Odiya news, odisha news, odiya web,

 କୂଅ ଖୋଳୁ ଖୋଳୁ ମିଳିଲା ବିଶ୍ବର ବୃହତ୍ତମ ନୀଲମ୍ । 



କଲମ୍ବୋ : କୂଅ ଖୋଳୁ ଖୋଳୁ ମିଳିଲା ବିଶ୍ବର ବୃହତ୍ତମ ନୀଲମ୍ । ଏହି ନୀଲମର ମୂଲ୍ୟ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।


ଘଟଣାଟି ଘଟିଛି ଶ୍ରୀଲଙ୍କାର ରତ୍ନପୁରା ଅଞ୍ଚଳରେ । ଶ୍ରମିକମାନେ ଜଣେ ବ୍ୟକ୍ତିଙ୍କ ଜମିରେ କୂଳ ଖୋଳାଯାଉଥିବାବେଳେ ଏହି ବୃହତ ରତ୍ନର ସନ୍ଧାନ ପାଇଥିଲେ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀଲଙ୍କା ସରକାର ଉକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିଛନ୍ତି ।


ଏହି ବୃହତ ପଥରଟି ଗୋଟିଏ ନୀଲମ ନହୋଇ କେତେକ ନୀଲମର ଏକ ମିଶ୍ରିତ ଆକାର କ୍ଲଷ୍ଟର ବୋଲି କୁହାଯାଉଛି । 


ଏହା ଏକ ଷ୍ଟାର ସେଫାୟାର କ୍ଲଷ୍ଟର ବୋଲି ପରୀକ୍ଷାରୁ ଜଣାପଡ଼ିଛି ।  ଓଜନ ୫୧୦ କିଲୋଗ୍ରାମ  ବା ୩.୫ ନିୟୁତ କ୍ୟାରେଟ୍ ଥିବାବେଳେ ତାହାର ପ୍ରକୃତ ମୂଲ୍ୟ ଏପର୍ଯ୍ୟନ୍ତ ଆକଳନ କରାଯାଇନାହିଁ । 


ତେବେ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଏହି ନୀଲମ କ୍ଲଷ୍ଟରକୁ କିଣିବାକୁ ଇତି ମଧ୍ୟରେ ଶ୍ରୀଲଙ୍କା ସରକାରଙ୍କ ନିକଟକୁ ଇଂଲଣ୍ଡର ଏକ ସଂସ୍ଥା ପକ୍ଷରୁ ପ୍ରାୟ ୨୫୦ ନିୟୁତ ଡଲାର ବା ୧୮୯୪ କୋଟି ଟଙ୍କାର ଅଫର ଆସିଛି । 


କିନ୍ତୁ ଏହାକୁ ପ୍ରାୟ ୪୦୦ ନିୟୁତ ଡଲାର ବା ୩ ହଜାର କୋଟି ଟଙ୍କା ମୂଲ୍ୟରେ ବିକିବାକୁ ଶ୍ରୀଲଙ୍କା ସରକାର ଘୋଷଣା କରିଛନ୍ତି । 


ଏ ସମ୍ପର୍କରେ ଶ୍ରୀଲଙ୍କାର ଜେମ୍ସ ଓ ଜୁଏଲାରୀ ମନ୍ତ୍ରୀ ଲୋହାନ ରଟଓ୍ବାଟେ ଶ୍ରୀଲଙ୍କାର ସଂସଦରେ ସୂଚନା ଦେଇଛନ୍ତି ।


ତାରିଖ ୧୨-୧୨-୨୦୨୧/ଶନିବାର


୧-ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି । ୯,୮୦୦ କୋଟିର ସରାୟୁ କେନାଲ ପ୍ରକଳ୍ପର ଉଦଘାଟନ କଲେ ମୋଦୀ ।


୨-ଆଉ ଚାରିମାସ ପାଇଁ ମାଗଣା ଅତିରିକ୍ତ ଚାଉଳ ବିତରଣ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।


୩-ଲାନ୍ସ ନାୟକ ତେଜାଙ୍କ ପରିବାରକୁ ସହାୟତା ; ଆନ୍ଧ୍ର ପ୍ରଦେଶ ସରକାର ଘୋଷଣା କଲେ ୫୦ ଲକ୍ଷ ଟଙ୍କା ।


୪-କାହିଁକି ଅଧାରୁ ବନ୍ଦ ହେଲା ଶୀତ ଅଧିବେଶନ, ଜୋର ଧରିଲା ରାଜନୀତି, ରାଜଭବନରେ ପହଞ୍ଚିଲା ବିଧାନସଭା କଳି ।


୫-୧୫ ମାସର ଆନ୍ଦୋଳନ ପରେ ଘରକୁ ଫେରିଲେ ଚାଷୀ । ଚାଷୀଙ୍କ ବିଜୟ ହୋଇଥିବାରୁ ଆକାଶରୁ ହେଲା ଫୁଲବର୍ଷା । 


୬-ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି: ଫଣି ପ୍ରଭାବିତଙ୍କ ସହ ୧୩ଲକ୍ଷ ହିତାଧିକାରୀଙ୍କୁ ପିଏମଏୱାଇରେ ସାମିଲ ପାଇଁ ଅନୁରୋଧ ।


୭-ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ । ମୁମ୍ବାଇରେ ଲାଗିଲା ୧୪୪ ଧାରା, ଡର ବଢାଇଲାଣି ମହାରାଷ୍ଟ୍ର । 


୮-ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ, ନିଜ ନିର୍ବାଚନ ମଣ୍ଡଳୀରେ କରିବେ ବହୁ ପ୍ରକଳ୍ପର ଶୁଭାରମ୍ଭ ।


୯-ଗୁରୁତର ଅସୁସ୍ଥ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ଏୟାର ଲିଫ୍ଟ। ଭୁବନେଶ୍ବରରୁ ହାଇଦ୍ରାବାଦକୁ କରାଗଲା ଏୟାରଲିଫ୍ଟ। ବାପା ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ କରଯାଇଥିବା ନେଇ ପୁଅ ଦେବପ୍ରିୟ ପାତ୍ରଙ୍କ ସୂଚନା। 


