All odisha news 11,03,2022

 [11/03, 8:34 am] Kk Wpgrp-Divya Kishor Singh: *ଖବର ଆଜିର*

ତାରିଖ ୧୧-୦୩-୨୦୨୨/ଶୁକ୍ରବାର


୧-ୟୁପିରେ ବିଜେପିକୁ ଝଟକା । ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । 


୨-୫ ମଧ୍ୟରୁ ୪ ରାଜ୍ୟରେ ବିଜେପିର ବାଜିମାତ୍‌: ୟୁପିରେ ଯୋଗୀ, ପଞ୍ଜାବରେ କେଜ୍ରିୱାଲ କରିସ୍ମା, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ମଧ୍ୟ ବିଜେପି ।


୩-ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସଂଖ୍ୟାଗରିଷ୍ଠତା ସହ ବିଜୟ ହାସଲ କରିଛି। ବହୁମତରେ ବିଜୟ ହାସଲ କରିବା ପରେ ରାଜ୍ୟରେ ଇତିହାସ ସୃଷ୍ଟି କରିଛି ଏଏପି। ନିର୍ବାଚନ ଫଳାଫଳ ଆସିବା ପରେ ଟୁଇଟର ଓ ଫେସ୍‌ବୁକ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଟ୍ରେଣ୍ଡ କରୁଛନ୍ତି। ଏଏପିର ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନଙ୍କ ତୁଳନା ଜେଲେନ୍‌ସ୍କିଙ୍କ ସହ କରାଯାଉଛି। କାରଣ ଜେଲେନ୍‌ସ୍କି ମଧ୍ୟ ଭଗଓ୍ବନ୍ତଙ୍କ ଭଳି ଜଣେ କମେଡିଆନ ଥିଲେ।


୪-ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ଉଚ୍ଛେଦ କଲା ଭାରତୀୟ ରେଳବାଇ ।


୫-ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ: ସେପଟେ ସୁପ୍ରିମକୋର୍ଟଙ୍କୁ ଭୁଲ ତଥ୍ୟ ଦେଇ ନ୍ୟାୟାଳୟଙ୍କ ଘୋର ଅବମାନନା କରିଥିବା ଅଭିଯୋଗ କଲେ ସରକାର ।


୬-ବିଧାନସଭା ନିର୍ବାଚନ ଫଳାଫଳ ପରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ।


୭-ଉତ୍ତରପ୍ରଦେଶରେ ବିଜେପିର ବିଜୟ ୨୦୨୪ ନିର୍ବାଚନର ଫଳାଫଳ ସ୍ଥିର କରିଦେଇଛି : ମୋଦୀ 


୮-ସବୁଠୁ ବଡ଼ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଚିତ୍‌ପଟାଙ୍ଗ କରିଦେଲେ ମୋବାଇଲ ମେକାନିକ୍‌ ଲାଭ ସିଂହ ।

୯-ପୁଣି କଂଗ୍ରେସର ଫ୍ଲପ୍ ସୋ । ୟୁପିରେ ଫେଲ୍ ମାରିଲା ପ୍ରିୟଙ୍କାଙ୍କ ପ୍ରଚାର । ପଞ୍ଜାବରେ କାମ ଦେଲାନି ରାହୁଲଙ୍କ ରଣନୀତି ।


୧୦-ଉତ୍ତରାଖଣ୍ଡରେ ପୁଣିଥରେ ସରକାର ଗଢିବ ବିଜେପି । ଦଳ ଏଠାରେ ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ସରକାର ଗଢିବା ନେଇ ବାଟ ଫିଟିଛି । ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି ।।।


୧୧-ୟୁ୍କ୍ରେନ ଉପରେ ଋଷର ଯୁଦ୍ଧକୁ ନେଇ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍‌ ଲଗାଇଲା ପ୍ରତିବନ୍ଧକ ।


୧୨-ଶାନ୍ତି ଶୃଙ୍ଖଳାର ସହିତ ପୌର ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ-ଏସ୍‌ପିଙ୍କ ସହ କଥା ‌ହେଲେ ରାଜ୍ୟ ନିର୍ବାଚନ କମିସନର ।


୧୩-ବାଧ୍ୟତାମୂଳକ ସୈନ୍ୟ ସେବକଙ୍କୁ ରୁଷ୍ ୟୁକ୍ରେନ୍‌ ଯୁଦ୍ଧକୁ ପଠାଇଥିବା ମାନିଲା ।


୧୪-ମହିଳା କ୍ରିକେଟ ବିଶ୍ବକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ।


୧୫-ରାଜ୍ୟର ସମସ୍ତ ଗ୍ରାମ ପଂଚାୟତର ନାଏବ୍‌ ସରପଂଚ ପଦବୀ ନିମନ୍ତେପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ।


