News odiya, news odisha, all odisha news

 ଖବର ଆଜିର

ତାରିଖ ୧୫/୧୨/୨୧, ବୁଧବାର



୧-ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ‘ଲିଡର୍ସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍ ଅଫ୍ ଦି ଇଅର୍’ ଭାବେ ପୁରସ୍କୃତ କରାଯାଇଛି।


୨-ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା, ସୃଷ୍ଟି ହେବ ୧୫୪ଟି ପଦବୀ।


୩-ଦାରିଙ୍ଗବାଡିରେ ପାରଦ ଖସିଲା ୭.୫ ଡିଗ୍ରୀକୁ, ଆଜିଠୁ ବଢିବ ଶୀତ ।




୪-ଆଜିଠୁ ଫେବୃଆରୀ ୨୮ ଯାଏଁ ଚାଲିବ ଇକୋ ରିଟ୍ରିଟ୍।ପତିସୋନାପୁର ଓ ପୁଟସିଲ ସମେତ ଆଉ ସାତଟି ସ୍ଥାନ ବି ହେବେ ସାମିଲ।


୫-ସ୍ମାର୍ଟ୍ କାର୍ଡ ଯୋଜନାରେ ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲା ସାମିଲ୍,ଦୁଇ ଜିଲ୍ଲାରେ ୧୮୦୦ କୋଟିର ପ୍ରକଳ୍ପର ହେଲା ଶୁଭାରମ୍ଭ।


୬-କେନ୍ଦ୍ରାପଡ଼ା:ABEO ନରହରି ସୁତାର ସାରଙ୍କ ମହନୀୟତା, ତିନିମୁହାଣି ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ରିକ୍ସାରେ ନେଇ କେନ୍ଦ୍ରାପଡ଼ା ହସ୍ପିଟାଲରେ କରାଇଲେ ଚିକିତ୍ସା।


୭-ବୁର୍ଲା ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତିହେଲେ ପଦ୍ମଶ୍ରୀ ମିତ୍ରଭାନୁ ଗୋଉଁତିଆ।


୮-୬ ମାସରେ ପିଲାଙ୍କ ପାଇଁ ଟିକା, ୩ବର୍ଷରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ ନୋଭାଭାକ୍ସ କୋଭିଡ-୧୯।


୯-୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର।


୧୦-ଭୁବନେଶ୍ୱର:କଡାକଡି ହେଲା କଟକଣା,ରାତି ୧୦ଟା ପରେ ବିବାହ ପ୍ରସେସନରେ ବଜାଇ ପାରିବେନି ଡିଜେ, ବାଣ ଫୁଟାଇବା ମନା।


୧୧-ବହୁ ଚର୍ଚ୍ଚିତ କଳାହାଣ୍ଡି ବୃଦ୍ଧାଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ।


୧୨-ଓମିକ୍ରନ୍ ତତ୍ପରତା, ରିସ୍କ ଦେଶରୁ ଆସିଲେ ପ୍ରି-ବୁକିଂ ଟେଷ୍ଟ ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶ।


୧୩-ଦେହ ଖରାପ ଥିବା ଦର୍ଶାଇ ପୁଣି ଛୁଟି ବଢାଇଲେ ସୁମିତ୍ । ଏପଟେ ସିନ୍ଦୁର ପାଇଁ ଲଢେଇ କରିବାକୁ ତୟାର ତପସ୍ୱିନୀ ।


୧୪-ଏସ୍‌ବିଆଇ ସହ ରାଷ୍ଟ୍ରାୟତ ବ୍ୟାଙ୍କ୍‌ କର୍ମଚାରୀ ୟୁନିୟନମାନଙ୍କର ଦୁଇଦିନ ହରତାଲ୍‌ ନିଷ୍ପତ୍ତି – ଆଲୋଚନା ପାଇଁ ଅପିଲ୍‌ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ।


