ଓଡିଶା ଖବର, odiya news, all odisha news, breaking news odiya, breaking odisha, good morning odisha, osiya update, odiyabew, odisha,

 [04/01, 7:40 am] *ଖବର ଆଜିର*

ତାରିଖ ୦୪-୦୧-୨୦୨୨/ମଙ୍ଗଳବାର


୧-ସୋମବାରଠାରୁ ଦେଶରେ ୧୫ରୁ ୧୮ବର୍ଷର କିଶୋର ଓ କିଶୋରୀଙ୍କୁ ଟିକାକରଣ କରାଯାଇଛି। କୋ-ୱିନ ଆପ୍‌ର ତଥ୍ୟ ଅନୁଯାୟୀ ସନ୍ଧ୍ୟା ୮ଟା ସୁଦ୍ଧା ଏହି ବର୍ଗର ପ୍ରାୟ ୪୦ଲକ୍ଷ ପିଲା ଟିକା ନେଇଛନ୍ତି।


୨-ଆଇଏଏସ୍‌ ସ୍ତରରେ ଅଦଳବଦଳ, ବଦଳିଲେ ସମ୍ୱଲପୁର ଜିଲ୍ଲାପାଳ, ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଦ୍ୱାୟିତ୍ୱ ।


୩-ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇଂନିସରେ ଭାରତ ୨୦୨ ରନରେ ଅଲଆଉଟ ।


୪-ଓମିକ୍ରନ ସ୍ଥିତି ସମୀକ୍ଷା କଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ


୫-ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନୂଆପଡ଼ା-ବରଗଡ଼ ମଧ୍ୟରେ ଗଡ଼ିବ ରେଳ। କାରଣ ନୂଆପଡ଼ା ରୋଡ୍‌-ବରଗଡ଼ ରୋଡ୍‌ ରେଳ ଲାଇନ୍‌କୁ ମିଳିଛି କେନ୍ଦ୍ରର ମଞ୍ଜୁରୀ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।


୬-ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି, ଉପକୃତ ହେବେ ୩୩,୦୩୮ ଶିକ୍ଷକ ।


୭-ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ ଏଆଇସିଟିଇର ବୈଷୟିକ ପୁସ୍ତକ ଉନ୍ମୋଚିତ ।


୮-ଲଖିମପୁର ଖେରୀ ହିଂସା, ପାଞ୍ଚ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଏସଆଇଟି ।


୯-ରାଜ୍ୟର ୧୧ ଜିଲ୍ଲାକୁ ମାଡ଼ିଲାଣି ଓମିକ୍ରନ୍ ।


୧୦-ଚିନ୍ତା ବଢାଇଲା ନୂତନ ଭାରିଆଣ୍ଟ: ଦୁଇ ଦିନରେ ୮୪ ପ୍ରତିଶତ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଚଳିତ ସପ୍ତାହରେ ଦିଲ୍ଲୀରେ ଶିଖର ଛୁଇଁବ ସଂକ୍ରମଣ ।


୧୧-‘ପ୍ରତିଦିନ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ, କହୁଛନ୍ତି ଦଳ ଗଢ଼ିବ ସପା’: ଅଖିଳେଶ ଯାଦବ ।


୧୨-ଦେବାଳିଆ ହେବାକୁ ବସିଲାଣି ପଞ୍ଜାବ, ଭାଙ୍ଗିଯାଇଛି ଲୋକଙ୍କ ବିଶ୍ବାସ: ନବଜୋତ ସିଂହ ସିଦ୍ଧୁ ।


୧୩-କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍‌ ଉପସ୍ଥାନ ସ୍ଥଗିତ ରଖିଛନ୍ତି।  


*ଶୁଭ ସକାଳ,ସୁପ୍ରଭାତ*

[04/01, 7:41 am]

*

*_📋ଆଜିର ଖବର📩                                                 🦋ତାରିଖ–04-JAN-2022🦋 (ମଙ୍ଗଳବାର)_*

*



୧. ବାଲେଶ୍ବର ସହରର ଐତିହାସିକ ଗଡ଼ଗଡ଼ିଆ ପୋଖରୀ ଘାଟରେ ସ୍ଥାପନ କରାଯାଇଥିବା କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ତ୍ରୁଟିପୂର୍ଣ୍ଣ ଫଳକ ଲଗାଯାଇଥିବା ଦୃଷ୍ଟିଗୋଚର ହୋଇଛି ।


୨. ଏନ୍‌ଆଇଟିରେ ପୁଣି ପଶିଲା କରୋନା:୩  ଛାତ୍ରଛାତ୍ରୀ ସଂକ୍ରମିତ ।


୩. ୧୯୭୧ ପାକ-ଭାରତ ଯୁଦ୍ଧର ନାୟକ ଭାଇସ୍ ଆଡମିରାଲ୍ ଏସ୍.ଏଚ୍.ଶର୍ମାଙ୍କ ପରଲୋକ ।


୪. ଚିନ୍ତା ବଢାଇଲା ନୂତନ ଭାରିଆଣ୍ଟ: ଦୁଇ ଦିନରେ ୮୪ ପ୍ରତିଶତ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଚଳିତ ସପ୍ତାହରେ ଦିଲ୍ଲୀରେ ଶିଖର ଛୁଇଁବ ସଂକ୍ରମଣ ।


୫. *‘ବୁଲ୍ଲି ବାଈ’* ଆପ୍ ମାମଲାରେ ମୁମ୍ବାଇ ପୁଲିସ୍ ସାଇବର ସେଲ୍ ବେଙ୍ଗାଲୁରୁର ଜଣେ ୨୧ ବର୍ଷୀୟ ଛାତ୍ରଙ୍କୁ ଗିରଫ କରିଛି । ଆଜି ମୁମ୍ବାଇ ପୁଲିସ ଏହି ସୂଚନା ଦେଇଛି ।


୬. ଆଜି ଖୋର୍ଦ୍ଧା ଜିଲ୍ଲାରେ ୧୫ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ କୋଭିଡ ପ୍ରତିଷେଧକ ଟୀକା କୋଭାକ୍ସିନର ଟୀକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । 


