March 13 2022 odiya news

 [13/03, 8:17 am] Kk Wpgrp-Divya Kishor Singh: *ଖବର ଆଜିର*

ତାରିଖ ୧୩-୦୩-୨୦୨୨/ରବିବାର

୧-ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ୧୪୪ ଧାରା ଲାଗୁ କରିଛନ୍ତି ଖୋର୍ଦ୍ଧା ଉପ-ଜିଲ୍ଲାପାଳ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । 


୨-ବାଣପୁରରେ ଲଖିମପୁର ଘଟଣା: ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ସୀମା ଟପିଲା, ବିଜେପି ସମର୍ଥକଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ ବିଧାୟକ


୩-ଜଣେ ବିଧାୟକ ଅମାନୁଷିକ ଭାବରେ ଗାଡ଼ି ଚଢ଼ାଇଦେବା ଘଟଣା ରାଜ୍ୟରେ ପ୍ରଥମ: ଧର୍ମେନ୍ଦ୍ର ପ୍ରଧାନ ।


୪-ଖବର ଅନୁଯାୟୀ, ଅଧ୍ୟକ୍ଷ ନିର୍ବାଚନ ଲାଗି ବାଣପୁର ବ୍ଲକ ସମ୍ମୁଖରେ ଭିଡ ଜମିଥିଲା । ଠିକ୍‌ ଏହି ସମୟରେ ବିଧାୟକଙ୍କ ଗାଡି ଭିଡ ଭିତରକୁ ମାଡିଯାଇଥିଲା । ଯେଉଁଥିରେ କି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ମଧ୍ୟରେ କିଛି ପୋଲିସ କର୍ମୀ, ମହିଳା, ସାମ୍ବାଦିକ ଥିବା ଜଣାପଡିଛି । ଏପିରିକି ଜଣେ ପୋଲିସ କର୍ମୀଙ୍କ ଗୋଡ ଓ ହାତ ଭାଙ୍ଗିଯାଇଥିବାର ଖବର ରହିଛି ।


୫--୨ୟ ଟେଷ୍ଟ Day1: ଭାରତର ୨୫୨ ଜବାବରେ ଶ୍ରୀଲଙ୍କା ୮୬/୬, ବୁମରାହଙ୍କ ଘାତକ ବୋଲିଂ ।


୬-ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ସରିଲା: ବିଜେଡିର ଦାବି: ୮୯% ବ୍ଲକ୍‌ ଦଖଲ ।


୭-ପଞ୍ଜାବରେ ପ୍ରଥମ ଥର ପାଇଁ ଆମ୍‍ ଆଦ୍‍ମୀ ପାର୍ଟି(ଆପ୍) ସରକାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛି । ଆମ୍‍ ଆଦ୍‍ମୀ ପାର୍ଟି ବିଧାୟକ ଦଳ ନେତା ଭଗୱନ୍ତ ସିଂହ ମାନ୍‍ ଶନିବାର ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଛନ୍ତି । ରାଜ ଭବନରେ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଶ୍ରୀ ମାନ୍‍ କହିଛନ୍ତି ଶପଥ ଗ୍ରହଣ ଉତ୍ସବ ଭଗତ ସିଂହ ଜନ୍ମସ୍ଥାନ ଖଟକର କଲନ୍ ରେ ଅନୁଷ୍ଠିତ ହେବ। ଆସନ୍ତା ୧୬ ତାରିଖ  ଦିନ ୧୨ଟା ୩୦ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।


୮-ସୁରକ୍ଷା ଏଜେନ୍ସୀ ଓ ବିଶେଷ କରି ଫୋର୍ସଙ୍କ ସମ୍ପର୍କରେ ଥିବା ଲୋକଙ୍କ ଧାରଣା ଏବେ ବଦଳୁ: ମୋଦି ।


୯-ପୁରୀ ଜିଲ୍ଲା ଗସ୍ତରେ ବାତ୍ୟା ନିରୋଧି ବନୀକରଣର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।