୧୫-ମହାରାଷ୍ଟ୍ରରୁ ବାହାରିଲା ୮ ଟି ନୂଆ ଓମିକ୍ରନ ମାମଲା, ମୁମ୍ବାଇରୁ କେବଳ ୭ ଜଣ।


ଖବର ଆଜିର

ତାରିଖ ୧୫-୧୨-୨୦୨୧/ବୁଧବାର


୧-ଭାରତର ସେରମ୍‌ କମ୍ପାନି ୬ ମାସ ମଧ୍ୟରେ ପିଲାମାନଙ୍କ ପାଇଁ ନୋଭାଭକ୍ସ ଟିକା ବଜାରକୁ ଛାଡ଼ିବ ।


୨-ଭାରତରେ ଖୁବ ଶୀଘ୍ର ବୁଷ୍ଟର ଡୋଜକୁ ମିଳିପାରେ ଅନୁମତି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ତଥ୍ୟ ରଖିଲେ କେନ୍ଦ୍ର ସରକାର ।


୨-ମନ୍ତ୍ରୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ବାଚସ୍ପତି, କହିଲେ- ଗୃହରେ ନିଜ କାର୍ଯ୍ୟାଳୟ ଚଲାଇବା ବନ୍ଦ କରନ୍ତୁ ।


୩-ଜାତୀୟ ରାଜନୀତିରେ ବିରୋଧୀ ବନାମ ବିରୋଧୀ । ବିରୋଧୀଙ୍କ ବୈଠକରେ ତୃଣମୂଳ କଂଗ୍ରେସକୁ ନିମନ୍ତ୍ରଣ କଲେନି ସୋନିଆ । 


୪-ବେକାବୁ omicron : ଦିନକରେ ଆଉ ୮ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ, ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୭ ଛୁଇଁଲା ।


୫-ତପସ୍ୱିନୀଙ୍କ ଲଢ଼େଇ ଜାରି, ଦେହ ଖରାପ ଥିବା ଦର୍ଶାଇ ପୁଣି ଛୁଟି ବଢାଇଲେ ସୁମିତ୍ ।


୬-୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ନେଇ ରାଜନୀତି ଜୋର, କେବଳ ୫-ଟି ରୂପାନ୍ତରିତ ସ୍କୁଲରେ କାହିଁକି ଦିଆଯିବ ଦାୟିତ୍ୱ, ପ୍ରଶ୍ନ ଉଠାଇଲା ଶିକ୍ଷକ ସଂଘ ।


୭-ଓମିକ୍ରନ ମୁକାବିଲା ଲାଗି ବର୍ତ୍ତମାନର ଟିକାଗୁଡ଼ିକ ପ୍ରଭାବହୀନ ହୋଇପାରନ୍ତି : ଡ.ପଲ୍ ।


୮-କରଣ ଜୋହରଙ୍କ ନାଇଟ୍ ପାର୍ଟି ପରେ କରୀନା ଓ ଅମ୍ରିତା କରୋନା ପଜିଟିଭ୍ । ଘରକୁ ସାନିଟାଇଜ କରିବା ପରେ କଟକଣା ଲଗାଇଲା ବିଏମସି ।


୯-ଗତ ୭ ବର୍ଷରେ ୮.୫୦ ଲକ୍ଷ ଲୋକେ ଛାଡିଛନ୍ତି ଭାରତୀୟ ନାଗରିକତା, ସଂସଦରେ ସୂଚନା ଦେଲେ ସରକାର ।



୧୦-ନଭେମ୍ବରରେ ୨୪.୧ ଏମ୍‍ବିପିଏସ ସ୍ପିଡ ସହିତ ୪ଜି ଡାଉନଲୋଡ ସ୍ପିଡରେ ଜିଓ ଶୀର୍ଷରେ: ଟ୍ରାଇ ତଥ୍ୟ ।

୧୧-ଓମିକ୍ରନ ନେଇ ସତର୍କ କରାଇଲା ହୁ । କହିଲା, ବିଶ୍ୱବ୍ୟାପୀ ବଢିପାରେ ମୃତ୍ୟୁସଂଖ୍ୟା । ହସ୍ପିଟାଲରେ ଭର୍ତ୍ତି ହେବେ ଅଧିକ ଆକ୍ରାନ୍ତ ।