୭. କରୋନା ମହାମାରୀର ପ୍ରକୋପ ଲଗାତାର ବଢ଼ୁଥିବା ଦେଖି ଝାଡ଼ଖଣ୍ଡରେ କଡ଼ାକଡ଼ି ଭାବେ କରୋନା କଟକଣା ଲଗାଯାଇଛି । ରାଞ୍ଚିରେ ସମସ୍ତ ଷ୍ଟାଡିୟମ, ପାର୍କ, ଜିମ ସେଣ୍ଟର, ସ୍ୱିମିଙ୍ଗ ପୁଲ, ପର୍ଯ୍ୟଟନ ସ୍ଥଳୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବା ସହ ୫୦ ପ୍ରତିଶତ କ୍ଷମତା ସହିତ ସମସ୍ତ ସରକାରୀ କାର୍ଯ୍ୟ କରିବାକୁ ଅନୁମତି ମିଳିବ ।


୮. ସୁନ୍ଦରଗଡ଼ରେ ଆରମ୍ଭ ହେଲା ସମନ୍ୱିତ ଭୌତିକ ଚିକିତ୍ସା ସେବା ।


୯. ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର ।


୧୦. ଘରର ବାଥରୁମରେ ହିଜାବ ପିନ୍ଧି ଗାଧେଇ ପାରିବେ ମହିଳା: ବଡି ମସାଜ ଉପରେ ମଧ୍ୟ ବ୍ୟାନ ଲଗାଇଲା ତାଲିବାନ ।


୧୧. ଗାନ୍ଧୀଜୀଙ୍କୁ ଗାଳି ଦେଇଥିବା ଗାଳିକାଳୀଚରଣଙ୍କୁ ମିଳିଲାନି ଜାମିନ, ଏବେ ଜେଲ୍‌ରେ କଟିବ ରାତି ।


୧୨. *‘ଓ୍ବେଲଡନ ଇଣ୍ଡିଆ’* । ସୋମବାର ଠାରୁ ଆରମ୍ଭ ହୋଇଥିବା କିଶୋରଙ୍କ ଟିକାକରଣ ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖି ଏଭଳି ଟୁଇଟ୍‌ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ । ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ପିଲାଙ୍କୁ ଟିକା ଦିଆଯାଇଛି ।


୧୩. ଚେତିଲେ ସରକାର : ମନ୍ତ୍ରୀ ଓ ଅଧ୍ୟକ୍ଷଙ୍କ ଦୁବାଇକୁ *‘ପ୍ଲିଜର ଟ୍ରିପ୍‌’* ବାତିଲ ।


୧୪. ପାଙ୍ଗଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚୀନ, ଏଲଏସିଠୁ ଅତି ନିକଟରେ ଚାଲିଛି ନିର୍ମାଣ କାର୍ଯ୍ୟ ।


୧୫. ‘ଦୈନିକ ୨୦୦୦୦ ସଂକ୍ରମଣ ମାମଲା ଆସିଲେ ମୁମ୍ବାଇରେ ଲକଡାଉନ କଥା ବିଚାର କରାଯିବ’ ।


୧୬. ନିରାଶ କଲେ ବ୍ୟାଟ୍ସମ୍ୟାନ୍, ପ୍ରଥମ ଦିନରେ ଦମ୍ ଦେଖାଇଲା ଦକ୍ଷିଣ ଆଫ୍ରିକା ।


୧୭. ଆଜି ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଏବଂ ନୂଆପଡା ଆଦି ଅଞ୍ଚଳରେ ୨୧ଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ ।


୧୮. ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି : କୋଭିଡ ଟାସ୍କଫୋର୍ସ ମୁଖ୍ୟ ।


୧୯. ଦେଶ ହେଉ କି ରାଜ୍ୟ ପୁଣି ଥରେ କାୟା ବିସ୍ତାରିଲାଣି କରୋନା । ଏଭଳି ସ୍ଥିତିରେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୩,୭୫୦ ନୂଆ କରୋନା ଆକ୍ରାନ୍ତ । 


୨୦. ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ଟଟ ହେବା ପରେ ସହରର ଓ୍ବାର୍ଡ ନଂ୧୧ରେ ଥିବା ହୋଟେଲ ସୋନା ଇଣ୍ଟରନ୍ୟାସନାଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।


୨୧. ବକ୍ସ ଅଫିସ୍‌ କଲେକ୍ସନକୁ ନେଇ ନିରାଶ ଫିଲ୍ମ ନିର୍ମାତା କବୀର ଖାନ, କହିଲେ,’ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ *‘83’’* ।


୨୨. ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ୧୦୦ ତଳଳୁ ଖସି ଆସିଛି । ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।


୨୩. ଯୁବଗୋଷ୍ଠୀଙ୍କୁ କରୋନା ମହାମାରୀ କବଳରୁ  ସୁରକ୍ଷିତ ରଖିବା ନିମନ୍ତେ ଆଜିଠାରୁ ଏମ୍‌ସ ଭୁବନେଶ୍ୱରରେ ୧୫-୧୮ ବର୍ଷ ବୟସର କିଶୋର/କିଶୋରୀମାନଙ୍କ ନିମନ୍ତେ  ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । 


୨୪. କୋର୍ଡେଲିଆ କ୍ରୁଜ୍‌ରେ କୋଭିଡ ବିସ୍ଫୋରଣ: ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଥିଲେ ୨ ହଜାର ଯାତ୍ରୀ ।


୨୫. ପୁଣି ଲେଉଟିବ ଶୀତ:ଅନୁଗୁଳ, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଭୋର୍‌ ସମୟରେ ଘନ କୁହୁଡ଼ି ଦେଖାଯାଉଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି ।


୨୬. ରାଜ୍ୟରେ ଅକ୍ସିଜେନ ଅଭାବ ହେବନି । ଓମିକ୍ରନ ସଂକ୍ରମଣ ନେଇ ସମୀକ୍ଷା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ରହିଛନ୍ତି । ଶିଶୁଙ୍କ ପାଇଁ ମୋଟ୍‌ ୧ ହଜାର ୧୭୯ଟି ବେଡ୍‌ ପ୍ରସ୍ତୁତ ରଖାଯାଇଛି ।