୧୦-ଜୈବିକ ଅସ୍ତ୍ର ନେଇ ରୁଷିଆର ବଡ ଅଭିଯୋଗ । ଆମେରିକା ସହଯୋଗରେ ୟୁକ୍ରେନ ଲ୍ୟାବରେ ପ୍ରସ୍ତୁତ ହେଉଛି ଜୈବିକ ଅସ୍ତ୍ର ।


୧୧-ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ରୁଷ । ମାରିୟୁପୋଲ ସହରରେ ଥିବା ଏକ ମସଜିଦ୍ ଉପରେ ରୁଷ ସେନା ରକେଟ ମାଡ କରିଛି । ଯାହା ଫଳରେ ୮୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।


୧୨-ୟୁକ୍ରେନରେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣକୁ ଟାର୍ଗେଟ କରିପାରେ ରୁଷ, ଆମେରିକାକୁ ବି ଦେଲା ଚେତାବନୀ ।


୧୩-ରୁଷ ଆକ୍ରମଣରେ ୟୁକ୍ରେନ୍‌ର ୧୩,୦୦ ନାଗରିକଙ୍କ ମୃତ୍ୟୁ ଘଟିଛି: ଜେଲେନସ୍କି   ।


୧୪-କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮.୧ %  ହାରରେ ସୁଧ ଦେବାକୁ ନିଷ୍ପତ୍ତି ନେଇଛି । ଯାହା ବିଗତ ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ । ଏହା ଦ୍ବାରା ୬୦ ଲକ୍ଷ ହିତାଧିକାରୀ ପ୍ରଭାବିତ ହେବେ ।


୧୫-ଉତ୍ତରକୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଆହୁରି କଡ଼ା ହେଲା ଆମେରିକା, ୩ ଋଷୀୟ ସଂସ୍ଥାଙ୍କ ବିରୋଧରେ ଲାଗିଲା କଟକଣା ।


୧୬-କଟକଣା ହଟିଲା, ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର ।


୧୭-ଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ୧୮୦ କୋଟି ଟପିଛି। ଦେଶବ୍ୟାପୀ ସଫଳତାର ସହ ଟିକାରଣ ଅଭିଯାନ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ୧୮୦ କୋଟି ୩ ଲକ୍ଷ ୭୧ ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇ ସାରିଲାଣି।


୧୮-ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ରାଜ୍ୟର ୩୧୪ ବ୍ଲକରୁ ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍ । 


୧୯-ସୁପରଷ୍ଟାର ପ୍ରଭାସଙ୍କ ‘ରାଧେ ଶ୍ୟାମ’କୁ ପରଦାରେ ଟକ୍କର ଦେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ମାତ୍ର ୬୩୦ ସିନେମାହଲ୍‌ରେ ରିଲିଜ ହୋଇଥିଲେ ହେଁ କୀର୍ତ୍ତିମାନ ରଚିଛି ଫିଲ୍ମ। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କା ବ୍ୟବସାୟ କରିଛି।


୨୦-ଭାରତ ଜଣାଉ କେଉଁ ମିସାଇଲ ନିକ୍ଷେପ କରିଥିଲା, କେବଳ ଦୁଃଖ ପ୍ରକାଶ କଲେ ଚଳିବନି, ଯୁଗ୍ମ ତଦନ୍ତ କରାଯାଉ: ପାକ୍ ।


*ଶୁଭ ସକାଳ,ସୁପ୍ରଭାତ*

[13/03, 8:18 am] Kk Wpgrp-Divya Kishor Singh: *ଖବର ଆଜିର* 

ତାରିଖ ୧୩/୦୩/୨୨, ରବିବାର


୧-ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ: ବିଜେଡ଼ି କବଜାରେ ୮୬%ବ୍ଲକ୍।ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଆଜି।


୨-ପୁରୀ: ହଟିଲା କଟକଣା , ଏଣିକି ସବୁଦିନ ହେବ ଜଗା ଦର୍ଶନ।।ଆସନ୍ତା ୨୧ ତାରିଖରୁ କୋହଳ ହେବ କଟକଣା।