୧୨-ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ସଞ୍ଜୟଙ୍କୁ ହଟାଅ’: ଘେରିଲା ବିଜେପି, କହିଲା ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାହାରୁଛି ।


୧୩-ଦିନବନ୍ଧୁ ମିଶ୍ର ଆତ୍ମହତ୍ୟା ଘଟଣା: କୁଳପତିଙ୍କ ଆକ୍ରୋଶରୁ ସୁରକ୍ଷା ପାଇଁ କୁଳସଚିବଙ୍କୁ ପତ୍ନୀଙ୍କ ଗୁହାରୀ ।


୧୪-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା


୧୫-ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ, ବୁର୍ଲା ସ୍ଥାନାନ୍ତର ।



 କାଳର ଖବର, ୧୫-ଡିସେମ୍ବର-୨୦୨୧,ବୁଧବାର


➡️୧-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।


➡️୨-ଆଜି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ ।


➡️୩-ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ  ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ପାଇଁ ୧୭ଟି ସଂରକ୍ଷିତ ରହିଛି ।ସାଧାରଣ ବର୍ଗଙ୍କ ପାଇଁ ବୟସ ସୀମା ସର୍ବଧିକ ୩୫ ବର୍ଷ ରହିଛି ।


➡️୪-ରାଜଧାନୀରେ ବିବାହ ଉତ୍ସବରେ ପୁଣି ଲାଗିଲା କଟକଣା । ଏଣିକି ରାତି ୧୦ ଟା ପରେ ବାହାଘର ବେଳେ DJ ବଜାଇ ରୋଷଣି କଲେ ବା ବାଣଫୁଟାଇ ଉତ୍ସବ ମନାଇଲେ କାର୍ଯାନୁଷ୍ଠାନ ନେବ ପୋଲିସ ।


➡️୫-ସାଇବର ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ରାଜ୍ୟରେ ଖୋଲିବ ୧୧ଟି ସାଇବର ଥାନା । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା । 


➡️୬-ହଲିଡେ’ର ନୂଆ ଡେଷ୍ଟିନେସନ୍‌ ଭାବେ ପରିଚିତ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିଠାରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ। 


➡️୭-୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ନେଇ ରାଜନୀତି ଜୋର । କେବଳ ୫-ଟି ରୂପାନ୍ତରିତ ସ୍କୁଲରେ କାହିଁକି ଦିଆଯିବ ଦାୟିତ୍ୱ, ପ୍ରଶ୍ନ ଉଠାଇଲା ଶିକ୍ଷକ ସଂଘ ।


➡️୮-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ । 


➡️୯-ଓମିକ୍ରନ ନେଇ ସତର୍କ କରାଇଲା ହୁ । କହିଲା, ବିଶ୍ୱବ୍ୟାପୀ ବଢିପାରେ ମୃତ୍ୟୁସଂଖ୍ୟା । ହସ୍ପିଟାଲରେ ଭର୍ତ୍ତି ହେବେ ଅଧିକ ଆକ୍ରାନ୍ତ ।


➡️୧୦-ଫିଲ୍ମ ‘ପୁଷ୍ପା’ର ନିର୍ମାତାଙ୍କ ବିରୋଧରେ ହାଇଦ୍ରାବାଦ ଥାନାରେ ମାମଲା ହେଲା ରୁଜୁ । ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ  ରିଲିଜ ହେବାର ଅଛି ।


➡️୧୧-୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ।


➡️୧୨-ବୁଡିଯିବ ମୁମ୍ବାଇ-ଚେନ୍ନାଇ ! ଆଣ୍ଟାର୍କଟିକାରେ ଭାଙ୍ଗୁଛି ୧୭୦୩୨୨ କିଲୋମିଟର ଲମ୍ବା ଗ୍ଲାସିୟର। ଏହାଦ୍ୱାରା ସାରା ଦୁନିଆରେ ସମୁଦ୍ରର ଜଳସ୍ଥର ୨୫ ଇଞ୍ଚ ଯାଏଁ ବଢ଼ିଯିବ। 