୧୬-ସମ୍ ଅଲଟିମେଟ ମେଡ଼ିକେୟାରରେ ଆରମ୍ଭ ହେବ କ୍ୟାଡଭର ପ୍ରତ୍ୟାରୋପଣ ସେବା ।


୧୭-ନୂଆ ଦଳରେ ଶୁଭ୍ରାଂଶୁ: IPL ୨୦୨୨ ପାଇଁ ଚେନ୍ନାଇ କ୍ୟାମ୍ପରେ ଯୋଗ ଦେଲେ ଓଡିଶାର ଅଧିନାୟକ ।


*ଶୁଭ ସକାଳ,ସୁପ୍ରଭାତ*

[11/03, 8:34 am] Kk Wpgrp-Divya Kishor Singh: *╭───────────────────╮*

*📩ଆଜିର ଖବର  || 11-ମାର୍ଚ୍ଚ-2022 ଶୁକ୍ରବାର*

*╰───────────────────╯*

*●---------------------------------●*


୧. ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ଉଚ୍ଛେଦ କଲା ଭାରତୀୟ ରେଳବାଇ ।


୨. କରୋନା ମୃତ୍ୟୁ: କ୍ଷତିପୂରଣ ପାଇଁ ପଡ଼ି ରହିଛି ୧୧୦୦ରୁ ମୃତ୍ୟୁ ସାର୍ଟିଫିକେଟ୍ ଅଧିକ ଆବେଦନ ।


୩. ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲା: ୪ ବର୍ଷ ପରେ ଚାର୍ଜଫ୍ରେମ, ୨୪ରେ ସାକ୍ଷ୍ୟ ପ୍ରମାଣ ପାଇଁ ଧାର୍ଯ୍ୟ ।


୪. ମୃତ ବ୍ୟକ୍ତିଙ୍କ ଶରୀରରୁ ସଂଗୃହିତ କିଡ଼ନୀର ପ୍ରତ୍ୟାରୋପଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ କରାଯିବାର ପ୍ରକିୟା (କାଡାଭର ପ୍ରତ୍ୟାରୋପଣ) ଖୁବ ଶୀଘ୍ର ସମ ଆଲଟିମେଟ ମେଡ଼ିକେୟାର ହସ୍ପିଟାଲରେ ଆରମ୍ଭ କରାଯିବ ।


୫. ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତର ନାୟବ୍ ସରପଞ୍ଚ ପଦବୀ ନିମନ୍ତେ ଚଳିତ ମାର୍ଚ୍ଚ ମାସ ୧୧ ତାରିଖ(ଅର୍ଥାତ୍ ଆସନ୍ତା କାଲି)ରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । 


୬. ସିରାଥୁରେ ଏସପିର ପଲ୍ଲବୀ ପଟେଲ ବିଜୟୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ୭୩୩୭ ଭୋଟରେ ପରାସ୍ତ ।


୭. ଧର୍ମେନ୍ଦ୍ର ଆଉ ଥରେ ସଫଳ, ଉତ୍ତର ପ୍ରଦେଶରେ ଯୋଗୀଙ୍କ ବିଜୟରେ ତୁଲାଇଲେ ବଡ଼ ଭୂମିକା, ରଖିଲେ ଦଳର ଆସ୍ଥା ।


୮. ଯୁଦ୍ଧବିରତି କରିବାକୁ ମନା କଲା ରୁଷିଆ ।


୯. IPL-୨୦୨୨ ପାଇଁ ଚେନ୍ନାଇ କ୍ୟାମ୍ପରେ ପହଞ୍ଚିଛନ୍ତି ଓଡିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ।


୧୦. ମଣିପୁରରେ ସରକାର ଗଢିବ ବିଜେପି: ୬୦ରୁ ୩୨ ଆସନ ଜିତିଲା ।


୧୧. ଯାଇନାହିଁ ଓମିକ୍ରନ! ବ୍ରିଟେନରେ ହୋଇଥିବା ଅଧ୍ୟୟନରେ ଖୁଲାସା: ଏବେବି ରହିଛି ସବ୍ ଭାରିଆଣ୍ଟ ବିଏ.୨ ।


୧୨. ଏମ୍‌ସ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ବୃକକ୍‌ ପ୍ରତିରୋପଣ ।


୧୩. ରାଜ୍ୟରେ ଗୁରୁବାର ଡିସଚାର୍ଜ ହେଲେ ୧୩୫ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୭୬ ହଜାର ୨୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । 


୧୪. ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଏଥର କମିବ ଫ୍ଲାଇଟ ଭଡା ।


୧୫. ୟୁ୍କ୍ରେନ ଉପରେ ଋଷର ଯୁଦ୍ଧକୁ ନେଇ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍‌ ଲଗାଇଲା ପ୍ରତିବନ୍ଧକ ।