୨୭. କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି, ଉପକୃତ ହେବେ ୩୩,୦୩୮ ଶିକ୍ଷକ ।


୨୮. ପୌର ନିର୍ବାଚନ ପାଇଁ ପ୍ରସ୍ତୁତି: ୱାର୍ଡ ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ।


*➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ।(Please Take Care)*


*ଆଜି ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ୨୦୨୨💐💐*


*ଶୁଭସକାଳ , GOOD MORNING 🌹🙏*

[04/01, 7:41 am] : *ଖବର ଆଜିର* 

ତାରିଖ ୦୪/୦୧/୨୨, ମଙ୍ଗଳବାର


୧-କର୍ମଚାରୀମାନଙ୍କୁ ଆସାମ ସରକାରଙ୍କ ନୂଆବର୍ଷ ଭେଟି: ବାପାମାଆଙ୍କ ପାଖରେ ସମୟ କାଟିବାକୁ  ୬ରୁ ୯ ତାରିଖ ଯାଏଁ ମିଳିବ ୪ ଦିନ ଛୁଟି।


୨-ଆଉ ତିନି ଦିନ ଯାଏଁ ଜାରି ରହିବ ଶୀତ ଲହରୀ, ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିପାରେ।


୩-ଆଜିଠାରୁ ନନ୍ଦନକାନନ ଖୋଲିବ,ବଟନିକାଲ ଗାର୍ଡେନରେ ୩୧ ଜାନୁଆରୀ ଯାଏଁ ଭୋଜି କରିପାରିବେ ନାହିଁ ପର୍ଯ୍ୟଟକ, କଟକଣା ଲଗାଇଲେ ନନ୍ଦନକାନନ କର୍ତ୍ତୃପକ୍ଷ।


୪-କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି, ଦରମାରେ ୫୦ ପ୍ରତିଶତ କଲେ ବୃଦ୍ଧି।ଉପକୃତ ହେବେ ୩୩,୦୩୮ ଶିକ୍ଷକ।


୫-ଲୋଗୋ ଅସଲି, ଜିନିଷ ନକଲି: ଜଗତପୁର ଅଞ୍ଚଳରୁ ଡୁପ୍ଲିକେଟ୍‌ ସିମେଣ୍ଟ ତିଆରି କାରଖାନା ଠାବ।


୬-ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳୀ ଋତପର୍ଣ୍ଣା ପଣ୍ଡା ପାଇଲେ ଏକଲବ୍ୟ ସମ୍ମାନ।


୭-ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଏଣିକି ବିଚାରପତିଙ୍କୁ ‘ମାଇ ଲର୍ଡ’ କହିବା ମନା।


୮-ଆଜି ହେବ ଚିଲିକାରେ ପକ୍ଷୀ ଗଣନା,୫ଟି ଜୋନ୍ ରେ ନିୟୋଜିତ ହେବେ ୨୧ଟି ଟିମ୍।


୯-ଆଇଏଏସ୍ ସ୍ତରରେ ଅଦଳବଦଳ । ଦିବ୍ୟଜ୍ୟୋତି ପରିଡା ହେଲେ ସମ୍ବଲପୁର ଜିଲ୍ଲାପାଳ, ଶୁଭଙ୍କର ମହାପାତ୍ର ହେଲେ ରାଉରକେଲା ମ୍ୟୁନିସିପାଲ୍ କମିଶନର ।


୧୦-ବାଜିଲା ପୈ।ର ନିର୍ବାଚନ ତୁରୀ,ସବୁ ଜିଲ୍ଲା ପାଳ ଓ ୩ ମହାନଗର ନିଗମ ଆୟୂକ୍ତଙ୍କୁ ନିର୍ଦ୍ଦେଶ:୨୭ ସୁଦ୍ଧା ଦିଅ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା।


୧୧-ଓମିକ୍ରନ୍ ସଂକ୍ରମଣ : ସରକାରୀ ଅଫିସ୍‌ରେ ବନ୍ଦ ରହିବ ‘ବାୟୋମେଟ୍ରିକ୍‌’ ଉପସ୍ଥାନ।


୧୨-ଦେଶରେ ପ୍ରଥମ ଦିନରେ ୧୩ ଲକ୍ଷରୁ ଅଧିକ ପିଲା ନେଲେ ଟିକା । ଓଡିଶାରେ ମଧ୍ୟ ୯୩୯ କେନ୍ଦ୍ରରେ ୮୦,୧୨୯ଜଣ କିଶୋରଙ୍କୁ ଦିଆଗଲା  ଟିକା ।


୧୩-ବଢ଼ିଚାଲିଥିବା କରୋନା ସଂକ୍ରମଣ ପାଇଁ ମୁମ୍ବଇ ମହାନଗରରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା ।


୧୪-ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇଂନିସରେ ଭାରତ ୨୦୨ ରନରେ ଅଲଆଉଟ।


 *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

[04/01, 7:46 am] Kk Wpgrp-Divya Kishor Singh: *କିଶୋରଙ୍କୁ କୋଭିଡ ଟିକା : ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ଓ ରାଜ୍ୟରେ ୮୦ ହଜାର ୧୨୯ ପିଲା ନେଲେ ଟିକା*