➡️୧୩-ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଆଗୁଆ ଆରଟିପିସିଆର ଟେଷ୍ଟ ବୁକିଂ ନିୟମ । ଆସନ୍ତା ୨୦ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଲେ ସୂଚନା ।


➡️୧୪-ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ୍‌-୧୯ ଟିକା ଉପଲବ୍ଧ କରିବାକୁ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ର ଯୋଜନା ।


➡️୧୫-ଲଖିମପୁର ହିଂସା ଘଟଣାକୁ ଏସ୍‌ଆଇଟି ଅପରାଧିକ ଷଡଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କଲେ ପ୍ରିୟଙ୍କା ଗାନ୍ଧୀ ।


➡️୧୬-ବିକ୍ରି ହୋଇଗଲା ଅନିଲ୍‌ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ନେବଲ୍‌ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍‌ (RNEL) । ଏହାର ନୂଆ ମାଲିକ ହେବାକୁ ଯାଉଛନ୍ତି ମୁମ୍ୱାଇର ଉଦ୍ୟୋଗପତି ନିଖିଲ ୱି ମର୍ଚ୍ଚେଣ୍ଟ ।


➡️୧୭-ବିକିନି ବଡି ବିଲ୍ଡିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ସାରିନା ପାଣି । ସେ ମୁମ୍ବାଇରେ ଅନୁଷ୍ଠିତ ଆମେଚ୍ୟୁର ଅଲିମ୍ପିଆଡ ବଡି ବିଲ୍ଡିଂରେ ଏହି ପଦକ ହାସଲ କରିଛନ୍ତି । ଏହା ସହିତ ସେ ପ୍ରୋ କାର୍ଡ ମଧ୍ୟ ହାସଲ କରିଛନ୍ତି ।


➡️୧୮-ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ ।


➡️୧୯-ବ୍ୟାଟ୍ସମ୍ୟାନ ବେନ୍‌ ମ୍ୟାକଡରମେଟ୍‌ଙ୍କ ବିଶାଳ ଛକାରେ ଫାଟିଲା ଗ୍ୟାଲେରିରେ ବସିଥିବା ଦର୍ଶକଙ୍କ ମୁଣ୍ଡ। ବିଗ୍‌ ବାସ୍‌ ଲିଗ୍‌ ୨୦୨୧-୨୨ରେ ହୋବାର୍ଟ ହରିକେନ୍ସ ଏବଂ ପର୍ଥ ସ୍କୋଚର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଲା ଏହି ଦୃଶ୍ୟ । 


➡️୨୦-ଆଇସିସି ପକ୍ଷରୁ ନଭେମ୍ବର ମାସର ସର୍ବଶ୍ରେଷ୍ଠ କ୍ରିକେଟର ହେଲା ଘୋଷିତ । ପୁରୁଷ ରେ ଅଷ୍ଟ୍ରେଲିଆର ବିସ୍ଫୋରକ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଥିବା ବେଳେ ମହିଳା ରେ ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ହେଲି ମାଥ୍ୟୁସ୍‌ ସର୍ବଶ୍ରେଷ୍ଠ  କ୍ରିକେଟର ଘୋଷିତ କଲା  ଆଇସିସି ।


*➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।


ଆଜିର ସାଧାରଣ ଜ୍ଞାନ 

ତାରିଖ : ୧୫-୧୨-୨୦୨୧


*➡️୧-ଓଡ଼ିଶାର ବୃହତ୍ତମ ସବଡିଭିଜନ କେଉଁଠାରେ ଅବସ୍ଥିତ  ?*

*❣️ଉତ୍ତର :-* ମାଲକାନଗିରି 


*➡️୨-ନେସନାଲ ଫରେନ୍ସିକ୍ Science University ଭାରତରେ କେଉଁଠାରେ ଅବସ୍ତିତ ?*

*❣️ଉତ୍ତର :-* ଅହମ୍ମଦାବାଦ


*➡️୩-କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?*

*❣️ଉତ୍ତର :-* ଆସାମ 


*➡️୪-ଷଷ୍ଠ ଶ୍ରେଣୀ ଠାରୁ ଏକାଦଶ ଶ୍ରେଣି ପର୍ଯ୍ୟନ୍ତ ଶିକ୍ଷା କୁ କେଉଁ ଶିକ୍ଷା କୁହାଯାଏ ?*

*❣️ଉତ୍ତର :-* ମାଧ୍ୟମିକ ଶିକ୍ଷା


*➡️୫-ଭୂମିକମ୍ପ ର ତୀବ୍ରତା କେଉଁ ସ୍କେଲରେ ମପାଯାଏ ?*

*❣️ଉତ୍ତର :-* ରିକ୍ଟର ସ୍କେଲ 


ଆଜିର ଭକ୍ତିକଥା

ତାରିଖ : ୧୫-୧୨-୨୦୨୧



*📝ଆଜି ଆସନ୍ତୁ ଜାଣିବା  ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ସମ୍ବନ୍ଧରେ :-*


*❣️୧. ଚନ୍ଦନଲାଗି ବେଶ  - ବୈଶାଖ ଅକ୍ଷୟ ତୃତୀୟାଠାରୁ ୨୧ ଦିନ ପର୍ଯ୍ୟନ୍ତ |*


*❣️୨. ଗଣେଷ ଓ ହାତୀବେଶ – ଜ୍ୟେଷ୍ଠ ପୂର୍ଣ୍ଣିମା |*


*❣️୩. ସୁନାବେଶ - କାର୍ତ୍ତିକ ପୂର୍ଣ୍ଣିମା ଓ ଆଷାଢ ଶୁକ୍ଳ ଏକାଦଶୀ |*


*❣️୪. ବଣଭୋଜୀ ବେଶ – ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ  |*


*❣️୫. ପ୍ରଳମ୍ବାସୁର ବେଶ – ଭାଦ୍ର କୃଷ୍ଣପକ୍ଷ ଦ୍ୱାଦଶୀ |*


*❣️୬. ରାଜାବେଶ   - ଆଶ୍ୱିନ ଶୁକ୍ଳ ଦଶମୀ, ପୌଷ ପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା  |*


*❣️୭. ରାଈଦାମୋଦର ବେଶ – ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ |*


*❣️୮. ଲକ୍ଷ୍ମୀନାରାୟଣ ବେଶ – କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ |*


*❣️୯. ବାଙ୍କଚୂଡା ବେଶ – କାର୍ତ୍ତିକ ଶୁକ୍ଳ ଏକାଦଶୀ |*


*❣️୧୦. ତ୍ରିବିକ୍ରମ ବେଶ – କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ |*


*❣️୧୧. ନୃସିଂହ ବେଶ – କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଧଶୀ |*

 

*❣️୧୨. ନାଗାର୍ଜୁନ ବେଶ – ପଞ୍ଚୁକ |*


*❣️୧୩. ଗଜ ଉଦ୍ଧାରଣ ବେଶ – ମାଘମାସ ପୂର୍ଣ୍ଣିମା |*


*❣️୧୪. କାଞ୍ଚିକାବେରୀ ବେଶ – ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ |*


*❣️୧୫. ପଦ୍ମବେଶ – ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଥିବା ଶନିବାର ଓ ରବିବାର |*


*❣️୧୬. ନବକଳେବର ବେଶ – ପ୍ରତି ବାରବର୍ଷରେ ଥରେ ଯେଉଁ ଦୁଇଟି ଆଷାଢ ମାସ ପଡେ ସେହିବର୍ଷ ନବକଳେବର ବେଶ ହୁଏ |


ଆଜିର ଅନୁଚିନ୍ତା


 ତାରିଖ - ୧୫:୧୨:୨୦୨୧       (ବୁଧବାର)