୧୦-ଭୁବନେଶ୍ୱରରେ ପହଁଚିଲା ଶହୀଦ ରାଣାପ୍ରତାପ ଦାସଙ୍କ ମରଶରୀର: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ।


୧୧-ଦ୍ବିତୀୟ ଥର ପାଇଁ ଏମ୍ସ ନିର୍ଦେଶକଙ୍କୁ ଝଟ୍‌କା ଦେଇଛି କ୍ୟାଟ୍‌। ଫାକଲ୍‌ଟିଙ୍କ ବାର୍ଷିକ ଗୁପ୍ତ ରିପୋର୍ଟ ଦାଖଲ ନେଇ ସ୍ଥଗିତାଦେଶ ଜାରି କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୩ ତାରିଖରେ ହେବ।


୧୨-ସି ଭୋଟର ସର୍ଭେ: ୟୁପିରେ କ୍ଷମତାକୁ ଫେରିପାରେ ବିଜେପି, ଅଖିଳେଶ ଦେବେ କଡା ଟକ୍କର ।


୧୩-ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ, ପିତା କହିଲେ- ପୁଅ ମୋର ଯୋଦ୍ଧା, ଜିତିକି ଆସିବ ।

୨୧ ବର୍ଷ ପରେ ‘ମିସ୍ ୟୁନିଭର୍ସ’ ପାଇଲା ଭାରତ: ହର୍‌ନାଜ୍ କୌର୍‌ ସନ୍ଧୁ ଜିଣିଲେ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌। 


13-Dec-2021


ନୂଆଦିଲ୍ଲୀ: ଇଜ୍ରାଏଲ୍‌ର ଏଇଲାଟ୍‌ରେ ଅନୁଷ୍ଠିତ ‘୭୦ତମ ମିସ୍‌ ୟୁନିଭର୍ସ ୨୦୨୧’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପଞ୍ଜାବର ୨୧ ବର୍ଷୀୟ ହର୍‌ନାଜ୍ କୌର୍‌ ସନ୍ଧୁ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌ ଜିଣିଛନ୍ତି। 


ଦୀର୍ଘ ୨୧ ବର୍ଷ ପରେ ପୁନଶ୍ଚ ଭାରତ ଏହି ଗୌରବ ହାସଲ କରିବାରେ ସମର୍ଥ ହୋଇଛି। ୨୦୦୦ ମସିହାରେ ଲାରା ଦତ୍ତ ଏହି ଟାଇ‌ଟଲ୍‌ ବିଜୟିନୀ ହୋଇଥିଲେ।


ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ସେ ‘ମିସ୍‌ ୟୁନିଭର୍ସ’ ମୁକୁଟ ହାସଲ କରିଛନ୍ତି। ବିଶ୍ବବ୍ୟାପୀ ‘ଲାଇଭ୍‌-ଷ୍ଟ୍ରିମ୍‌’ ହୋଇଥିବା ଏକ କାର୍ଯ୍ୟକ୍ରମରେ ମେକ୍ସିକୋର ପୂର୍ବତନ ‘ମିସ୍‌ ୟୁନିଭର୍ସ ୨୦୨୦’ ଆଣ୍ଡ୍ରିଆ ‌ମି‌ଜା ସନ୍ଧୁଙ୍କୁ ମୁକୁଟ ପିନ୍ଧାଇ ଥିଲେ।


ଉପରୋକ୍ତ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍‌ ହେଉଛନ୍ତି ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକା। ପ୍ରତିଯୋଗିତାର ଚୂଡ଼ାନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଚରାଯାଇଥିଲା, ଆଜିକାଲି ପଡୁଥିବା ଚାପକୁ କିଭଳି ମୁକାବିଲା କରିବାକୁ ପଡ଼ିବ ବୋଲି ଆପଣମାନେ କାର୍ଯ୍ୟକ୍ରମ ଦେଖୁଥିବା ତରୁଣୀମାନଙ୍କୁ ପରାମର୍ଶ ଦେବେ?


 ତାରିଖ–10-12-2021 ଶୁକ୍ରବାର

୧-  ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ହୋଇପଡିଛନ୍ତି ।


୨. ମାର୍ଗଶିର ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥି  ପବିତ୍ର ଓଢଣ  ଷଷ୍ଠୀ  ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଗୁରୁବାରଠାରୁ ଠାକୁର ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ଘୋଡ଼ଲାଗି ବେଶ ଆରମ୍ଭ ହୋଇଅଛି ।


୩. କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା, ଖେଳାଳୀଙ୍କ ଆର୍‌ଟିପିସିଆର୍‌ କୋଭିଡ୍‌ ପରୀକ୍ଷଣ ବାଧ୍ୟତାମୂଳକ ।


୪. ସିଡିଏସ ରାଓ୍ଵତଙ୍କ ନିଧନରେ ତିନି ଦିନିଆ ଜାତୀୟ ଶୋକ ଦିବସ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର ।


୫. ସିଡିଏସ ବିପିନ ରାଓ୍ଵତଙ୍କ ସମେତ କେବଳ ୪ ଜଣଙ୍କ ମୃତ ଶରୀର ଚିହ୍ନଟ, ବାକି ମୃତକଙ୍କ ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ ।


୬. ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ଘନବେଡା ଠାରେ ଗୁରୁବାର ଦିନ ଏକ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇଛି ।


୭. ହେଲିକାପ୍ଟର ଦୁର୍ଘଟଣାରେ ଜେନରାଲ ବିପିନ ରାୱାତଙ୍କ ସହିତ ସହିଦ ହେଲେ ଜଣେ ଓଡିଆ ଯବାନ । ସେ ହେଉଛନ୍ତି ତାଳଚେରର ରାଣାପ୍ରତାପ ଦାସ । ରାଣା ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ ।