04-Jan-2022 | Kanak News


```କନକ ବ୍ୟୁରୋ : ସାରା ଦେଶରେ ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ କୋଭିଡ ଟିକା ଦେବା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ପିଲାଙ୍କ ଟିକାକରଣ କରାଯାଇଛି । ଓଡିଶାରେ ୮୦ ହଜାର ୧୨୯ ପିଲା ପ୍ରଥମ ଡୋଜ ଟିକା ନେଇଛନ୍ତି । ରାଜ୍ୟରେ ପିଲାଙ୍କୁ ଟିକା ଦେବାକୁ ୩ହଜାର ୧୯୩ ଟିକା କେନ୍ଦ୍ରରେ ଟିକାଦାନ କେନ୍ଦ୍ର ଖୋଲାଯାଇଛି । କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର କେନ୍ଦ୍ର କରାଯାଇଥିବା ବେଳେ, ଯେଉଁ କେନ୍ଦ୍ର ଗୁଡିକରେ ପୂର୍ବରୁ ଟିକାକରଣ ଚାଲିଛି ସେଠି ମଧ୍ୟ ପିଲାମାନଙ୍କୁ ଟିକା ଦିଆଯାଉଛି ।


ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ଟିକା ନେଉଛନ୍ତି । ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇପାରୁଛନ୍ତି । ସ୍କୁଲରେ ପାଠପଢ଼ୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟିକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିଛନ୍ତି । ସ୍କୁଲ ଅଧ୍ୟକ୍ଷମାନେ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଟିକାକରଣ ବ୍ୟବସ୍ଥା କରିଛନ୍ତି ସିଡିଏମଓ । ରାଜ୍ୟର ପ୍ରାୟ ୨୫ଲକ୍ଷ ପିଲା ୧୫ ରୁ ୧୮ ବର୍ଷ ବୟସର ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ସ୍କୁଲ ଓ କଲେଜରେ ପଢ଼ୁଛନ୍ତି ।


ବର୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟିକାର ପ୍ରଥମ ଡୋଜ୍ ଗୋଟିଏ ମାସ ଭିତରେ ଦିଆଯିବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ସରକାର । ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ । ମାଟିକ୍ର ସମେଟିଭ୍ ପରୀକ୍ଷା ଥିବାରୁ ୮ତାରିଖ ପରେ ସେମାନଙ୍କୁ ଟିକା ଦେବାକୁ ପରାମର୍ଶ ଦିଆଯାଇଛି ।


The post କିଶୋରଙ୍କୁ କୋଭିଡ ଟିକା : ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ଓ ରାଜ୍ୟରେ ୮୦ ହଜାର ୧୨୯ ପିଲା ନେଲେ ଟିକା first appeared on Kanak News.

[04/01, 7:46 am] Kk Wpgrp-Divya Kishor Singh: *ସଂକ୍ରମଣକୁ ଦେଖି ସତର୍କ ହେଲେ ସରକାର : ଏଣିକି ଅଧା କର୍ମଚାରୀରେ ଚାଲିବ ଅଫିସ*

04-Jan-2022 | Kanak News


```କନକ ବ୍ୟୁରୋ : କରୋନା ସଂଖ୍ୟା ବଢୁଥିବାରୁ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ଅଧା କର୍ମଚାରୀରେ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାର୍ଯ୍ୟ କରିବେ । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଅନୁସାରେ ଅଫିସ ଚାଲିବ । ତେବେ ଅଣ୍ଡର ସେକ୍ରେଟାରୀ ଏବଂ ଏହାଠାରୁ ଉଚ୍ଚ ପଦରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ନିୟମିତ ଅଫିସ ଆସିବେ । ଭିନ୍ନକ୍ଷମ ଏବଂ ଗର୍ଭବତୀ ମହିଳାମାନେ ଅଫିସ ନଆସି ଘରେ ରହି କାର୍ଯ୍ୟ କରିବେ ।


ଯେଉଁ ଅଧିକାରୀ ଓ କର୍ମଚାରୀମାନେ କଂଟେନମେଂଟ ବା ଅବରୋଧ ଅଂଚଳରେ ରହୁଥିବେ, ସେମାନଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି । ଘରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଟେଲିଫୋନ ଓ ଇଂଟରନେଟ୍ ମାଧ୍ୟମରେ ସବୁ ସମୟରେ ଯୋଗାଯୋଗରେ ରହିବେ । ଭିଡିଓ କନଫରେନ୍ସିଂ ଜରିଆରେ ମିଟିଂ କରାଯିବ । ବାହାର ଲୋକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଅଫିସ ଭିତରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା ଆଦି କରୋନା ନିୟମ କଡ଼ାକଡ଼ି ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କାର୍ଯ୍ୟସ୍ଥଳକୁ ଠିକ୍ ଭାବେ ବାରମ୍ବାର ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


The post ସଂକ୍ରମଣକୁ ଦେଖି ସତର୍କ ହେଲେ ସରକାର : ଏଣିକି ଅଧା କର୍ମଚାରୀରେ ଚାଲିବ ଅଫିସ first appeared on Kanak News.

[06/01, 7:34 am] Kk Wpgrp-Divya Kishor Singh: *ଖବର ଆଜିର* 

ତାରିଖ ୦୬/୦୧/୨୨, ଗୁରୁବାର


୧-କଡା ହେଲା କରୋନା କଟକଣା: ଓଡିଶାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ, ସ୍କୁଲ କଲେଜ ବନ୍ଦ।୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌।


୨-ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା: ୩ ହଜାର ୩୩୯ ଟି ସେଣ୍ଟରରେ ପରୀକ୍ଷା ଦେଲେ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ,୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।


୩-ଓଡିଶାରେ ଉପରମୁହଁ ଓମିକ୍ରନ, ଏକାଥରକେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ।


୪-ଶ୍ରୀମନ୍ଦିର ଅଧିନିୟମ ସଂଶୋଧନକୁ କ୍ୟାବିନେଟ୍‌ର ମଞ୍ଜୁରୀ, ଏଣିକି ବିକ୍ରି ହୋଇପାରିବ ଜଗନ୍ନାଥ ଜମି।


୫-ହୋମ ଆଇସୋଲେସନ୍ ପାଇଁ ବଦଳିଲା ସମୟ ଅବଧି । ଏଣିକି ୭ ଦିନ ଏକାନ୍ତ ବାସରେ ରହିବେ କରୋନା ଆକ୍ରାନ୍ତ।


୬-ବୁଷ୍ଟର ଡୋଜ୍ ନେଇ ସ୍ପଷ୍ଟୀକରଣ, ଯେଉଁ କମ୍ପାନୀର କରୋନ ଟିକା ନେଇଥିଲେ ସେହି କମ୍ପାନୀର ବୁଷ୍ଟର ଡୋଜ ନେବେ।