*🦋ହଲଚଲ ହେଉଥିବା ପାଣିରେ ଯେପରି ନିଜ ପ୍ରତିବିମ୍ବ ଦେଖାଯାଏ ନାହିଁ, ଠିକ୍ ସେହିପରି କ୍ରୋଧରେ ଥିବା ବ୍ୟକ୍ତି କେବେହେଲେ ସତ୍ୟକୁ ଦେଖିପାରେ ନାହିଁ ।*


*🦋ଏ ଦୁନିଆରେ ଏହି ଦୁଇ ପ୍ରକାର*

     *ସବୁଠାରୁ ବଡ ଅସହାୟ ଅଟନ୍ତି :-*

                             *●ରୂପ ବିନା ନାରୀ ।*

                             *●ଟଙ୍କା ବିନା ପୁରୁଷ ।*


*🦋ଭଲ ବନ୍ଧୁଟିଏ ପାଇବା ଜମାରୁ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଆମ ଜୀବନରେ ଅନେକ ବନ୍ଧୁ ଆଗେଇ ଆସନ୍ତି, ପରନ୍ତୁ ଦୃଢ ମନୋବଳ,ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ସତ୍ୟ ଓ ପବିତ୍ର ।*


*🦋ଆପଣ କେତେ ଶିକ୍ଷିତ ତାହା ରୁପ ଦେଖି ନୁହେଁ ବରଂ ଆପଣଙ୍କ ଗୁଣରୁ ହିଁ ବୁଝାପଡେ, ଆପଣ କେତେ ସୁନ୍ଦର ତାହା ଆପଣଙ୍କ ଡିଗ୍ରୀ ଦେଖି ନୁହେଁ ବରଂ ବ୍ଯବହାରରୁ ପ୍ରକାଶ ପାଏ, ଠିକ୍ ସେହିପରି ଆପଣ କେତେ ଭଲପାଆନ୍ତି ତାହା ଉପହାର ଦେଖି ନୁହେଁ ବରଂ ଆପଣଙ୍କ ଆଚରଣରୁ ହିଁ ଜଣାପଡେ ।


   👉ମହାବୀର ପଞ୍ଜିକା👈

 *✧═════•❁❀❁•═════✧*   

 *ଅଦ୍ୟ ଡ଼ିସେମ୍ବର ମାସ ୧୫ ତାରିଖ ୨୦୨୧ ମସିହା(ବୁଧବାର)*

*ଶକାବ୍ଦ -୧୯୪୩* 

*ସମ୍ବତ -୨୦୭୮*

*ସାଲ-୧୪୨୯*

*ସମ୍ବତ୍ସର-ରାକ୍ଷସ*

*ମାର୍ଗଶିର- ଶୁକ୍ଳପକ୍ଷ*

*ତିଥି- ଦ୍ଵାଦଶୀ ରାତ୍ରି  ଘ୦୧/୫୭ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ*

*ନକ୍ଷତ୍ର- ଦ୍ଵିଜା*

*ଚନ୍ଦ୍ର- ମେଷ*

*ଯୋଗ- ପରିଘ*

*କରଣ - ବବ*

*ସୌରମାସ- ବିଛା ୩୦ ଦିନ*

*✧═════•❁❀❁•═════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୫୫*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୪୯*

*✧═════•❁❀

*ଯୋଗିନୀ ନୈରୁତେ ରାତ୍ରି ଘ୦୧/୫୭ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ* 

*କର୍କଟ ରାଶିର ଘାତବାର*

*ମେଷ ରାଶିର ଘାତଚନ୍ଦ୍ର*

*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

✧═════•❁❀❁•═══

*କାଳବେଳ -ଦିବା ଘ ୦୮/୫୭ ଗତେ ଘ୧୦/୨୦ ମଧ୍ୟେ*

*ବାରବେଳ।-ଦିବା ଘ ୧୧/୩୯ ଗତେ ଘ୦୧/୦୨ ମଧ୍ୟେ*

══•❁❀❁•═══

*ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୦୭/୦୪ ମଧ୍ୟେ ଓ  ଘ ୦୭/୫୧ ଗତେ ଘ୦୮/୩୯ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ୦୭/୦୫ ଗତେ ଘ୦୭/୫୨ ମଧ୍ୟେ ଓ ଘ ୦୨/୧୫ ଗତେ ଘ୦୪/୪୨ ମଧ୍ୟେ*