୮. ଓମିକ୍ରନ ଭୟ: ଜାନୁଆରି ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ।


୯. *ଉତ୍କଳ ବିଶ୍ବବିଦ୍ୟାଳୟ:* ସିଡିଏସ ଜେନେରାଲ ବିପିନ ରାୱତ ପରଲୋକରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ, ୨ ମିନିଟ ନୀରବ ପ୍ରାର୍ଥନା ।


୧୦. ଖୋର୍ଦ୍ଧା ଜିଲ୍ଲା ଚିଲିକା ଅନ୍ତର୍ଗତ ବଡ଼କୂଳରେ ଅବସ୍ଥିତ ଓଡ଼ିଆର୍ଟ ସେଣ୍ଟରଠାରେ ସପ୍ତମ ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଆଜି ଦ୍ଵିତୀୟ ଦିବସ ।


୧୧. ଦରଦାମ ବୃଦ୍ଧି ନେଇ କେନ୍ଦ୍ର ବିରୁଦ୍ଧରେ ଛାତ୍ର ଓ ଯୁବ ବିଜେଡିର ବିଶାଳ ପ୍ରଦର୍ଶନ ।


୧୨. *ଗୋପାଳପୁର*: ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।


୧୩. ମହାନଦୀରେ ୫୧୬ଟି ଡ୍ୟାମ୍ କରିଛି ଛତିଶଗଡ଼, ତଥାପି ଜଳପ୍ରବାହରେ ସୁଧାର ଆସିଛି ।


୧୪. ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ କାହିଁକି ହଟାଗଲା, ନିରବତା ଭାଙ୍ଗିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।


୧୫. ଉଜ୍‌ବେକିସ୍ଥାନର ତାସ୍‌କେଂଟ ଠାରେ ଚାଲିଥିବା କମନ୍‌ୱେଲଥ୍ ଭାରତ୍ତୋଳନ ଚାମ୍ପିୟାନସିପ୍ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ଭାଗ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି ନୟାଗଡ଼ର ଝିଲ୍ଲୀ ଦଳବେହେରା ।


୧୬. ଚୀନ୍ ହ୍ୟାକରଙ୍କ ଟାର୍ଗେଟରେ ଦକ୍ଷିଣ ଏସିଆ ଦେଶ, ରିପୋର୍ଟକୁ ନେଇ ବଢିଲା ଚିନ୍ତା ।


୧୭. ଏମ୍‌ସ ଭୁବନେଶ୍ୱରରେ ଅତ୍ୟାଧୁନିକ ୩-ଡି ଲାପାରୋସ୍କୋପିକ୍ ପ୍ରକ୍ରିୟା ସମ୍ପର୍କିତ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ।


୧୮. ଘରୋଇ ପରିଚାରିକାମାନଙ୍କ ଆଇନ୍ ପ୍ରଣୟନ ପାଇଁ ରାଜ୍ୟସ୍ତରୀୟ ସମ୍ମିଳନୀ ।


୧୯. କନ୍ୟା ସନ୍ତାନର ଜନକ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍, ଉଭୟ ପତିପତ୍ନୀ ଦେଲେ ସୂଚନା ।


୨୦. ଶୁକ୍ରବାର ପଞ୍ଚଭୂତରେ ବିଲୀନ ହେବେ ସିଡିଏସ ବିପିନ ରାଓ୍ଵତ, ସାଧାରଣ ଜନତା କରି ପାରିବେ ଶେଷ ଦର୍ଶନ ।


୨୧. ଶେଷରେ ସରିଲା ଚାଷୀ ଆନ୍ଦୋଳନ । MSP ପାଇଁ ଆଇନ ଆଣିବାକୁ ସରକାରଙ୍କ ପ୍ରତିଶ୍ରୁତି ପରେ ନରମିଲା ଚାଷୀଙ୍କ ସ୍ୱର ।


୨୨. ମହାରାଷ୍ଟ୍ରର ପ୍ରଥମ ଓମିକ୍ରୋନ ଆକ୍ରାନ୍ତ ସୁସ୍ଥ ହେଲେ – ପରୀକ୍ଷଣ ରିପୋର୍ଟ ଆସିଲା ନେଗେଟିଭ୍‌ ।


୨୩. ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୦ ହଜାର ୬୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । 


*କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।


ସକାଳର ଖବର, ୧୦-ଡିସେମ୍ବର-୨୦୨୧,ଶୁକ୍ରବାର

୧-ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ବିଶେଷ ଘୋଡ଼ ଲାଗି ନୀତି ଅନୁଷ୍ଠିତ । ଏହା ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ। 

୨-ପାଲମ୍ ଏୟାରପୋର୍ଟରେ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିଲ୍ଲୀ କ୍ୟାଣ୍ଟ ବରାଡ ସ୍କ୍ଵାୟରରେ ସିଡିଏସ ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀରର ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସଂପନ୍ନ କରାଯିବ।

୩-ଶେଷରେ ସରିଲା ଚାଷୀ ଆନ୍ଦୋଳନ । MSP ପାଇଁ ଆଇନ ଆଣିବାକୁ ସରକାରଙ୍କ ପ୍ରତିଶ୍ରୁତି ପରେ ନରମିଲା ଚାଷୀଙ୍କ ସ୍ୱର । ଦିଲ୍ଲୀ ସୀମା ଛାଡ଼ି ୧୧ ତାରିଖରେ ଘରକୁ ଫେରିଯିବେ ଚାଷୀ ।

୪-ଏକ ମାତ୍ର ଜୀବିତ ଗ୍ରୁପ କ୍ୟାପଟେନ୍ ବରୁଣଙ୍କ ଉନ୍ନତ ଚିକିତ୍ସା ପାଇଁ ପଠାଗଲା ବେଙ୍ଗାଲୁରୁ, ହୋଇ ସାରିଲାଣି ୩ ଅପରେସନ ।

୫-ଏଣିକି ସରକାରୀ ଚାକିରି ପାଇଁ ଶିଖିବାକୁ ପଡିବ ବଙ୍ଗାଳୀ ଭାଷା । ଏନେଇ ମାଲଦା ଜିଲ୍ଲାରେ ଏକ ପ୍ରଶାସନିକ ବୈଠକରେ ସମ୍ବୋଧିତ କରି କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

