Aji ra odisha khabar all update, odiya news

 [16/03, 6:45 am] Kk Wpgrp-Divya Kishor Singh: *ଖବର ଆଜିର*

ତାରିଖ ୧୬-୦୩-୨୦୨୨/ବୁଧବାର


୧-ବହୁ ଚର୍ଚ୍ଚିତ ହିଜାବ ବିବାଦ ମାମାଲାରେ କଣ୍ଣାଟକ ହାଇକୋର୍ଟ ଏକ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି । ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀ ୟୁନିଫର୍ମ ପିନ୍ଧିବାକୁ ମନାକରିପାରିବେ ନାହିଁ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବା ନିହାତୀ ଜରୁରୀ ବୋଲି କହିଛନ୍ତି କଣ୍ଣାଟକ ହାଇକୋର୍ଟ । ସେପଟେ କୋର୍ଟଙ୍କ ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଅନ୍ୟପଟେ ତାମିଲନାଡୁରେ କୋର୍ଟଙ୍କ ରାୟକୁ ବିରୋଧକରି ଛାତ୍ର ଛାତ୍ରୀ ରାସ୍ତାକୁ ଉହ୍ଲାଇଛନ୍ତି ।


୨-ଓଡ଼ିଶା ପୋଲିସର ସାଇବର ସୁରକ୍ଷା ବାର୍ତ୍ତା: https ଲେଖାଥିଲେ ସାଇଟ୍ ଖୋଲିବାକୁ ପରାମର୍ଶ ।


୩-୨୪ଘଣ୍ଟା ଭିତରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ୨୨ରେ ନେଇପାରେ ବାତ୍ୟାର ରୂପ । 


୪-କିଶୋରଙ୍କୁ ଟିକାକରଣରେ ଆଉ ଏକ ପାଦ ଆଗେଇବ ଭାରତ । ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । 


୫-ପୁଣି ସାମ୍ନାକୁ ଆସିଲା କଂଗ୍ରେସ କନ୍ଦଳ: ଗାଦିରୁ ଗାନ୍ଧୀ ପରିବାର ହଟି ନୂଆ ନେତୃତ୍ୱକୁ ସୁଯୋଗ ଦେବା ପାଇଁ କପିଲ ସିବଲଙ୍କ ଜୋର ।

୬-ଚୀନରେ ସଂକ୍ରମଣ ବଢ଼ିବା ପରେ ବଢ଼ିଲା ଚିନ୍ତା: ନିୟନ୍ତ୍ରଣ ପାଇଁ ୧୩ରୁ ଅଧିକ ସହରରେ ଲକଡାଉନ ଲାଗୁ ।


୭-ପାକିସ୍ତାନଠୁ ଅଳ୍ପ ଦୂରରେ ଭାରତର ମିଜାଇଲ୍ ମାଡ଼କୁ ନେଇ ସଂସଦରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି, ମିଜାଇଲ ମାଡ଼ ଦୁର୍ଘଟଣାବଶତଃ ହୋଇଛି । ଏହି ଘଟଣା ଅଜଣାତରେ ଘଟିଛି । ମିଜାଇଲ୍ ୟୁନିଟର ରୁଟିନ୍ ମେନଂଟେନାନ୍ସ ବେଳେ ଭୁଲବଶତଃ ଏକ ମିଜାଇଲ୍ ଛଡ଼ା ହୋଇଯାଇଥିବା ରାଜନାଥ କହିଛନ୍ତି । 


୮-ଆଗକୁ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୨ ତାରିଖରୁ ସମଗ୍ର ରାଜ୍ୟର ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ଅଞ୍ଚଳରେ ୪ ଦିନ ପାଇଁ ଡ୍ରାଏ ଡେ’ ଘୋଷଣା କରିଛନ୍ତି। ଏସବୁ ସହରାଞ୍ଚଳରେ ଏହି ଦିନଗୁଡ଼ିକରେ ମଦ ବିକ୍ରି ଉପରେ କଟକଣା ଜାରି ହୋଇଛି। 


୯-ସିବିଏସଇ ଦଶମ ଶ୍ରେଣୀ ଟର୍ମ ୱାନ୍ ପରୀକ୍ଷାର ଓଡିଆ ବିଷୟରେ ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗରେ ଗ୍ରେସ ମାର୍କ ପାଇଲେ ଛାତ୍ରଛାତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହାକୁ ଗୁରୁତ୍ୱର ସହ ନେଇ ୨୪ ଘଣ୍ଟା ଭିତରେ ତ୍ରୁଟି ସୁଧାରିଛି ସିବିଏସଇ । ଯେଉଁ ଛାତ୍ରଛାତ୍ରୀ ତ୍ରୁଟିପୂର୍ଣ୍ଣ ପ୍ରଶ୍ନର ଉତର ଅଳ୍ପ ବହୁତ ଲେଖିଛନ୍ତି, ସେମାନଙ୍କୁ ଫୁଲ ମାର୍କ ଦିଆଯାଇଛି । ଏହାଦ୍ୱାରା ମୋଟ ୨୮ ହଜାର ୩୧୦ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।


୧୦-୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଆକ୍ସନ ମୁଡ୍ ରେ ହାଇକମାଣ୍ଡ: ୫ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ମାଗିଲେ ଇସ୍ତଫା ।


୧୧-କୋଭିଡ ଆଳରେ ବିଧାନସଭାର ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ବାରଣ । ଲୋକସେବା ଭବନକୁ ମଧ୍ୟ ରିପୋର୍ଟିଂ ପାଇଁ ସାମ୍ବାଦିକଙ୍କୁ ମନା । ।