୧୬. ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, ଦୃଷ୍ଟାନ୍ତ ମୂଳକ ଦଣ୍ଡ ପାଇଁ ନିବେଦନ କରିଛନ୍ତି କେନ୍ଦ୍ର ସରକାର ।


୧୭. ମାର୍ଚ୍ଚ ୧୪ରୁ ଜୀ ସାର୍ଥକରେ ଆସୁଅଛି ଅନୁ ଚୌଧୁରୀଙ୍କ ଅଭିନିତ ମେଗା ଧାରାବାହିକ *“ସର୍ବଜିତା ଅନୁ”* ।


୧୮. ଆଇସିସି ମହିଳା ବିଶ୍ୱକପ ୨୦୨୨ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ନ୍ୟୁଜିଲାଣ୍ଡ ହାତରୁ ଭାରତ ୬୨ ରନର ପରାଜୟର ସମ୍ମୁଖୀନ ହୋଇଛି । 


୧୯. ଏଣିକି ପ୍ରତି ବର୍ଷ ପାଳିତ ହେବ *‘ସୁଶାନ୍ତ ମୁନ୍‌ ଡେ’* ।


*🌅ଶୁଭସକାଳ , GOOD MORNING 🌹🙏*

[11/03, 8:36 am] Kk Wpgrp-Divya Kishor Singh: *╭─────────────────────╮*

*🌄ସକାଳର ଖବର, ୧୧-ମାର୍ଚ୍ଚ-୨୦୨୨,ଶୁକ୍ରବାର*

*╰─────────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଆସନ୍ତା ୨୭ ତାରିଖରେ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ୨୦୨୧ର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ୫ଟି ଜୋନ୍‌ର ୧୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩୨୦୨ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। 


➡️୨-ଆଜିଠାରୁ ୧୩ ତାରିଖ ଯାଏ ଭୁବନେଶ୍ବର କ୍ଲବ୍‌ଠାରେ ଆୟୋଜିତ ହେବ ‘ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ’।


➡️୩-ଆଜି ରାଜ୍ୟର ସମସ୍ତ ପଂଚାୟତରେ ନାଏବ ସରପଂଚ ପଦବୀ ଓ ୧୨ତାରିଖରେ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ନାଏବ ସରପଂଚ ପାଇଁ ଭୋଟ୍ ଗ୍ରହଣ କରାଯାଇ ତା’ପରେ ସଙ୍ଗେସଙ୍ଗେ ଫଳାଫଳ ହେବ ଘୋଷଣା । ରାଜ୍ୟର ୬୭୯୪ ନାଏବ ସରପଞ୍ଚ ବଛାହେବେ ।


➡️୪-୩ ମାସ ବନ୍ଦ ପରେ ପୁଣିଥରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସେବା । ଚଳିତମାସରୁ ପୁଣିଥରେ ରାଜ୍ୟ ସରକାର ଏହାକୁ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।


➡️୫-ଲଗାତାର ତୃତୀୟ ଦିନ ଲାଗି ବମ୍ବେ ଷ୍ଟକ ବଜାର ସୂଚକାଙ୍କ ସେନ୍‌ସେକ୍ସରେ ବୃଦ୍ଧି ଘଟିଛି। ସେନ୍‌ସେକ୍ସ ୮୧୭ ପଏଣ୍ଟ୍‌ ବୃଦ୍ଧି ପାଇ ୫୫,୪୬୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ତିନି ଦିନରେ ସେନ୍‌ସେକ୍ସରେ ୨,୬୨୧ ପଏଣ୍ଟ୍ ବୃଦ୍ଧି ଘଟିଛି।


➡️୬-ଜିଲ୍ଲା ପରିଷଦ ସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ଜାରି ହେଲା ନିୟମାବଳୀ: ଭୋଟ୍ ଦିନ ମତଦାନ କେନ୍ଦ୍ରରୁ ବାହାରିବା ମନା ।


➡️୭-ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ଉଚ୍ଛେଦ କଲା ଭାରତୀୟ ରେଳବାଇ । କୋଭିଡ ପୂର୍ବବର୍ତ୍ତୀ କାଳରେ ଏସବୁ ସାମଗ୍ରୀ ଯୋଗାଣ ଯେପରି ଭାବେ ହେଉଥିଲା ଏଣିକି ଠିକ୍ ସେହିପରି ଜାରି ରହିବ।


➡️୮-ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ବାଭାବିକ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିବାରୁ ଆକାଶରେ ଅଧିକ ବିମାନ ଉଡ଼ିବ। ଏହାର ପ୍ରଭାବରେ ଟିକଟ ୪୦% ପର୍ଯ୍ୟନ୍ତ ଶସ୍ତା ହେବ ବୋଲି ଆକଳନ କରାଯାଇଛି ।