୩-ପ୍ରଚାରରେ କମ୍ପିଲାଣି ଭୁବନେଶ୍ୱର: ଜୋରଦାର କ୍ୟାମ୍ପେନରେ ଲାଗି ପଡିଛନ୍ତି ୩ ଦଳର ପ୍ରାର୍ଥୀ।


୪-୨୪ ଲେଖକଙ୍କୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପ୍ରଦାନ, ଓଡ଼ିଆ ଭାଷାରେ ଡକ୍ଟର ହୃଷୀକେଶ ମଲ୍ଲିକ ପୁରସ୍କୃତ।


୫-ଫୁଲବାଣୀ ପୌରପରିଷଦ ନିର୍ବାଚନ ପାଇଁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର: ସ୍ବାଗତ କଲେ କର୍ମୀ।


୬-ପୋଲିସ କବ୍‌ଜାରେ ବାହୁବଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ : ସୁସ୍ଥ ହେବା ପରେ ହେବେ ଗିରଫ।


୭-ଭୁବନେଶ୍ୱରରେ ପ୍ରାକ୍ ନିର୍ବାଚନୀ ହିଂସା ନେଇ ଥାନାରେ ୪ଟି ମାମଲା ରୁଜୁ: ଡିସିପି


୮-ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଚଢାଇବା ଘଟଣା, ଧର୍ମେନ୍ଦ୍ରଙ୍କ ନିନ୍ଦା, କହିଲେ-ଘଟଣାକୁ ଯେତେ କଡ଼ା ଶବ୍ଦରେ କହିଲେ ବି କମ୍ ହେବ


୯-ଭୁବନେଶ୍ୱର:୧୦ କୋଟି ଠକେଇ ମାମଲାରେ IAAVIC ପ୍ରାଇଭେଟ ଲିମିଟେଡର ଦୁଇ ନିର୍ଦ୍ଦେଶକ ଗିରଫ।


୧୦-୨୦୨୧-୨୨ରେ ଇପିଏଫ ସୁଧ ହାର ହେଲା ୮.୧ %।ଏହା ବିଗତ ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ । ଯାହା ଦ୍ବାରା ୬୦ ଲକ୍ଷ ହିତାଧିକାରୀ ପ୍ରଭାବିତ ହେବେ ।


୧୧-ନୁଆ ଦିଲ୍ଲୀ: ଦେଶରେ ସାର୍ବଜନୀନ ଟୀକାକରଣ ୧୮୦ କୋଟି ଟପିଲାଣି ।


୧୨-ମାର୍ଚ୍ଚ ୧୪ ରୁ ସଂସଦ ବଜେଟ୍ ଅଧିବେଶନ ପୁନଃ ଆରମ୍ଭ ହେବ, ଜାରି ରହିବ କୋଭିଡ କଟକଣା


୧୩-ଇସ୍ତଫା ଦେଇ ପାରନ୍ତି ଗାନ୍ଧୀ ପରିବାର, ଆଜି ସିଡବ୍ଲ୍ୟୁସି ବୈଠକରେ ନିଆଯିବ ବଡ ନିଷ୍ପତ୍ତି।


୧୪-ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭଗୱନ୍ତ ମାନ୍‌ଙ୍କ ବଡ଼ ଘୋଷଣା, ପଞ୍ଜାବରେ ପ୍ରତ୍ୟାହାର ହେବ ସମସ୍ତ ପୂର୍ବତନ ବିଧାୟକ, ମନ୍ତ୍ରୀ ଓ ଭିଆଇପିଙ୍କ ସୁରକ୍ଷା।


୧୫-ମହିଳା କ୍ରିକେଟ ବିଶ୍ୱକପ : ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ।ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ।