୭-ଟାଟା ଏମଡି ଏବଂ ଆଇସିଏମଆର ମିଳିତ ପ୍ରଚେଷ୍ଟାରେ ଆସିଲା ଓମିକ୍ରନ୍ ଟେଷ୍ଟ କିଟ୍‌, ୪ ଘଣ୍ଟାରେ ମିଳିବ ରିପୋର୍ଟ।


୮-ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ,ଝରପଡା ଜଗନ୍ନାଥ ନଗରର ଲେନ-୪ରେ ପୁଣି ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ।


୯-୨୦୨୨ଚୂଡାନ୍ତ ମତଦାତା ତାଲିକା ପ୍ରକାଶିତ,୯୫୦୭୮୯ ନୂଆ ଭୋଟର।


୧୦-ବୁଲ୍ଲି ବାଇ ଆପକୁ ନେଇ ବଢୁଛି ବିବାଦ । ମୁସଲିମ୍ ମହିଳାଙ୍କୁ ନେଇ ନିଲାମି ଡାକିବା ପଡିଲା ମହଙ୍ଗା।୩ ଜଣ ଅଭିଯୁକ୍ତଙ୍କୁ ଗିରଫ।


୧୧-ବିହାର:ବଢିଲା ଚିନ୍ତା, ନୀତିଶ କୁମାରଙ୍କ ୨୨ ଜଣ କର୍ମୀ ଓ ୨ ଡ଼େପୁଟି ସିଏମ୍ କରୋନା ପଜିଟିଭ୍ ଚିହ୍ନଟ।


୧୨-ଏଣିକି ଡାକଘରେ ହେବ ରେଳ ଟିକେଟ ବୁକିଂ। ଆଜିଠାରୁ ଏହି ସେବା ଦେଶବ୍ୟାପୀ ହେବ ଆରମ୍ଭ।


୧୩-ଆନ୍ଦୋଳନ ଯୋଗୁଁ ,ପଞ୍ଜାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିଲେନି ପ୍ରଧାନମନ୍ତ୍ରୀ । ଫ୍ଲାଏ ଓଭର ଉପରେ ଅଟକି ରହିଲା ମୋଦିଙ୍କ କାରକେଡ୍ ।


 *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

[06/01, 7:34 am] 

*_📋ଆଜିର ଖବର📩                                                 🦋ତାରିଖ–06-JAN-2022🦋 (ଗୁରୁବାର)_*

*


୧. ଫ୍ଲାଏଓଭର ଉପରେ ଫସିଲା ମୋଦିଙ୍କ କାରକେଡ୍, ୨୦ ମିନିଟ୍ ଅଟକି ଗଲେ ପ୍ରଧାନମନ୍ତ୍ରୀ, ସମାବେଶ ଭଣ୍ଡୁର କଲେ ଆନ୍ଦୋଳନକାରୀ ।


୨. ଝାଡଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ୧୬ ମୃତ, ୨୬ ଆହତ ।


୩. ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮ ଦଶମିକ ୬ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି । ଏହାସହ ଅନୁଗୁଳ, କଳାହାଣ୍ଡି, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ଅଞ୍ଚଳରେ ଘନକୁହୁଡ଼ି ଅନୁଭୂତ ହୋଇଛି ।


୪. ଚିଲିକାରେ ପକ୍ଷୀଗଣନା ଶେଷ:କେବଳ ନଳବଣରେ ୩ ଲକ୍ଷ ୫୮ ହଜାର ୮୮୯ଟି ପକ୍ଷୀ ରହିଥିବା ଗଣନାରୁ ଜଣାପଡ଼ିଛି। ଚଳିତବର୍ଷ ‘ମଙ୍ଗଲ ଆଣ୍ଡ୍‍ ଗଲ୍‍ଫ’ ଭାବେ ନୂଆ ପକ୍ଷୀ ମଙ୍ଗୋଲିଆରୁ ଚିଲିକାକୁ ଆସିଛନ୍ତି।


୫. ଆକ୍ରାନ୍ତ ବ୍ୟକ୍ତିଙ୍କ ଗୃହ ସଙ୍ଗରୋଧ ସଂକ୍ରାନ୍ତ ନିୟମାବଳିରେ ସଂଶୋଧନ – କୌଣସି ଲକ୍ଷଣ ନ ଥିଲେ ସେମାନେ ଘରେ ରହିପାରିବେ ।


୬. ଟିକା ନେବା ପରେ ପାରାସିଟାମଲ୍ ଖାଇବାକୁ ମନା କଲା ଭାରତ ବାୟୋଟେକ୍ । 


୭. ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ୍‌ । ସେଗୁଡ଼ିକ ହେଲା ସୈନିକ ସ୍କୁଲ ପାଖ QR-3R4, ଇଣ୍ଡିଆନ୍‌ ଅଏଲ୍‌ ହାଉସିଂ ସୋସାଇଟିର ତୃତୀୟ ଫ୍ଲୋରରେ ଥିବା A-304 ଘର । ଏହାସହ ପାଣ୍ଡରା ଅଞ୍ଚଳର ପ୍ଲଟ୍‌ ନମ୍ବର ୩୦୪ କୁ ଘୋଷଣା କରାଯାଇଥିବା ବେଳେ XIMB ସ୍ଥିତ ବ୍ଲକ୍‌ ୨ର Qr-12 ଓ ଶ୍ରଳେଶ୍ରୀ ବିହାର ଲେନ୍‌-୬ର HIG-୫୬କୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି ।


୮. ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ପୋଷ୍ଟ ଅଫିସରେ କରିପାରିବେ ଟ୍ରେନ ଟିକେଟ୍ ବୁକିଂ ।


୯. ରାଜ୍ୟର ୩୯୩୩ ଗାଁକୁ ମିଳିବ ମୋବାଇଲ ନେଟୱାର୍କ, ଆଜି ଉଦଘାଟନ ଓ ୨୦୭ଟି ନୂଆ ପୋଷ୍ଟ ଅଫିସ୍ ଖୋଲିବା ଦିଗରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।