*═✧*══•❁❀❁•═════✧

*ଅଦ୍ୟ ପୋଇ ରାତ୍ରି ଘ ୦୧/୫୭ ଗତେ ବାଇଗଣ ଭକ୍ଷଣ ନିଷେଧ*

*═✧*══•❁❀❁•═════✧

 *ଡ:ବାୟୁନନ୍ଦନ ମିଶ୍ର*  

 *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* 

*ଅଦୃଶ୍ୟଶକ୍ତି ଭବନ*

*✧═════•❁❀❁•═════✧*  

*🌼🌹꧁ ଆଜିର ରାଶିଫଳ꧂🌹🌼*

        *✧═════•❁❀❁•═════✧*

*🌹ମେଷ🌹👉ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ  ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।*

*✧═════•❁❀❁•═════✧*


*🌹ବୃଷ🌹👉ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଯାତ୍ରା, ବାଣିଜ୍ୟରେ ଲାଭବାନ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ସତ କିନ୍ତୁ ଅବହେଳା ଜନିତ କୌଣସି ଉପଚାର କରିବା ସହଜସାଧ୍ୟ ନ ହୋଇପାରେ।*


*✧═════•❁❀❁•═════✧*

*🌹ମିଥୁନ🌹👉ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ବାରୁଦ ଓ ବିଦ୍ୟୁତ୍‌ ପ୍ରତି ସାବଧାନ ରହିବା ଭଲ। କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।*


*✧═════•❁❀❁•═════✧*

*🌹କର୍କଟ🌹👉ଆଜି ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‌ ଭାବରେ ସାମନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ସମସ୍ୟା ସମାଧାନର ଆଶା କରିପାରନ୍ତି।*


*✧═════•❁❀❁•═════✧*

*🌹ସିଂହ🌹👉ଆଜି ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବାରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ।ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ।*


*✧═════•❁❀❁•═════✧*

*🌹କନ୍ୟା🌹👉ଆଜି ଅର୍ଥଲାଭ କରାଇବା ସହ ସମସ୍ୟା ସମାଧାନ ପାଇଁ ରାସ୍ତା ପରିଷ୍କାର କରିଦେବେ। ତଥାପି ଖଳକଥାରେ ପ୍ରଭାବିତ ହୋଇ ଚିତ୍ରା ନକ୍ଷତ୍ର ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ।*


*✧═════•❁❀❁•═════✧*

*🌹ତୁଳା🌹👉ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।*


*✧═════•❁❀❁•═════✧*

*🌹ବିଛା🌹👉ଆଜି ମନ ଅସ୍ଥିର ରହିବ। କିନ୍ତୁ କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍‌ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ।ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।*


*✧═════•❁❀❁•═════✧*

*🌹ଧନୁ🌹👉କାଲିର ପରିସ୍ଥିତି କ୍ରମଶଃ ବଦଳିଯିବା ସାଙ୍ଗକୁ ସଙ୍କଟମୁ୍‌କ୍ତ ହୋଇପାରନ୍ତି। ଦିନର ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।*


*✧═════•❁❀❁•═════✧*

*🌹ମକର🌹👉ଆଜି କୌଣସି କାମରେ ସାହାଯ୍ୟ କରିବାକୁ ମନ ବଳିବ।କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।*

*✧═════•❁❀❁•═════✧*


*🌹କୁମ୍ଭ🌹👉ଆଜି ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ସରଳୀକୃତ ହେବ। ତଥାପି  କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବାର ସୂଚନା ରହିଛ।*

*✧═════•❁❀❁•═════✧*


*🌹ମୀନ🌹👉ଆଜି କର୍ମୋନ୍ନତି ସହ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ। ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି।*

*✧═════•❁❀❁•═════✧*



          



Web king

Post a Comment

Previous Post Next Post