 *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*


*ଆଜି ଫଗୁ ଦଶମୀ, ଦୋଳଯାତ୍ରା ଆରମ୍ଭ*

[13/03, 8:18 am] Kk Wpgrp-Divya Kishor Singh: *╭─────────────────────╮*

*🌄ସକାଳର ଖବର, ୧୩-ମାର୍ଚ୍ଚ-୨୦୨୨,ରବିବାର*

*╰─────────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଭକ୍ତ ଶ୍ରଦ୍ଧାଳୁଙ୍କୁ ପାଇଁ ଖୁସିର ଖବର, ହୋଲି ପରଠୁ ଏଣିକି ପ୍ରତେକ ରବିବାର ଦିନ ଖୋଲିବ ଶ୍ରୀମନ୍ଦିର । ଏନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର।


➡️୨-ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଲା ଭାରତ, ଭାରତରେ ଗତ ବର୍ଷରୁ ଜାରି ଥିବା ରାଷ୍ଟ୍ରବ୍ୟାପୀ ଟିକାକରଣରେ ୧୮୦ କୋଟିରୁ ଅଧିକ ଡୋଜ ଦିଆଗଲାଣି ।


➡️୩-ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ରାଜ୍ୟର ୩୧୪ ବ୍ଲକରୁ ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ହେଲା ବାଜିମାତ୍ ।


➡️୪-ଯୁକ୍ତ ୨ ପରୀକ୍ଷା ଅଫଲାଇନରେ କରିବାକୁ ଯୋଜନା କଲା ସିଏଚଏସଇ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଆସିଲା ସୂଚନା ।


➡️୫-କମିଲା EPF ସୁଧହାର । ଗତବର୍ଷ ମାର୍ଚ୍ଚରେ ଇପିଏଫଓ ବୋର୍ଡ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧହାର ପାଇଁ ଚୂଡାନ୍ତ ସୁପାରିସ କରିଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ୮.୫% ସୁଧହାର ରହିଥିଲା ମାତ୍ର ଚଳିତବର୍ଷ ପାଇଁ ଏହାକୁ ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି।


➡️୬-ଓଡ଼ିଶା ହାଇ କୋର୍ଟର ମୁଖ୍ୟ ବିଚାପପତି ଜଷ୍ଟିସ ଏସ. ମୁରଲୀଧରନ ଓ ବିଚାରପତି ଜଶୱନ୍ତ ସିଂହଙ୍କ ତତ୍ୱାବଧାନରେ ଗତକାଲି ଓଡ଼ିଶାର ୩୦ଟି ଜିଲ୍ଲା ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ।   


➡️୭-ବଦଳିଲା ବିଗ୍‌ ବଜାର ନାଁ, ଏବେ ହେଲା ‘ସ୍ମାର୍ଟ ବଜାର’:ଗୋଟିଏ ମାସରେ ଖୋଲିବ ୧୦୦ରୁ ଅଧିକ ନୂଆ ଷ୍ଟାେର।


➡️୮-ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର କଲେ ସମୀକ୍ଷା ।


➡️୯-୫ ରାଜ୍ୟରେ କଂଗ୍ରେସ ଅମାନତ ହାରିବା ପରେ ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ ବୈଠକ। ଆତ୍ମସମୀକ୍ଷା ସହ ନିଆଯାଇପାରେ ବଡ ନିଷ୍ପତ୍ତି । ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରୟଙ୍କା ଗାନ୍ଧୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।


➡️୧୦-ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗରେ ନିର୍ମାଣ ହେଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ପ୍ରେମରେ ରିସ୍କ ହେଲା ମତେ ଇସ୍କ"ର ଅଡ଼ିଓ ହେଲା ରିଲିଜ ।


➡️୧୧-ଭାରତ-ଚୀନ ମଧ୍ୟରେ LACର ବିବାଦୀୟ ଅଞ୍ଚଳକୁ ନେଇ ବସିଲା ୧୩ ଘଣ୍ଟାର ବୈଠକ । ହେଲେ ସମାଧାନ ପାଇଁ କୌଣସି ନିଷ୍ପତ୍ତି ନେଇପାରିଲେ ନାହିଁ।