୧୦. କୋଭିଡ୍‌ ଟେନ୍‌ସନ୍‌: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । କେବଳ ମେଡିକାଲ ଲିଭ୍ ବ୍ୟତୀତ ଅନ୍ୟ କୌଣସି ଛୁଟି ଦିଆଯିବ ନାହିଁ ।


୧୧. ଜୋହାନ୍ସବର୍ଗ ଗ୍ରାଉଣ୍ଡରେ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ବିନ, କୁମ୍ବଲେଙ୍କ ପରେ ଦ୍ବିତୀୟ ଭାରତୀୟ ବୋଲର ଭାବେ ପାଇଲେ ସଫଳତା ।


୧୨. ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୯ ଲକ୍ଷ ନୂଆ ଭୋଟର ହେଲେ ସାମିଲ୍ ।


୧୩. ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି ନେଇ ବଢ଼ୁଛି ବିବାଦ, ସନ୍ଧ୍ୟାବତୀଙ୍କୁ କାଉଣ୍ଟର । ୨୧ ନୁହେଁ ୧୮ । ଝିଅଙ୍କ ବିବାହ ବୟସ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । 


୧୪. ରାଜ୍ୟରେ ପୁଣି ଚଢ଼ିଲା ଓମିକ୍ରନ୍ ମିଟର । ଆଉ ୨୪ ନୂଆ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୬୧ରେ ।


୧୫. ଦେଶରେ ପ୍ରଥମ ଓମିକ୍ରନ ମୃତ୍ୟୁ: ଡିସେମ୍ବର ୧୫ରେ ହୋଇଥିଲେ କୋଭିଡ ଆକ୍ରାନ୍ତ । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଭାରତରେ ୨୧୩୫ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।


୧୬. ଖୁବଶୀଘ୍ର ଓଟିଟିରେ ଲଞ୍ଚ ହେବ ‘ପୁଷ୍ପା’: ବକ୍ସ ଅଫିସରେ ଆୟ କଲାଣି ୩୦୦ କୋଟିରୁ ଅଧିକ ।


୧୭. ବୁଲ୍ଲି ବାଇ ଆପକୁ ନେଇ ବଢୁଛି ବିବାଦ । ମୁସଲିମ୍ ମହିଳାଙ୍କୁ ନେଇ ନିଲାମି ଡାକିବା ପଡିଲା ମହଙ୍ଗା ।


୧୮. ରୋମାଞ୍ଚକର ମୋଡରେ ଦ୍ଵିତୀୟ ଟେଷ୍ଟ, ଘରୋଇ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି, ଚତୁର୍ଥ ଦିନରେ ଭାରତୀୟ ବୋଲରଙ୍କଠୁ ଚମତ୍କାର ଆଶା ।


୧୯. ଅଡ଼ୁଆରେ ପଞ୍ଜାବ ସରକାର, PMଙ୍କ ଗାଡ଼ି ଅଟକାଇବା ମହଙ୍ଗା ପଡ଼ିବ ! କେନ୍ଦ୍ର ଗୃହ ମନ୍ତ୍ରାଳୟ କଲା ନୋଟିସ୍ ।


୨୦. ଫେରିଲା କୋଭିଡ୍ କଟକଣା – ୭ ତାରିଖରୁ ସ୍କୁଲ, କଲେଜ ବନ୍ଦ, ରାତି ୯ରୁ ନାଇଟ କର୍ଫ୍ୟୁ ।


*ଜାନୁଆରି ୭ରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଲାଗୁ ହେବ ଗାଇଡ ଲାଇନ*


*କୋଭିଡର ତୃତୀୟ ଲହର ପ୍ରକ୍ରିୟା ଆରମ୍ଭ*


*ଅଧା କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ*


*ରାତି ୯ଟାରୁ ନାଇଟ କର୍ଫ୍ୟୁ*


*ଦୋକାନ, ବଜାର ଓ ମଲରେ ଭିଡ଼ ଜମିଲେ ୭ ଦିନ ତାଲା ପଡ଼ିବ*


*ଦ୍ଵାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ*


୨୧. ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ର ସଂଶୋଧନ ପାଇଁ କ୍ୟାବିନେଟରେ ମଂଜୁରୀ ।


୨୨. ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା: ୩ ହଜାର ୩୩୯ ଟି ସେଣ୍ଟରରେ ପରୀକ୍ଷା ଦେଲେ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ।


୨୩. *ଆଗାମୀ ୭ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା:* ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡିଶାର ବିଭିନ୍ନ ଅଚଂଳରେ ଜାନୁୟାରୀ ୭ରୁ୧୪ ମଧ୍ୟରେ ସାମାନ୍ୟରୁ ପ୍ରବଳ ବୃଷ୍ଟିପାତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସି.ଇ.ସି) ପକ୍ଷରୁ କୁହାଯାଇଛି ।


୨୪. ଲମ୍ବ ଡିଆଁ ମାରୁଛି କରୋନା । ଦିନକରେ ରାଜ୍ୟରେ ୧୨୧୬ ନୂଆ ମାମଲା । ସଂକ୍ରମଣ ହାର ୮୨ ପ୍ରତିଶତ ବୃଦ୍ଧି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୬କୁ ବୃଦ୍ଧି ପାଇଛି ।


୨୫. ସାତ ବର୍ଷ ପୂରଣ କଲା ଉଜାଲା: ବାର୍ଷିକ ୪୭,୭୭୮ ମିଲିୟନ କିଲୋୱାଟ୍‌ ଶକ୍ତି ସଞ୍ଚୟ ।


୨୬.କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ


*-୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ*


*-ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡିଶାର ୧୦ଟି*


*–ବିଶ୍ବ ନିଯୁକ୍ତି ବଜାରରେ ଓଡିଶାର ଦକ୍ଷ ଯୁବକଯୁବତୀ ମାନଙ୍କର ଚାହିଦା ବଢ଼ିବ – ମୁଖ୍ୟମନ୍ତ୍ରୀ*


