାରୀ ଅଫିସର ସହଜ ମନେକରନ୍ତି ନାହିଁ । ଫଳରେ ସେମାନେ ଲେଖିବାକୁ ଚାହୁଁଥିବା ରିପୋର୍ଟ ସଠିକ୍ ଭାବେ ଇଂରାଜୀରେ ଲେଖିପାରନ୍ତି ନାହିଁ ।



ନିଜ ମାତୃଭାଷା ଓଡ଼ିଆରେ କେସ୍ ଡାଏରୀ ଲେଖିଲେ ତଦନ୍ତକାରୀ ଅଫିସରମାନଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ଆଶା କରାଯାଉଛି । କୋର୍ଟ ମଧ୍ୟ ଓଡ଼ିଆ ଭାଷାକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ଏଥିରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କୁହାଯାଇଛି ।

The post ଏଣିକି ଓଡ଼ିଆରେ ଲେଖିହେବ କେସ୍ ଡାଏରୀ । ତଦନ୍ତ ଅଧିକାରୀଙ୍କ ପାଇଁ ପୋଲିସ ବିଭାଗ ଆଣିଲା ଆଶ୍ୱସ୍ତି । first appeared on Kanak News.


*ଜୀବନ ଯୁଦ୍ଧରେ ହାରିଗଲେ ବାୟୁବୀର: ଚିକିତ୍ସିତ ଅବସ୍ଥାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଦେହାନ୍ତ *
15-Dec-2021 | 

ହେଲିକପ୍ଟର ଦୁର୍ଘଟଣାରେ ଆହତ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ । ତାମିଲନାଡୁର କନ୍ନୁରରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା । ଟ୍ୱିଟ କରି ସୂଚନା ଦେଲା ବାୟୁସେନା । ଜେନେରାଲ ବିପିନ ରାୱତଙ୍କ ପରିବାର ସହ ଥିଲେ ଗ୍ରୁପ କ୍ୟାପଟେନ । ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ବରୁଣ ସିଂହ ହିଁ ଜୀବିତ ଥିଲେ । ହେଲେ ଆଜି ସେ ଆଖିବୁଜିଛନ୍ତି ।

ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁଠାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତଙ୍କ ଓ ତାଙ୍କ ପତ୍ନୀ ଙ୍କ ସମେତ ମୋଟ ୧୪ ଜଣ ଥିଲେ । ଘଟଣା ଦିନ ହିଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ବରୁଣ ସିଂ ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ୱେଲିଂଟନ୍ ଓ ପରେ ବେଙ୍ଗାଳୁରୁରେ ଚାଲିଥିଲା ଚିକିତ୍ସା ।

The post ଜୀବନ ଯୁଦ୍ଧରେ ହାରିଗଲେ ବାୟୁବୀର: ଚିକିତ୍ସିତ ଅବସ୍ଥାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଦେହାନ୍ତ  first appeared on Kanak News

Web king

Post a Comment

Previous Post Next Post