୬-ଶୀତାଳକୀନ ଅଧିବେଶନର ଅଷ୍ଟମ ଦିନ,ଗତକାଲି ବିଧାନସଭାରେ ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ।

୭-କୋଭିଡ-୧୯ର ନୁଆ ଭାରିଏଣ୍ଟ ଓମିକ୍ରନ ପ୍ରଭାବରେ ତୃତୀୟ ଲହର ଆସିବା ଆଶଙ୍କା ରହିଥିବାରୁ କୋରାପୁଟ ଜିଲ୍ଲାରେ ତିନିଦିନିଆ ପରବ-୨୦୨୧କୁ  ସ୍ଥଗିତ କଲେ ରାଜ୍ୟ ସରକାର।

୮-ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଗତକାଲି ବିଜେପି ଯୁବମୋର୍ଚ୍ଚା ତରଫରୁ ବିଧାନସଭା କଲେ ଘେରାଓ ।

୯-ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ପଛପଟେ ପିଟି ହୋଇ ଚାଲିଗଲା ୨ ଜୀବନ, ଜଣେ ଗୁରୁତର ।

୧୦-ବରିଷ୍ଠ ଅଭିନେତା ମିହିର ଦାସ ହେଲେ ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୭ ତାରିଖରୁ କଟକର ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

୧୧-ପ୍ରିୟଙ୍କା-କ୍ୟାଟ୍ରିନାଙ୍କୁ ପଛରେ ପକାଇଲେ ଆଲିଆ ଭଟ୍ଟ, ଟ୍ବିଟରରେ ୧ ନମ୍ବର ରେ ରହି ସର୍ବାଧିକ ଚର୍ଚ୍ଚାରେ ।

୧୨-ସରିଲା ଲକ୍ଷ ଲକ୍ଷ ଫ୍ୟାନ୍ସ ମାନଙ୍କର ଅପେକ୍ଷା, ସାତ ଜନମର ସାଥୀ ହେଲେ ବିକି କୌଶଲ ଓ କ୍ୟାଟ୍ରିନା କୈଫ ।

୧୩-'RRR’ ଟ୍ରେଲର ରିଲିଜ୍: ରାମ ଚରଣ, ଜୁନିୟର ଏନଟିଆରଙ୍କ ସହ ରହିଛି ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଦମଦାର ଅଭିନୟ । ଏହି ଫିଲ୍ମ ୨୦୨୨ ରେ ବକ୍ସ ଅଫିସ୍ ସୁପର ଡୁପର ହିଟ୍ ହେବ । 

୧୪-କନ୍ୟା ସନ୍ତାନର ଜନକ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍, ଏହା ତାଙ୍କର ଦ୍ୱିତୀୟ ସନ୍ତାନ। ସେମାନଙ୍କ ପୁଅ ୱିଲଫ୍ରେଡ ଏପ୍ରିଲ ୨୦୨୦ରେ ଜନ୍ମ ହୋଇଥିଲା। 

୧୫-ଏଫ୍‌.ସି.ଆଇ. ଓଡ଼ିଶାରୁ ବଳକା ଉଷୁନା ଚାଉଳ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପିସିସି କିଶାନ କଂଗ୍ରେସ ରଖିଲା ଦାବି। 

୧୬-ମହାରାଷ୍ଟ୍ରର ପ୍ରଥମ ଓମିକ୍ରୋନ ଆକ୍ରାନ୍ତ ହେଲେ ସୁସ୍ଥ, ପରୀକ୍ଷଣ ରିପୋର୍ଟ ଆସିଲା ନେଗେଟିଭ୍‌ ।

୧୭-ଚୀନ୍ ହ୍ୟାକରଙ୍କ ଟାର୍ଗେଟରେ ଦକ୍ଷିଣ ଏସିଆ ଦେଶ,ଆମେରିକାର ଏକ ଘରୋଇ ସାଇବର ସିକ୍ୟୁରିଟୀ କମ୍ପାନୀ ଏହି ରିପୋର୍ଟ ପ୍ରକାଶ କରିଛି ।

୧୮-ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ କଲେ ବହିଷ୍କାର ।

୧୯-ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ଆରମ୍ଭ ହେବ । ବିଭିନ୍ନ ଜିଲ୍ଲାରୁ ୧୬୦ ଜଣ ପ୍ରତିଯୋଗୀ ଓ ୪୦ ଜଣ ବୈଷୟିକ ଅଧିକାରୀ ଏଥିରେ ଅଂଶଗ୍ରହଣ କରିବେ ।

୨୦-ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ଝିଅ ‘ଭାମିକା’ର ଜନ୍ମକୁ ନେଇ କରିଥିବା ଟୁଇଟ୍‌କୁ ୨୦୨୧ରେ ମିଳିଲା ସର୍ବାଧିକ ଲାଇକ୍‌ ।

ସମସ୍ତେ ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।

ଖବର ଆଜିର

ତାରିଖ ୧୦-୧୨-୨୦୨୧/ଶୁକ୍ରବାର


୧-ଚେକ ଡ୍ୟାମ ଦ୍ୱାରା ମହାନଦୀ ଜଳ ରୋକିବା ପ୍ରସଙ୍ଗ । ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଳ ସମ୍ପଦ ମନ୍ତ୍ରୀ ।


୨-ସିଡିଏସ ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ, ଏୟାରବେସ୍‌ରେ ଶୋକାକୂଳ ପରିବେଶ ।


୩-ଅଜି ଶୁକ୍ରବାର ପଞ୍ଚତତ୍ତ୍ଵରେ ବିଲୀନ ହେବେ ସିଡିଏସ ରାଓ୍ଵତ, ଏହା ପୂର୍ବରୁ ସାଧାରଣ ଜନତା କରିବେ ଅନ୍ତିମ ଦର୍ଶନ