୨୭. ଆସନ୍ତା ୭ ତାରିଖରେ ବାଲେଶ୍ବରରୁ ଭୁବନେଶ୍ବରକୁ ପ୍ରଥମ ମେମୁ ଟ୍ରେନ୍ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରି‌ବେ ।


*➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ।(Please Take Care)*


*ଶୁଭସକାଳ , GOOD MORNING 🙏*

[06/01, 7:34 am] Kk Wpgrp-Divya Kishor Singh: *ଖବର ଆଜିର*

ତାରିଖ ୦୬-୦୧-୨୦୨୨/ଗୁରୁବାର


୧-‘ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ମଜଭୁତ୍ ସ୍ଥିତିରେ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୧୮ ରନ୍ କରିନେଇଛି।


୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ବୁଧବାର ପଞ୍ଜାବ ଫିରୋଜପୁର ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ହୁସୈନୱାଲା ସ୍ଥିତ ଫ୍ଲାଏ-ଓଭରରେ ଅଟକାଇଲେ କିଛି ପ୍ରଦର୍ଶନକାରୀ । ପ୍ରାୟ ୨୦ ମିନିଟ୍ ଧରି ତାଙ୍କ ଗାଡି ଅଟକିବା ପରେ ଭଟିଣ୍ଡା ଏୟାରପୋର୍ଟକୁ ଫେରି ଆସିଥିଲା ପ୍ରଧାନମନ୍ତ୍ରୀଙ୍କ କନଭଏ । ଆଉ ଭଟିଣ୍ଡା ଏୟାରପୋର୍ଟରେ ପହଁଚିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପିଏମ ମୋଦୀ କହିଥିଲେ, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଦେବ, ମୁଁ ଭଟିଣ୍ଡା ଏୟାରପୋର୍ଟ ପର୍ଯ୍ୟନ୍ତ ଜୀବନ୍ତ ପହଁଚିପାରିଛି ।.


୩-ପ୍ରଧାନମନ୍ତ୍ରୀ ଫେରିଯିବା ଦୁଃଖଦ…ପୀଡା, ତଥାପି ମୁଁ ନିଜ ଲୋକଙ୍କ ଉପରେ ଲାଠି ଚାର୍ଜ କରି ପାରିବି ନାହିଁ: ମୁଖ୍ୟମନ୍ତ୍ରୀ ଚନ୍ନି ।


୪-ରାଜ୍ୟର ସହରାଞ୍ଚଳରେ ରାତି ୯ଟାରୁ ରାତ୍ରିକାଳୀନ କର୍ଫ୍ୟୁ, ୮ ତାରିଖ ପରେ ଦ୍ବାଦଶ ଶ୍ରେଣୀ ଯାଏଁ ସବୁ ସ୍କୁଲ ବନ୍ଦ


୫-ସୋସିଆଲ୍‌ ମିଡିଆରୁ ଏକ ନାମିଦାମୀ ବ୍ରାଣ୍ଡ ଜୋତା କଂପାନିର ବିଜ୍ଞାପନ ଦେଖି ଠକିଯାଇଛନ୍ତି ବାରିପଦାର ଯୁବ ବ୍ୟବସାୟୀ ବିକାଶ କୁମାର ସାହା। କଂପାନିର ଫ୍ରାଞ୍ଚାଇଜ୍ ନେବା ପାଇଁ ଆକାଉଣ୍ଟରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜମା କରିବା ପରେ ଏବେ ସେ କଂପାନିର ପତ୍ତା ମିଳୁନି। ଏହା ଏକ ଜାଲ୍‌ ସଂସ୍ଥା ବୋଲି ଜାଣିବା ପରେ ବିକାଶଙ୍କ ମୁଣ୍ଡରେ ବଜ୍ର ପଡ଼ିଛି।


୬-ମହାରାଷ୍ଟ୍ରର ନାଗରପୁରରେ ଏକ ନିଆରା ନିର୍ବନ୍ଧ ହୋଇଥିବା ଦେଖିବାକୁ ମିଳିଛି।  ଦୁଇଜଣ ମହିଳା ଡାକ୍ତର ସାରାଜୀବନ ପାଇଁ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି।


୭-କୋଭିଡ Guideline ଘୋଷଣା କଲେ SRC: ରାତି ୯ଟାରୁ ଭୋର ୫ଟା ଯାଏଁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ


୮-ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା: ରାଜ୍ୟରେ ୩.୨୯କୋଟି ଭୋଟର ।


୯-ତୁଟୁନି ତପସ୍ୱିନୀ ସୁମିତଙ୍କ କଳି । କୋର୍ଟଙ୍କ ନିର୍ଦ୍ଦେଶ ପରେ କେଉଁଠି ରହିବେ ତପସ୍ୱିନୀ ତାକୁ ନେଇ ବିବାଦ ।


୧୦-ଡିସେମ୍ବରରେ ଯାନବାହନ ବିକ୍ରି ୧୬% ହ୍ରାସ; ତିନିଚକିଆ ଓ ବାଣିଜ୍ୟିକ ଗାଡି ବିକ୍ରି ବଢିଛି ।


୧୧-ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ର ସଂଶୋଧନ ପାଇଁ କ୍ୟାବିନେଟରେ ମଂଜୁରୀ ।


୧୨-ହୋମ ଆଇସୋଲେସନ୍ ପାଇଁ ବଦଳିଲା ସମୟ ଅବଧି । ଏଣିକି ୭ ଦିନ ଏକାନ୍ତ ବାସରେ ରହିବେ କରୋନା ଆକ୍ରାନ୍ତ ।


୧୩-କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବ‌ନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ଅଶୋକ ନଗରସ୍ଥିତ ବିଏସ୍‌ଏନ୍‌ଏଲ୍‌ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମାଞ୍ଚଳରେ ୩୯୩୩ଟି ମୋବାଇଲ୍‌ ଟାୱାର ଓ ୨୦୭ଟି ‌ନୂତନ ପୋଷ୍ଟ ଅଫିସର ଉଦ୍‌ଘାଟନ କରିବେ। 


୧୪-ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା: ୩ ହଜାର ୩୩୯ ଟି ସେଣ୍ଟରରେ ପରୀକ୍ଷା ଦେଲେ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ।