୧୨-ଚୀନରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ୧୩ଟି ସହରରେ ଲକଡ଼ାଉନ୍, ୩କୋଟି ଲୋକଙ୍କୁ କଟକଣା ମାନିବାକୁ ନିର୍ଦ୍ଦେଶ । ।


୧୩-ଏନ୍‌ସିପି ନେତା ନବାବ ମଲିକଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ ।


୧୪-ଫିଟୁଛି ମାନସ ସ୍ୱାଇଁ ହତ୍ୟା ମାମଲା ଗୁମର । ରହସ୍ୟମୟ ଭିଡିଓ କ୍ଲିପକୁ ନେଇ ହୋଇଛି ହତ୍ୟା, ମୋଷ୍ଟ ୱାଣ୍ଟେଡ୍ ୱେବ୍ ପୋର୍ଟାଲ ମାଲିକାଣୀ ଫେରାର ।


୧୫-ଲିଗ୍ ମ୍ୟାଚ୍ ଜିତିଛନ୍ତି, ଜରୁରୀ ନୁହେଁ ଆପଣ ଫାଇନାଲ୍ ବି ଜିତିବେ… ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ପ୍ରଶାନ୍ତଙ୍କ କଟାକ୍ଷ ।


୧୬-ରୁଷ ସେନାକୁ ଆତ୍ମସମର୍ପଣ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅପିଲ୍, କହିଲେ- ତମେ କାହିଁକି ମରିବ ? 


୧୭-ଓ୍ଵାଶିଂଟନ ରଚନାତ୍ମକ ଆଭିମୁଖ୍ୟ ଆପଣେଇଲେ ସଂପର୍କ ସ୍ଵାଭାବିକ କରିବାକୁ ରୁଷ ପ୍ରସ୍ତୁତ: କ୍ରେମଲିନର ମୁଖପାତ୍ର ।


୧୮-ଆମେରିକା ଉପରେ ରୁଷର କାର୍ଯ୍ୟାନୁଷ୍ଠାନ, ବାଇଡେନ ଏବଂ ୟୁଏସ ଅଧିକାରୀଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ ।


*ଶୁଭ ସକାଳ,ସୁପ୍ରଭାତ*

[16/03, 6:55 am] Kk Wpgrp-Divya Kishor Singh: *ଖବର ଆଜିର* 

ତାରିଖ ୧୬/୦୩/୨୨, ବୁଧବାର


୧-ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜଧାନୀ । ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା ଓ କର୍ମୀ, ଶୋଭାଯାତ୍ରାରେ କରୁଛନ୍ତି ଶକ୍ତି ପ୍ରଦର୍ଶନ ।


୨-ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିବ,ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ ସୁଚନା।


୩-ଆଜିଠୁ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ, ଜନ୍ମ ତାରିଖ ଆଧାରରେ ଦିଆଯିବ ଟିକା।


୪-ତିନି ଦିନ ପରେ ହୋଲି,ଛକ ବଜାରରେ ଖୋଲିଛି ରଙ୍ଗର ପସରା,ହର୍ବାଲ ରଙ୍ଗର ରହିଛି ଅଧିକ ଚାହିଦା।


୫-ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ: ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’ ଘୋଷଣା।


୬-ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା, ସବୁ ବିଧାୟକ ଓ କର୍ମଚାରୀଙ୍କ ହେବ ଟେଷ୍ଟ।


୭-ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ଲଘୁଚାପ ଆଶଙ୍କା, ୨୨ରେ ନେଇପାରେ ବାତ୍ୟାର ରୂପ।


୮-ଭୁବନେଶ୍ୱର ମହିଳା ଥାନାରେ ହାଜର ହେଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପ୍ରଥମ ପତ୍ନୀ, ସ୍ୱାଇଁଙ୍କ କଳା କାରନାମା ନେଇ ପୋଲିସର ପଚରା ଉଚରା।


୯-ଭୁବନେଶ୍ୱର:କମିଶନରେଟ ପୋଲିସର ଚଢାଉ, ବିକଟାଳ ଶଦ୍ଦ କରୁଥିବା ୫୧ଟି ବୁଲେଟର ସାଇଲେନସର ଜବତ।


୧୦-ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ଅଭିଯୁକ୍ତ ଗିରଫ: ଅଭିଯୁକ୍ତ ଶିଖର ଜେନାକୁ ଗିରଫ କଲା ପୋଲିସ।


୧୧-ପୁରୀରେ ପୁଣି ଅନଲାଇନ ଠକେଇ; ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୨ ଲକ୍ଷ ୫୭ ହଜାର ଟଙ୍କା।


୧୨-ଭୁଲ ପ୍ରଶ୍ନ ପାଇଁ ମିଳିଲା ଫୁଲ ମାର୍କ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ୨୪ ଘଣ୍ଟାରେ ହେଲା ସମାଧାନ।


୧୩-ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ, ନିଷେଧାଦେଶକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ।


୧୪-ଅଫିସରେ ଫୋନରେ ବ୍ୟକ୍ତିଗତ କଥା ହେବା ପଡିବ ମହଙ୍ଗା, କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ମାଡ୍ରାସ ହାଇକୋର୍ଟ।


୧୫-'ଦ କାଶ୍ମୀର ଫାଇଲ୍' ସମସ୍ତେ ଦେଖିବା ଉଚିତ: ମୋଦୀ। ପାରିବାରିକ ରାଜନୀତିକୁ ପ୍ରଶୟ ଦିଆଯିବ ନାହିଁ।


୧୬-ଚୀନରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ୧୩ଟି ସହରରେ ଲକଡ଼ାଉନ୍, ୩କୋଟି ଲୋକଙ୍କୁ କଟକଣା ମାନିବାକୁ ନିର୍ଦ୍ଦେଶ ।


 *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Web king

Post a Comment

Previous Post Next Post