୪-ଶୀତାଳକୀନ ଅଧିବେଶନର ଅଷ୍ଟମ ଦିନ, ବିଧାନସଭାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ।


୫-ଗୁରୁବାର ଦିନ ବିଜେଡି ସାଂସଦ ପ୍ରମିଳା ବି‌ଷୋୟୀଙ୍କୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରଶଂସା କରିଛନ୍ତି। ଲୋକସଭାରେ ତାଙ୍କ ବକ୍ତବ୍ୟ ଉପରେ ବାରସ୍ପତି ଶ୍ରୀ ବିର୍ଲା ସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ଏହା ଭାରତର ଲୋକତନ୍ତ୍ର ଯେଉଁଠି ପ୍ରମିଳାଙ୍କ ଭଳି ସାଂସଦ ଅଛନ୍ତି।


୬-ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସିଡ୍ୟୁଲ୍‌ଡ ବ୍ୟାଙ୍କର ମାନ୍ୟତା ପ୍ରଦାନ କରିଛନ୍ତି।


୭-ଶେଷରେ ଚାଷୀ ଆନ୍ଦୋଳନ ବନ୍ଦ ଘୋଷଣା କଲେ : ୧୧ରେ ବିଜୟ ଯାତ୍ରା ସହ ଘରକୁ ଫେରିବେ ।


୮-ମମିତା ମେହେର ହତ୍ୟାକାଣ୍ଡ, ପରୀ ହତ୍ୟାକାଣ୍ଡ, ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଏବଂ ମାହାଙ୍ଗା ଡବଲ ମର୍ଡର ଘଟଣାର ସିବିଆଇ ତଦନ୍ତ ଲାଗି ଲୋକସଭାରେ ବରଗଡ଼଼ ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।


୯-ସିଡିଏସ ରାଓ୍ଵତଙ୍କ ନିଧନରେ ତିନି ଦିନିଆ ଜାତୀୟ ଶୋକ ଦିବସ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର ।


୧୦-ସିଡିଏସ ବିପିନ ରାଓ୍ଵତଙ୍କ ସମେତ କେବଳ ୪ ଜଣଙ୍କ ମୃତ ଶରୀର ଚିହ୍ନଟ, ବାକି ମୃତକଙ୍କ ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ ।


୧୧-ବରିଷ୍ଠ ସିନେ ଅଭିନେତା ମିହିର ଦାସ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି ।


୧୨-ତାମିଲନାଡ଼ୁ ରାଜ୍ୟପାଳଙ୍କ ଦାୟିତ୍ୱହୀନତା; ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବଦଳରେ ବିଶ୍ୱ ବିଦ୍ୟାଳୟ କାର୍ଯ୍ୟକ୍ରମରେ ହେଲେ ସାମିଲ ।


୧୩-ସୁମିତ-ତପସ୍ୱିନୀ କଳହ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଏକାଠି ରହିବେ ସ୍ୱାମୀ-ସ୍ତ୍ରୀ ।


୧୪-ସାତ ଜନମର ସାଥୀ ହେଲେ ବିକି କୌଶଲ ଓ କ୍ୟାଟ୍ରିନା କୈଫ, ସାମ୍ନାକୁ ଆସିଲା ବିବାହର ପ୍ରଥମ ଝଲକ ।


୧୫-୨୦୨୨ ଜାନୁଆରୀ ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ବନ୍ଦ, ଓମିକ୍ରନ୍ ଆତଙ୍କ ମଧ୍ୟରେ DGCAର ନିଷ୍ପତ୍ତି ।


*ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ : ଆହତ ଜାଡ଼େଜା, ଅକ୍ଷର, ଗିଲ୍‌ ବାଦ୍‌ ; ହନୁମା ଫେରିଲେ*


09-Dec-2021

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା କରାଯାଇଛି। ବୁଧବାର ଚେତନ ଶର୍ମା ନେତୃତ୍ବାଧୀନ ଭାରତୀୟ ବରିଷ୍ଠ ମନୋନୟନ କମିଟି ୧୮ ଜଣିଆ ଟେଷ୍ଟ ଦଳ ଘୋଷଣା କରିଛି। ତେବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳାଯିବାକୁ ଥିବା ୩ଟି ମ୍ୟାଚ୍‌ର ଦିନିକିଆ ସିରିଜ୍‌ ପାଇଁ ଖେଳାଳି ମନୋନୟନ ପରେ କରାଯିବ। ଆଶା ଅନୁସାରେ, ବିରାଟ କୋହଲି ଦଳର ଅଧିନାୟକ ସ୍ଥାନ ବଜାୟ ରଖିଛନ୍ତି। 

ତେବେ ନିକଟ ଅତୀତରେ ଖରାପ ଫର୍ମରେ ଥିବା ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳର ନେତୃତ୍ବରୁ ହଟାଯାଇ ଏହି ଦାୟିତ୍ବ ରୋହିତ ଶର୍ମାଙ୍କୁ ପ୍ରଦାନ କରାଯାଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ବିଶ୍ରାମ ପାଇଥିବା ସମସ୍ତ ଖେଳାଳି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ରୋହିତ ଶର୍ମାଙ୍କ ସହ କେ.ଏଲ୍‌. ରାହୁଲ, ଋଷଭ ପନ୍ତ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ ସାର୍ଦ୍ଦୁଳ ଠାକୁର ଦଳକୁ ଫେରିଛନ୍ତି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ଖେଳିବା ବେଳେ ଆହତ ହୋଇଥିବା ୪ ପ୍ରମୁଖ ଖେଳାଳି ଦୁଇ ବାମହାତି ସ୍ପିନ୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ଏବଂ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଶୁବ୍‌ମାନ ଗିଲ୍‌ ଏହି ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ତେବେ ଜାଡ଼େଜାଙ୍କ ସ୍ଥାନରେ ଅଫ୍‌ସ୍ପିନର ଜୟନ୍ତ ଯାଦବଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ସୁଯୋଗ ମିଳିଛି।