➡️୧୨-ଚୀନକୁ ପୁଣି ଫେରିଲା ଲକଡାଉନ୍ । ଚୀନର ଚାଙ୍ଗଚୁଙ୍ଗ ସହର ହେଲା ଲକଡାଉନ । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିନ ପିଙ୍ଗ ସରକାରର ୯୦ ଲକ୍ଷ ଜନସଂଖ୍ୟା ବିଷିଷ୍ଟ ଚାଙ୍ଗଚୁଙ୍ଗ ସହରରେ ସମ୍ପୂର୍ଣ୍ଣ ଲକଡାଉନ କଲେ ଘୋଷଣା ।


➡️୧୩-ୟୁପି ନର୍ବାଚନରେ ହାରିଲେ ୨୨୩ ରୁ ଅଧିକ ମୁସଲିମ ପ୍ରାର୍ଥୀ: ସମସ୍ତେ ଥିଲେ ବସପା, କଂଗ୍ରେସ ଏବଂ ଓୱେସୀଙ୍କ ଦଳର ।


➡️୧୪-ସାଉଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଦିଆଗଲା ଫାଶି, ଅନେକ ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଆଇଏସଆଇଏସ ଏବଂ  ଅଲକାଏଦା ସହିତ କାମ କରୁଥିଲେ। ଆଉ କିଛି ହତ୍ୟା ତଥା ଦୁଷ୍କର୍ମ ପରି ଘଟଣାରେ ସଂପୃକ୍ତ ଥିଲେ।


➡️୧୫-ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଯୋଗୁ ଏବେସୁଦ୍ଧା ୨୫ ଲକ୍ଷରୁ ଅଧିକ ଲୋକ ହେଲେଣି ସରଣାର୍ଥ ,ଜାତିସଂଘ ଦେଲା ରିପୋର୍ଟ ।


➡️୧୬-ପ୍ରଥମଥର ମୁହଁ ଖୋଲିଲେ ଜେଲେନ୍‌ସ୍କି, କହିଲେ ଯୁଦ୍ଧରେ ୧,୩୦୦ ସେନାଙ୍କର ହେଲାଣି ମୃତ୍ୟୁ ।


➡️୧୭-ୟୁକ୍ରେନରେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣକୁ ଟାର୍ଗେଟ କରିପାରେ ରୁଷ, ଆମେରିକାକୁ ବି ଦେଲା ଚେତାବନୀ ।


➡️୧୮-ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ : ଦ୍ୱିତୀୟ ଟେଷ୍ଟରେ ଭାରତକୁ ପ୍ରଥମ ଇନିଂସରେ ୨୫୨ ରନ୍‌ରେ ଅଲ୍ଆଉଟ୍ କରିବା ପରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ମାତ୍ର ୮୬ ରନ୍‌ରେ ୬ଟି ୱିକେଟ୍ ହରାଇଛି ।


➡️୧୯-ମହିଳା କ୍ରିକେଟ ବିଶ୍ୱକପ : ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ ।


➡️୨୦-ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ, ବାଲେଶ୍ୱରକୁ ହରାଇ ଫାଇନାଲରେ ପହଁଚିଲା ୟୁନିକ କେନ୍ଦୁଝର ।


*➡️ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଯିବା ସମୟରେ ପରସ୍ପର ଠାରୁ ୬ ଫୁଟ ଦୂରତା ରକ୍ଷାକରି ଧାଡିରେ ଛିଡା ହୁଅନ୍ତୁ ଓ କୋଭିଡ୍ ନିୟମ ପାଳନକରି ଭୋଟ୍ ଦିଅନ୍ତୁ ।।*


*ଶୁଭ ସକାଳ,ସୁପ୍ରଭାତ*

*ଆଜି ଫଗୁ ଦଶମୀ*

Web king

Post a Comment

Previous Post Next Post