➡️୯-୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ (ଜେଜେଏମ୍) ଓ ସ୍ବଚ୍ଛ ଭାରତ ମିଶନ( ଏସ୍ବିଏମ୍)ରେ ଓଡ଼ିଶାକୁ ମିଳିଲା ୨୨୪୯ କୋଟି ଟଙ୍କା ଅନୁମୋଦନ ।


➡️୧୦-ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍ଡେଙ୍କ ଅଭୀନିତ ଫିଲ୍ମ ‘ରାଧେଶ୍ୟାମ’ ଆଜି ପ୍ରେକ୍ଷାଳୟରେ ରିଲିଜ୍ ହେବ। ଅନେକ ଦିନରୁ ଦର୍ଶକ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରି ରହିଥିଲେ।


➡️୧୧-ରିଲିଜ୍ ହେବ ରିଷି କପୁରଙ୍କ ଅଭିନୀତ ଶେଷ ଫିଲ୍ମ । ଫିଲ୍ମ ‘ଶର୍ମା ଜୀ ନମକିନ’ ଓଟିଟି ପ୍ଲାଟଫର୍ମ ଅମେଜନ ପ୍ରାଇମ ଭିଡିଓରେ ୩୧ ମାର୍ଚ୍ଚରେ ପ୍ରମିୟର ହେବ । ଏଥିରେ ଜୁହି ଚାୱଲାଙ୍କୁ ବି ଏକ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ।


➡️୧୨-ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ: ସେପଟେ ସୁପ୍ରିମକୋର୍ଟଙ୍କୁ ଭୁଲ ତଥ୍ୟ ଦେଇ ନ୍ୟାୟାଳୟଙ୍କ ଘୋର ଅବମାନନା କରିଥିବା ଅଭିଯୋଗ କଲେ ସରକାର ।


➡️୧୩-ଉତ୍ତରପ୍ରଦେଶ ସମେତ ୪ଟି ରାଜ୍ୟରେ ବିଜେପିର ବଡ ବିଜୟ ପରେ, ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 


➡️୧୪-ୟୁପିରେ ବିଜେପିକୁ ଝଟକା । ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । 


➡️୧୫-ଚଳିତ ୫ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । କୌଣସି ପ୍ରଦେଶରେ ସରକାର ଗଠନ ତ ଦୂରର କଥା କ୍ଷମତାରେ ଥିବା ପଞ୍ଜାବକୁ ମଧ୍ୟ ହାତଛଡା କରିବାକୁ ବାଧ୍ୟ ହୋଇଛି ଦଳ । 


➡️୧୬-ୟୁପିରେ ପୁଣି ଚାଲିବ ଯୋଗୀରାଜ । ଅଖିଳେଶଙ୍କ ସାଇକେଲରେ ଲାଗିଲା ବ୍ରେକ୍ । ଫେଲ୍ ମାରିଲା କଂଗ୍ରେସର ରଣନୀତି ।


➡️୧୭-ଯୁଦ୍ଧ ମଧ୍ୟରେ ଋଷ ଦେଲା ଭାରତକୁ ଆକର୍ଷଣୀୟ ପ୍ରସ୍ତାବ, ଋଷର ତୈଳ କମ୍ପାନୀଗୁଡିକ ଅଶୋଧିତ ତୈଳର ପୁରୁଣା ମୂଲ୍ୟ ଉପରେ ୨୫ରୁ ୨୭ ପ୍ରତିଶତ ରିହାତି ଦେଉଛନ୍ତି ।


➡️୧୮-ଆସନ୍ତାକାଲି ଠାରୁ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ​ଖେଳିବ। ଏହି ମ୍ୟାଚ୍ ଦିବାରାତ୍ର ହେବ ଏବଂ ଗୋଲାପି ବଲ୍ରେ ଖେଳାଯିବ। 


➡️୧୯-ମହିଳା କ୍ରିକେଟ ବିଶ୍ବକପ: ଗତକାଲି ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ।


➡️୨୦-IPL-୨୦୨୨ ପାଇଁ ଚେନ୍ନାଇ କ୍ୟାମ୍ପରେ ପହଞ୍ଚିଲେ ଓଡିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ।


*➡️ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଯିବା ସମୟରେ ପରସ୍ପର ଠାରୁ ୬ ଫୁଟ ଦୂରତା ରକ୍ଷାକରି ଧାଡିରେ ଛିଡା ହୁଅନ୍ତୁ ଓ କୋଭିଡ୍ ନିୟମ ପାଳନକରି ଭୋଟ୍ ଦିଅନ୍ତୁ ।।*


*ଶୁଭ ସକାଳ,ସୁପ୍ରଭାତ*

Web king

Post a Comment

Previous Post Next Post