 ଦକ୍ଷିଣ ଆଫ୍ରିକାର ପିଚ୍ ଓ ବାତାବରଣ ପେସ୍ ବୋଲିଂକୁ ସୁହାଇବ। ତେଣୁ ଭାରତୀୟ ଟେଷ୍ଟ ଦଳରେ ୬ ଜଣ ପେସ୍ ବୋଲର ଏବଂ ୨ ଜଣ ସ୍ପିନର ସ୍ଥାନ ପାଇଛନ୍ତି। ଭାରତୀୟ ମଧ୍ୟକ୍ରମ ବ୍ୟାଟିଂରେ କୌଣସି ପରିବର୍ତ୍ତନ ହୋଇନାହିଁ। ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ଶ୍ରେୟାସ ଆୟର ଦଳରେ ରହିଛନ୍ତି। ଜାଡ଼େଜା ନ ଥିବାରୁ ବ୍ୟାଟିଂ ଅଲ୍‌ରାଉଣ୍ଡର ହନୁମା ବିହାରୀ ଦଳକୁ ଫେରିଛନ୍ତି। ଦଳରେ ୨ୟ ୱିକେଟ ରକ୍ଷକ ଭାବେ ଋଦ୍ଧିମାନ ଶାହା ଥିଲେ ହେଁ ଦଳକୁ ଫେରିଥିବା ଋଷଭ ପନ୍ତ୍ ପ୍ରଥମ ପସନ୍ଦର ୱିକେଟ ରକ୍ଷକ ହେବେ। କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରୁ ଜଣେ ଇନିଂସ ଓପନ୍‌ କରିବେ। ଖରାପ ଫର୍ମ ସତ୍ତ୍ବେ ପେସ୍ ବୋଲର ଈଶାନ୍ତ ଶର୍ମା ଦଳରେ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍‌ରେ ମୟଙ୍କ ଭଲ ବ୍ୟାଟିଂ କରିଥିଲେ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାରେ ଡିସେମ୍ବର ୨୬ରୁ ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍‌ରେ, ଜାନୁଆରୀ ୩ରୁ ୨ୟ ଟେଷ୍ଟ ଜୋହାନସବର୍ଗରେ ଓ ୧୧ରୁ ୩ୟ ଟେଷ୍ଟ କେପ୍‌ ଟାଉନ୍‌ରେ ଖେଳାଯିବ। ପ୍ରଥମ ୨ଟି ଦିନିକିଆ ଜାନୁଆରୀ ୧୯ ଓ ୨୧ରେ ପାର୍ଲରେ ଏବଂ ୩ୟ ଦିନିକିଆ ଜାନୁଆରୀ ୨୩ରେ କେପ୍‌ ଟାଉନ୍‌ରେ ଖେଳାଯିବ।


ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେ.ଏଲ୍‌. ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର, ହନୁମା ବିହାରୀ, ଋଷଭ ପନ୍ତ୍ ଓ ଋଦ୍ଧିମାନ ଶାହା (ଉଭୟେ ୱିକେଟ ରକ୍ଷକ), ଜୟନ୍ତ ଯାଦବ, ରବିଚନ୍ଦ୍ରନ ଅଶ୍ବିନ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମ୍‌ରା, ସାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ୍।

ଅତିରିକ୍ତ ଖେଳାଳି: ନବଦୀପ ସୈନି, ସୌରଭ କୁମାର, ଦୀପକ ଚହର ଓ ଆର୍ଜାନ୍ ନାଗସୱାଲା।


09-Dec-2021

ନୂଆଦିଲ୍ଲୀ: ହେଲିକପ୍‌ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଛି। ତାମିଲନାଡ଼ୁର ନୀଳଗିରି ଜିଲ୍ଲାରେ ରାୱତଙ୍କ ହେଲିକପ୍ଟର ଏକ ଗଛରେ ପିଟି ହେବାପରେ ଜଳି ଯାଇଥିଲା। ଦୁର୍ଘଟଣା ବାବଦରେ କ୍ରୀଷ୍ଣାସ୍ବାମୀ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା କହିଛନ୍ତି।


ସେ କହିଛନ୍ତି, ପ୍ରଥମେ ଖୁବ୍‌ ଜୋର୍‌ରେ ଏକ ଶବ୍ଦ ଶୁଣିବାକୁ ମିଳିଥିଲା। କ’ଣ ଘଟିଲା ତାହା ଦେଖିବା ସମୟରେ ହେଲିକପ୍ଟରଟି ଏକ ଗଛରେ ପିଟି ହୋଇଯାଇଥିଲା। ଜଳନ୍ତା ଅବସ୍ଥାରେ ଏହା ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା। କ୍ରୀଷ୍ଣାସ୍ବାମୀ କହିଛନ୍ତି, ପ୍ରଥମେ ମୁଁ ସହଯୋଗ ପାଇଁ ସ୍ଥାନୀୟ ଲୋକମାନଙ୍କୁ ଡାକିଥିଲି। ପ୍ରଥମେ ସ୍ଥାନୀୟ ଆଦିବାସୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପରେ ସେନା ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ।


ରାୱତ ୱେଲିଙ୍ଗଟନ୍‌ର ଡିଫେନ୍ସ ଷ୍ଟାଫ୍‌ କଲେଜରେ ଏକ ସମାରୋହରେ ଯୋଗ ଦେବାକୁ ଯାଉଥିଲେ ଏବଂ ମାତ୍ର କିଛି ମିନିଟ୍‌ ପରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତେ। ପ୍ରଥମେ ରାୱତ ଏବଂ ତାଙ୍କ ପତ୍ନୀ ଆଜି ସକାଳୁ ଦିଲ୍ଲୀରୁ ତାମିଲନାଡ଼ୁର ସୁଲୁରକୁ ଯାତ୍ରା କରିଥିଲେ। ବିମାନଟି ଅପରାହ୍ନ ପ୍ରାୟ ୧୨:୨୨ରେ ନିଖୋଜ ହୋଇଯାଇଥିଲା। କନୁରଠାରୁ ୭ କିମି ଦୂର କାଟେରି ନିକଟସ୍ଥ ଏକ ଚା’ ଇଷ୍ଟେଟ୍‌ ନିକଟରେ ଥିବା ଜଙ୍ଗଲ ପରିବେଷ୍ଟିତ ଖାଇ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା।