୧୫-କୋଭିଡ୍‌ ପାଇଁ ବ୍ୟବହୃତ ମୋଲନୁପିରାଭିର୍‌ ଆଣ୍ଟି ଭାଇରାଲ୍‌ ଔଷଧର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବା ସୂଚନା ଦେଲା ଆଇସିଏମ୍‌ଆର୍‌ ।


୧୬-ଖୁବଶୀଘ୍ର ଓଟିଟିରେ ଲଞ୍ଚ ହେବ ‘ପୁଷ୍ପା’ 


୧୭-ଝାଡଖଣ୍ଡରେ ପକୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ହେବାରୁ ୧୬ ମୃତ, ୨୬ ଆହତ ।


୧୮-ବିଏମ୍‌ସି ଦାଖଲ କଲା ଚିଠା ସଂରକ୍ଷଣ ତାଲିକା: ବଦଳିଲାନି ସୀମା, ବାଦ୍‌ ପଡ଼ିଲା ଓବିସି ।


୧୯-୧୦ ଜିଲାକୁ ଘନ କୁହୁଡ଼ି ସତର୍କ ସୂଚନା : ୧୦ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ।


*ଶୁଭ ସକାଳ,ସୁପ୍ରଭାତ*

[07/01, 7:33 am]

*🌄ସକାଳର ଖବର, ୦୭-ଜାନୁଆରୀ-୨୦୨୨,ଶୁକ୍ରବାର*


➡️୧-ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପକ୍କା ଘର ପାଇଥିବା ପ୍ରତ୍ୟେକ ପରିବାର ପାଇଁ ୩ହଜାର ଟଙ୍କା ଘର ମରାମତି ଅନୁକମ୍ପା ରାଶି ର ଶୁଭାରମ୍ଭ କରିବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


➡️୨-କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ପତାକା ଉତ୍ତୋଳନ କରିବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।


➡️୩-ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ହେବ ଦୋକାନ ବଜାର ବନ୍ଦ , ୫୦% କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ । ଲାଗୁହେଲା ନୂଆ ନିୟମ । 


➡️୪-କଟକରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣି ବ୍ୟବସ୍ଥା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୭୯୦ କୋଟି ଟଙ୍କାର ପ୍ରକଳ୍ପ କଲେ ଉଦ୍ଘାଟିତ ।


➡️୫-କଡାକଡି ହେଲା ନିୟମ, ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ହେବ କୋଭିଡ ପରୀକ୍ଷା ।


➡️୬-ଆସନ୍ତା ୧୦ ତାରିଖଠାରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା । ଏ ନେଇ ଭୁବନେଶ୍ବରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସିଲା ସୂଚନା ।


➡️୭-ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।


➡️୮-ପୁରୀରୁ ହଟିଆ ଅଭିମୁଖେ ଗଡ଼ିଲା ତପସ୍ଵିନୀ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ରେଳମନ୍ତ୍ରୀ । ଏହି ରେଳ ପୁରୀ ଠାରୁ ଆରମ୍ଭ କରି ହଟିଆ ପର୍ଯ୍ୟନ୍ତ ୬୯୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବ । ଦେଶର ପ୍ରାୟ ୧୪ଟି ପ୍ରମୁଖ ରେଳ ଷ୍ଟେସନକୁ ଏହା ଯୋଡିବା ସହ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଏହା ସଂଯୋଗ କରିବ ।


➡️୯-ବଢିଲା ବିଧାୟକ ଓ ସାଂସଦଙ୍କ ନିର୍ବାଚନ ଖର୍ଚ୍ଚ ସୀମା । ସାଂସଦଙ୍କ ନିର୍ବାଚନୀ ଖର୍ଚ୍ଚକୁ ୯୫ ହଜାର ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚକୁ ୪୦ ହଜାରକୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ଯଥାକ୍ରମେ ୭୦ ଲକ୍ଷ ଏବଂ ୨୮ ଲକ୍ଷ ଥିଲା ।


➡️୧୦-ଆଜିଠାରୁ ନନ୍ଦନକାନନ କାଉଣ୍ଟରରେ ମିଳିବନି ଟିକେଟ୍ । ଅନଲାଇନରେ ଉପଲବ୍ଧ ହେବ ଟିକେଟ୍ । ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ଼ ଜମିଥିବା ଦେଖି ପ୍ରଶାସନ ନେଲା ଏଭଳି ନିଷ୍ପତ୍ତି ।


➡️୧୧-ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର ଜାରି ହେବ ମାଇକ୍ରୋ ଚିପ୍ ଇ-ପାସପୋର୍ଟ। ଯେଉଁଥିରେ ପାସପୋର୍ଟ ଧାରକଙ୍କ ସୁରକ୍ଷିତ ବାୟୋମେଟ୍ରିକ ଡାଟା ମହଜୁତ ହୋଇ ରହିବ ।


➡️୧୨-ମୁମ୍ବାଇ ରେ କରୋନା ର କରାଳ ରୂପ : ଗତ ୨୪ ଘଣ୍ଟାରେ ୨୦ ହଜାର ନୂଆ ଆକ୍ରାନ୍ତ ହେଲେ ଚିହ୍ନଟ ; ସେହିଭଳି ମହାରାଷ୍ଟ୍ରରେ ହେଲେ ୩୬ ହଜାରରୁ ଅଧିକ ଚିହ୍ନଟ ।


➡️୧୩-ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ମାମଲା ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୨୭ ଆଇପିଏସ  ।


➡️୧୪-ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସୁରକ୍ଷାରେ ତ୍ରୁଟି ଗ୍ରହଣୀୟ ନୁହେଁ ।


➡️୧୫-ଆନ୍ତଃରାଜ୍ୟ ଟ୍ରାନ୍ସମିସନ ପ୍ରଣାଳୀ-ସବୁଜ ଇନ୍ଧନ କରିଡର ୨ୟ ପର୍ଯ୍ୟାୟରେ ଖର୍

Web king

Post a Comment

Previous Post Next Post