ଖରାପ ପାଗ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲିକପ୍ଟରରେ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ବ୍ରିଗେଡିୟର ଏଲଏସ ଲିଡର, ଲେପ୍ଟନାଣ୍ଟ କର୍ନେଲ ହରଜିନ୍ଦର ସିଂହ, ନାଏକ ଗୁରସେୱକ ସିଂହ, ଜିତେନ୍ଦ୍ର କୁମାର, ବିବେକ କୁମାର, ବି ସାଇ ତେଜ, ହାବିଲଦାର ସତ୍‌ପାଲ ଏବଂ ପାଇଲଟ୍‌ମାନେ ଯାତ୍ରା କରୁଥିଲେ। ଆସନ୍ତାକାଲି ରାୱତଙ୍କ ମରଶରୀର ଦିଲ୍ଲୀରେ ପହଞ୍ଚିବ ଏବଂ ସେଠାରେ ଶେଷକୃତ୍ୟ ସଂପନ୍ନ ହେବ।


୨୦୧୫ରେ ଅନ୍ୟ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ରାୱତ


ହେଲିକପ୍‌ଟର ଦୁର୍ଘଟଣାରେ ଆଜି ପ୍ରାଣ ହରାଇଥିବା ସିଡିଏସ୍‌ (ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ଜେନେରାଲ ବିପିନ ରାୱତ ୬ ବର୍ଷ ପୂ‌ର୍ବେ ଏକ ବଡ଼ ହେଲିକପ୍‌ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ୨୦୧୫ ଫେବ୍ରୁଆରି ୩ ତାରିଖରେ ନାଗାଲାଣ୍ଡର ଦିମାପୁରରେ ରାୱତଙ୍କ ହେଲିକପ୍‌ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ ଜେନେରାଲ ରାୱତ ଏବଂ ଅନ୍ୟ ୩ ଜଣ ସେନା ସଦସ୍ୟ ଏକ ଚିତା ହେଲିକପ୍ଟରରେ ଉଡ଼ାଣ ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।


ନାଗାଲାଣ୍ଡ ଦିମାପୁରର ରାବଗପାହାର ହେଲିପ୍ୟାଡ୍‌ରୁ ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ସେକେଣ୍ଡ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। କିନ୍ତୁ ରାୱତଙ୍କର ଏଥିରେ ବିଶେଷ କିଛି କ୍ଷତି ହୋଇନଥିଲା। ସେ ସାମାନ୍ୟ ଆହତ ହୋଇଥିଲେ। ସେ ସମୟରେ ରାୱତ ଲେପ୍ଟନାଣ୍ଟ ଜେନେରାଲ ଥିଲେ।


*ଟିମ୍ ଇଣ୍ଡିଆର ମଙ୍ଗୁଆଳ ପରିବର୍ତ୍ତନ : ବିରାଟଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ ? ପଦରୁ ନ ଓହରିବାରୁ କ୍ୟାପଟେନ ପଦରୁ ହଟାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା*

09-Dec-2021

 ଇଣ୍ଡିଆର ମଙ୍ଗୁଆଳ ପରିବର୍ତନ ହୋଇଛି । ବିରାଟଙ୍କ ସ୍ଥାନରେ ରୋହିତ ହୋଇଛନ୍ତି ଦଳର ଅଧିନାୟକ ତେବେ ବିରାଟ ନିଜ ପଦରୁ ଇସ୍ତଫା ଦେଇନାହାନ୍ତି ବରଂ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି କୁହାଯାଉଛି । ଆଗକୁ ଟି-୨୦ ବିଶ୍ୱକପ ଏବଂ ଦିନିକିଆ ବିଶ୍ୱକପ୍ ରହିଛି । ଏହା ପୂର୍ବରୁ ଦଳକୁ ସଜାଡିବାକୁ ବିସିସିଆଇ ଚାହିଁଛି । ପୂର୍ବତନ କ୍ୟାପଟେନ ବିରାଟ କୋହଲଙ୍କି ନେତୃତ୍ୱରେ ଦଳ ସର୍ବାଧିକ ମ୍ୟାଚ ବିଜୟୀ ହୋଇଛି । ହେଲେ ଏଯାବତ ବିରାଟଙ୍କ ନେତୃତ୍ୱରେ ଦଳ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଥିଲା । ଯେଉଁଥିପାଇଁ କ୍ରିକେଟ ବୋର୍ଡ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଚିନ୍ତା କରିଥିଲା । ବିରାଟ କିନ୍ତୁ ଚିନ୍ତା କରିଥିଲେ ସେ ୨୦୨୩ ବିଶ୍ୱକପ ଯାଏଁ ଦଳର ନେତୃତ୍ୱ ନେବେ ।  ହେଲେ ବିସିସିଆଇ କିନ୍ତୁ ଆଉ କିଛି ନୂଆ ଚିନ୍ତା କରିଥିଲା ।


ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିସିସିଆଇ ବିରାଟଙ୍କୁ ଅଧିନାୟକ ପଦ ଛାଡିବାକୁ କହିଥିଲା । ଏଥିପାଇଁ ୪୮ ଘଂଟାର ମହଲତ ଦେଇଥିଲା । ହେଲେ ବିରାଟ କୋହଲି ଏହି ଅବଧି ମଧ୍ୟରେ କୌଣସି ନିଷ୍ପତି ନେଇନଥିଲେ । ବିରାଟ କୋହଲି ସାଢେ ୪ ବର୍ଷ ହେବ ଦଳର ନେତୃତ୍ୱ ନେଉଥିଲେ । ବିସିସିଆଇ ଚାହୁଁଥିଲା ବିରାଟ ସମ୍ନାନଜନକ ଭାବରେ ଅଧିନାୟକ ପଦରୁ ଓହରିଯାନ୍ତୁ । କିନ୍ତୁ କୋହଲି ବୋର୍ଡର କଥା ମାନିନଥିବା ଜଣାପଡିଛି । ତେଣୁ ବୋର୍ଡ ବାଧ୍ୟ ହୋଇ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦେଲା ବୋଲି ସୂଚନା ରହିଛି । କ୍ୟାପଟନେ ଭାବରେ ବିରାଟ କୋହିଲ ଦଳକୁ ଅନେକ ମ୍ୟାଚ ଜିତାଇଛନ୍ତି । କିନ୍ତୁ ସେ ଆଇସିସି ଟ୍ରଫି ଜିତାଇବାରେ ବିଫଳ ହୋଇଥିଲେ । ଯାହାକୁ ନେଇ ବିସିସିଆଇ ଚିନ୍ତିତ ଥିଲା ।


୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ବିଶ୍ୱକପ ଏବଂ ଚଳିତ ବର୍ଷ ଆୟୋଜିତ ହୋଇଥିବା ଟି-୨୦ ବିଶ୍ୱକପରେ ବିରାଟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଫଳ ହୋଇଛି । ବିରାଟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୯୫ଟି ମ୍ୟାଚରୁ ୬୫ଟି ମ୍ୟାଚରେ ବିଜୟୀ ହୋଇଛି । ଯାହାକି ସର୍ବକାଳୀନ ରେକର୍ଡ । ସେହିପରି ଟେଷ୍ଟ ସିରିଜରେ ଦଳ ୧୯ଟି ମ୍ୟାଚରୁ ୧୫ଟିରେ ବିଜୟୀ ହୋଇଛି । ସେହିପରି ଅଧିନାୟକ ପଦରେ ଥାଇ ବିରାଟ ୭୨.୬୫ ହାରରେ ୫ ହଜାର ୪୪୯ ରନ୍ କରିଥିଲେ । ଯେଉଁଥିରେ ୨୧ଟି ଶତକ ଏବଂ ୨୭ଟି ଅର୍ଦ୍ଦ ଶତକ ରହିଛି ।


The post ଟିମ୍ ଇଣ୍ଡିଆର ମଙ୍ଗୁଆଳ ପରିବର୍ତ୍ତନ : ବିରାଟଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ ? ପଦରୁ ନ ଓହରିବାରୁ କ୍ୟାପଟେନ ପଦରୁ ହଟାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା


ତାରିଖ ୦୯-୧୨-୨୦୨୧/ଗୁରୁବାର


୧-ମଝି ଆକାଶରେ ଜଳିଗଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର । ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ।


୨-ବିଦାୟ ବିପିନ ବିଦାୟ… ଆଉ ନାହାନ୍ତି ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ପରେ ବୀରପୁଅକୁ ଝୁରୁଛି ଦେଶ…


୩-‘ମୁଁ ସୈନିକ ଅଟେ, ମୋତେ ଦିଲ୍ଲୀ-ମୁମ୍ବାଇ ନୁହେଁ, ବର୍ଡରରେ ରହିବା ଉଚିତ୍’- କର୍ମରୁ ନୁହେଁ ମନରୁ ମଧ୍ୟ ଫୌଜୀ ଥିଲେ ଜେନେରାଲ ବିପିନ ରାଓ୍ଵତ ।


୪-ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: କହିଲେ, ଜଣେ ଅଦ୍ୱିତୀୟ ଯୋଦ୍ଧାଙ୍କୁ ହରାଇଲୁ ।


୫-ଦୁଇ ବର୍ଷ ଭିତରେ ରାଜ୍ୟରେ ମାପ ଓ ଓଜନରେ କେତେ ଦଲାଲ ଓ ଠକ ଧରାପଡ଼ିଛନ୍ତି ତାହାର ରି‌ପୋର୍ଟ ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।


୬-୨୦୨୦-୨୧ ଶିକ୍ଷାବର୍ଷରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକସ୍ତରରେ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି।  


୭-ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ ।


୮-ଦିଲ୍ଲୀ ଦଙ୍ଗା: ଶାହରୁଖ ପାଠନ ବିରୋଧରେ ‘ଚାର୍ଜ ଫ୍ରେମ’କଲେ କୋର୍ଟ, ରୁଜୁ ହେଲା ଆଟେମ୍ପଟ୍ ଟୁ ମର୍ଡର କେସ୍ ।


୯-ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଟେଷ୍ଟରେ ରାହାଣେଙ୍କ ସ୍ଥାନ ନେଲେ ରୋହିତ ଶର୍ମା ।


୧୦-ମାହାଙ୍ଗା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ହତ୍ୟା ମାମଲା : ଥାନା ଅଧିକାରୀଙ୍କ ପୁନଃ ଆବେଦନ ଅଗ୍ରାହ୍ୟ


୧୧-ଆଞ୍ଜେଲା ମର୍କେଲଙ୍କ ଯୁଗର ଅବସାନ, ଜର୍ମାନୀର ନୂଆ ଚାନସେଲର ହେଲେ ଓଲାଫ ସଲତଜ୍ ।


୧୨-ଓମିକ୍ରନର ଭୟ ଭିତରେ ଆସିଲା ଆଶ୍ୱସ୍ତିକର ଖବର । ମାରାତ୍ମକ ନୁହେଁ କରୋନାର ନୂଆ ପ୍ରଜାତି, ଜୁନ ସୁଦ୍ଧା ସ୍ୱାଭାବିକ ହୋଇପାରେ ସ୍ଥିତି । 


୧୩-ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି । କନମ୍ୟାନ ସୁକେଶ ଚନ୍ଦ୍ରଶେଖର ସହିତ ସମ୍ପର୍କକୁ ନେଇ ଜ୍ୟାକ ଇଡିର ସ୍କାନରରେ ରହିଛନ୍ତି । 


Web king

Post a Comment

Previous Post Next Post